ରାଜ୍ୟ

ଗିରଫ ହେବେ ବିଡିଓ ବାବୁ! ସରୁନି ସମ୍ପତ୍ତି ତାଲିକା.

ଟକ: ଭିଜିଲାନ୍ସ ଜାଲରେ ପଡିଛନ୍ତି କଟକ ଆଠଗଡ ବିଡିଓ ପ୍ରଦୀପ କୁମାର ସାହୁ । ବୁଧବାର ଭିଜିଲାନ୍ସରର ମୋଟ ୮ ଜଣ ଟିମ୍ ଏକକାଳୀନ ବିଡିଓଙ୍କ ୮ଟି ସ୍ଥାନରେ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଭିଜିଲାନ୍ସ ଗିରଫ କରିପାରେ ।

ସେପଟେ ଭିଜିଲାନ୍ସ ଚଢାଉ ପରେ ଏବେ ବି ଜାରି ରହିଛି ସମ୍ପତି ଆକଳନ । ଆଠଗଡ଼ସ୍ଥିତ ସରକାରୀ କାର୍ଯ୍ୟାଳୟ ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ର ୮ଟି ସ୍ଥାନରେ ବୁଧବାର ଚଢ଼ାଉ କରିବା ବେଳେ ୨ଟି କୋଠା, ୩ ପ୍ଲଟ୍‌, ଭୁବନେଶ୍ୱରରେ ଗୋଟିଏ ଫ୍ଲାଟ୍‌, ୪୭ ଲକ୍ଷ ଟଙ୍କାର ଜମା ଟଙ୍କା, ନଗଦ ୬.୧୧ ଲକ୍ଷ ଟଙ୍କା, ଦାମୀ ଡାଏମଣ୍ଡ ନେକ୍‌ଲେସ୍‌, ପ୍ରାୟ ୩୦୦ ଗ୍ରାମ୍‌ର ସୁନା, ଦୁଇଟି ୪ ଚକିଆ ଗାଡ଼ି ଆଦି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି।

ଏହା ସହିତ ଖୋର୍ଦ୍ଧାର ଭାଲିବଡ଼ିରେ ଗୋଟିଏ କୋଠା, ନୟାଗଡ଼ର ରାଜସୁନାଖଳାରେ ପୈତୃକ ବାସଗୃହ ଗୋଟିଏ ତିନିମହଲା କୋଠା, ୩ଟି ପ୍ଲଟ୍‌, ଭୁବନେଶ୍ୱର ଗୌତମ ନଗରରେ ୨-ବିଏଚ୍‌କେ ଫ୍ଲାଟ୍‌ ରହିଛି।

ଅନ୍ୟପକ୍ଷରେ ଏବେ ବି ଭିଜିଲାନ୍ସ ଖୋଳତାଡ଼ ଜାରି ରଖିଥିବା ବେଳେ ଆଜି ଭୁବନେଶ୍ବର ଏସବିଆଇ ମୁଖ୍ୟ ଶାଖାରେ ଥିବା ଲକରକୁ ଯାଞ୍ଚ କରାଯିବ । ଏଥିସହିତ ସମ୍ପତ୍ତି ତାଲିକା ଆହୁରି ଅଧିକ ବଢିବାର ସମ୍ଭାବନା ରହିଛି।

ଆଠଗଡ ବିଡିଓ ପ୍ରଦୀପଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଫଳରେ ଭିଜିଲାନ୍ସ ବୁଧବାର ବିଡିଓଙ୍କ ସ୍ତାବରଅସ୍ତାବର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ତେବେ କହିରଖୁଛୁ, ୨୦୨୩ ଫେବୃଆରୀ ୧ ରେ ପ୍ରଦୀପ ଆଠଗଡ଼ ବିଡିଓ ଭାବେ ନିଯୁକ୍ତି ପାଇଥିଲେ। ଏହାପୂର୍ବରୁ ସେ ନରସିଂହପୁର ବ୍ଲକରେ କାର୍ଯ୍ୟରତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button