ରାଜ୍ୟ

ଆଉ ୪.୧୩ ଲକ୍ଷ ଲୋକଙ୍କୁ ମଧୁବାବୁ ପେନ୍‌ସନ୍‌ – Ibnodisha

[ad_1]

ଭୁବନେଶ୍ବର: ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଆଉ ୪ ଲକ୍ଷ ୧୩ ହଜାର ହିତାଧିକାରୀ ଯୋଡ଼ି ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବରେ ମୋହର ମାରିଛନ୍ତି। ନୂଆ ହିତାଧିକାରୀମାନେ ସେମାନଙ୍କ ପ୍ରଥମ ପେନ୍‌ସନ ଆସନ୍ତା ୧୫ ତାରିଖରେ ପାଇବେ। ଗ୍ରାମପଞ୍ଚାୟତ ମୁଖ୍ୟାଳୟ କିମ୍ବା ୱାର୍ଡ ଅଫିସ୍‌ରେ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ସେମାନଙ୍କୁ ଏହି ପେନ୍‌ସନ ରାଶି ବଣ୍ଟାଯିବ। ଏହି ବଣ୍ଟନ କାର୍ଯ୍ୟକ୍ରମ ଯେପରି ସୁରୁଖୁରୁରେ ହେବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ପୂର୍ବରୁ ମଧୁବାବୁ ପେନ୍‌ସନ ଯୋଜନାରେ ୨୮ ଲକ୍ଷ ୬୧ ହଜାର ହିତାଧିକାରୀଙ୍କୁ ରାଜ୍ୟ ସରକାର ସାମାଜିକ ସୁରକ୍ଷା ପେନ୍‌ସନ ପ୍ରଦାନ କରୁଛନ୍ତି। ଏହି ହିତାଧିକାରୀ ତାଲିକାରେ ଅଛନ୍ତି ବୃଦ୍ଧ ବ୍ୟକ୍ତି, ବିଧବା, ଭିନ୍ନକ୍ଷମ, ଅବିବାହିତା, କୁଷ୍ଠରୋଗୀ, ଏଡ୍‌ସ୍‌ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, କିନ୍ନର, କୋଭିଡ୍‌ ପ୍ରଭାବିତ ପରିବାରର ଅନାଥ ଶିଶୁ ପ୍ରମୁଖ। ୭୯ ବର୍ଷ ବୟସ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ୫୦୦ ଟଙ୍କା ଏବଂ ୮୦ ଅଧିକ ବୟସର ବ୍ୟକ୍ତିଙ୍କୁ ମାସିକ ୭୦୦ ଟଙ୍କା ପେନ୍‌ସନ ମିଳୁଛି। ସେହିପରି ୪୦%ରୁ ୫୯% ଶାରୀରିକ ଅକ୍ଷମ ଥିବା ହିତାଧିକାରୀଙ୍କୁ ୫୦୦ ଟଙ୍କା, ୬୦%ରୁ ଅଧିକ ଅକ୍ଷମ ଥିବା ବ୍ୟକ୍ତିଙ୍କୁ ୭୦୦ ଟଙ୍କା ପେନ୍‌ସନ ଦିଆଯାଉଛି। ୬୦% ଅକ୍ଷମତା ଥାଇ ୮୦ ବର୍ଷ ଛୁଇଁଲେ ମାସିକ ୯୦୦ ଟଙ୍କା ପେନ୍‌ସନ ମିଳୂଛି। ନୂଆ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବା ଦ୍ବାରା ରାଜ୍ୟରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ମଜବୁତ୍‌ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି କେ ପାଣ୍ଡିଆନ୍‌ଙ୍କ ସ‌ମେତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନ୍ୟ ବରିଷ୍ଠ ଅଧିକାରୀ ଜିଲ୍ଲା ଗସ୍ତ କରି ଲୋକଙ୍କ ଆପତ୍ତି ଅଭିଯୋଗକୁ ଗ୍ରହଣ କରୁଛନ୍ତି। ଏହି ଅଭିଯୋଗ ଓ ମୋ ସରକାରରୁ ମିଳିଥିବା ମତାମତଗୁଡ଼ିକୁ ଭିତ୍ତି କରି ମଧୁବାବୁ ପେନ୍‌ସନ ଯୋଜନାରେ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button