ଦେଶ

ମଣିପୁର ମାମଲାର ତଦାରଖ ପାଇଁ ୩ ଜଣିଆ ମହିଳା ବିଚାରପତି କମିଟି – Ibnodisha

[ad_1]

ନୂଆଦିଲ୍ଲୀ: ମଣିପୁର ମାମଲାରେ ସୁପ୍ରିମ୍‌କୋର୍ଟ ଆଜି ତିନିଜଣ ପୂର୍ବତନ ମହିଳା ହାଇକୋର୍ଟ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି। ହିଂସା ତଦନ୍ତର ତଦାରଖ ସହିତ ପୁନଃଥଇଥାନ ତଥା ଅନ୍ୟାନ୍ୟ ପ୍ରସଙ୍ଗର ମଧ୍ୟ ତଦାରଖ କରିବ ଏହି କମିଟି। ହିଂସା ଘଟଣାର ଅନୁସନ୍ଧାନ ଅପେକ୍ଷା କମିଟିର ଆଭିମୁଖ୍ୟ ବ୍ୟାପକ ରହିବ। କୋର୍ଟ କହିଛନ୍ତି, ଆମର ପ୍ରୟାସ ହେଉଛି ଆଇନର ଶାସନ ଉପରେ ବିଶ୍ୱାସକୁ ପୁନଃସ୍ଥାପିତ କରିବା। ଆମେ ତିନିଜଣ ପୂର୍ବତନ ହାଇକୋର୍ଟ ବିଚାରପତିଙ୍କ ଏକ କମିଟି ଗଠନ କରିବୁ। ଏହି କମିଟି ଅନୁସନ୍ଧାନ ବ୍ୟତୀତ ରିଲିଫ୍, ପ୍ରତିକାର ବ୍ୟବସ୍ଥା ଇତ୍ୟାଦି ଅନ୍ୟ ବିଷୟ ଉପରେ ଦୃଷ୍ଟି ଦେବ।

କମିଟିର ଏହି ତିନିଜଣ ସଦସ୍ୟ ହେଉଛନ୍ତି, ଜମ୍ମୁ-କାଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଗୀତା ମିତ୍ତଲ, ବମ୍ବେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଶାଳିନୀ ଯୋଶୀ ଏବଂ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆଶା ମେନନ। ପୂର୍ବତନ ଆଇପିଏସ୍ ଅଧିକାରୀ ଦତ୍ତାତ୍ରେୟ ପଦସାଲଗିକର ସିବିଆଇ ତଦନ୍ତର ତଦାରଖ କରିବେ ବୋଲି କୋର୍ଟ କହିଛନ୍ତି। ତା’ଛଡ଼ା ବିଭିନ୍ନ ରାଜ୍ୟରୁ ସିବିଆଇକୁ ଅଣାଯାଇଥିବା ଅନ୍ତତଃପକ୍ଷେ ଡିଏସ୍‌ପି ପାହ୍ୟାର ପାଞ୍ଚଜଣ ଅଧିକାରୀ ରହିବେ।

ସିବିଆଇକୁ ହସ୍ତାନ୍ତର କରାଯାଇ ନ ଥିବା ମାମଲାଗୁଡ଼ିକ ଉପରେ ୪୨ଟି ସ୍ବତନ୍ତ୍ର କମିଟି ବା ଏସ୍‌ଆଇଟି ଦେଖାଶୁଣା କରିବ। ଏହି ଏସଆଇଟିଗୁଡ଼ିକୁ ମଣିପୁର ବାହାରର ଡିଆଇଜି ପାହ୍ୟାର ଅଧିକାରୀମାନେ ତଦାରଖ କରିବେ। ପ୍ରତ୍ୟେକ ଅଧିକାରୀ ୬ଟି ଏସ୍‌ଆଇଟି ଉପରେ ନଜର ରଖିବେ। ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ଏହି ସୂଚନା ଦେଇଥିଲେ। ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ଆର୍ ଭେଙ୍କଟରମଣି କହିଥିଲେ ଯେ କୌଣସି ବାହ୍ୟ ଅନୁସନ୍ଧାନକୁ ଅନୁମତି ନ ଦେଇ ଜିଲ୍ଲା ସ୍ତରରେ ଏସ୍‌ଆଇଟି ଗଠନ କରାଯାଉ। ଯଦି ମହିଳାଙ୍କ ଉପରେ ହୋଇଥିବା ଅପରାଧ ସମ୍ବନ୍ଧୀୟ ମାମଲାରେ ୧୧ରୁ ଅଧିକ ଏଫ୍ଆଇଆର୍ ଅଛି, ଯାହା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ବାରା ଯାଞ୍ଚ କରାଯାଉଛି, ତେବେ ପୁଲିସ୍ ଏସ୍‌ପି ପାହ୍ୟାର ଜଣେ ଅଧିକାରୀଙ୍କ ନେତୃତ୍ୱରେ ଜିଲ୍ଲାସ୍ତରୀୟ ଏସ୍ଆଇଟି ଦ୍ୱାରା ଯାଞ୍ଚ କରାଯିବ, ଯେଉଁଥିରେ କେବଳ ମହିଳା ଅଧିକାରୀ ରହିବେ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ। ସେ କହିଥିଲେ ଯେ, ସିବିଆଇ ଟିମ୍‌ରେ ଦୁଇଜଣ ମହିଳା ଏସ୍‌ପି ରହିବେ। ସିବିଆଇରେ ଦେଶର ବିଭିନ୍ନ ସ୍ଥାନରୁ ଅଧିକାରୀ ଅଛନ୍ତି ବୋଲି ସେ କହିଥିଲେ।

ଆଇନଜୀବୀ ନିଜାମ ପାଶା କହିଥିଲେ, ମହିଳାଙ୍କ ବିରୋଧରେ ହିଂସା ନେଇ ୧୬ଟି ମାମଲା ରହିଛି ଏବଂ ସବୁଗୁଡ଼ିକୁ ସିବିଆଇକୁ ହସ୍ତାନ୍ତର କରାଯିବା ଉଚିତ। ସେମାନେ ଯା।ହାକୁ ଏସ୍‌ଆଇଟି ବୋଲି କହୁଛନ୍ତି ତାକୁ ରାଜ୍ୟ ସରକାର ଗଠନ କରିଛନ୍ତି। ଏହି ଅଭିଯୋଗ ରାଜ୍ୟ ପୁଲିସ ବିରୁଦ୍ଧରେ ଅଛି। ଯଦି ରାଜ୍ୟ କ୍ୟାଡର ଦ୍ୱାରା ଚୟନ କରାଯାଏ, ତେବେ ନିରପେକ୍ଷତା ରହିବ ନାହିଁ। ତେଣୁ ଏହାର ଚୟନ କୋର୍ଟ ଦ୍ବାରା ହେବା ଉଚିତ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button