ଦେଶ

ଚୀନ୍ ସହ କଥାବାର୍ତ୍ତାରେ ଅଗ୍ରଗତି ଘଟିଛି: ଜୟଶଙ୍କର – Ibnodisha

[ad_1]

ନୂଆଦିଲ୍ଲୀ: ଚୀନ୍ ସହ ବାସ୍ତବ ନିୟନ୍ତ୍ରଣ ରେଖା ‌ଧାରେ ଧାରେ ସୀମାନ୍ତରେ ଭାରତ ଗତ ୯ ବର୍ଷ ଭିତରେ ଭିତ୍ତିଭୂମିରେ ଅନେକ ବିକାଶ କରିଛି, ଯାହାଫଳରେ ପଡ଼ୋଶୀ ଦେଶ ତରଫରୁ ଯେକୌଣସି ସୁରକ୍ଷା ଆହ୍ବାନ ଆସିଲେ ଭାରତର ସୀମା ବଳ ତାହାର ମୁକାବିଲା କରି ପାରିବ ବୋଲି ସୋମବାର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି। ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ବେଳେ ଜୟଶଙ୍କର କହିଲେ ଯେ, ଗତ ତିନିବର୍ଷ ଭିତରେ ପୂର୍ବ ଲଦାଖର ୫-୬ଟି ସଂଘର୍ଷ ସ୍ଥଳରେ ଚୀନ୍ ସହ କଥାବାର୍ତ୍ତାରେ ଅଗ୍ରଗତି ଘଟିଛି ଏବଂ ବାକି ସମସ୍ୟାଗୁଡ଼ିକର ସମାଧାନ ପାଇଁ ଚେଷ୍ଟା ଜାରି ରହିଛି। ମୋଦୀ ସରକାର ଆମ ସୀମାକୁ ସୁରକ୍ଷିତ ରଖିବା ଓ ଜାତୀୟ ସ୍ବାର୍ଥରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ। କଂଗ୍ରେସ ଉଦ୍ଦେଶ୍ୟରେ ଜୟଶଙ୍କର ପରୋକ୍ଷରେ କହିଥିଲେ ଯେ, କଡ଼ା ମନ୍ତବ୍ୟ ଦେବା ଗମ୍ଭୀରତାର ଲକ୍ଷଣ ନୁହେଁ, ଭିତ୍ତିଭୂମି ନିର୍ମାଣ ଓ ସୈନ୍ୟ ମୁତୟନ ପରି ବାସ୍ତବ କାର୍ଯ୍ୟାନୁଷ୍ଠାନ ହେଉଛି ଗୁରୁତ୍ବପୂର୍ଣ୍ଣ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button