ଦେଶ

କଂଗ୍ରେସର ପ୍ରାର୍ଥୀ ତାଲିକାରେ ରାହୁଲ ଗାନ୍ଧୀ, ଶଶି ଥରୁର , ଭୂପେଶଙ୍କ ସମେତ ୩୯ ଜଣଙ୍କ ନାମ ରହିଛି – Ibnodisha

[ad_1]

ନୂଆଦିଲ୍ଲୀ: ବିଜେପି ଲୋକସଭା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୯୫ ଆସନ ନିମନ୍ତେ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବା ପରେ କଂଗ୍ରେସ ଆଜି ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ବରିଷ୍ଠ ନେତା ଶଶି ଥରୁର ଏବଂ ଭୂପେଶ ବଘେଲଙ୍କ ସମେତ ୩୯ ଜଣଙ୍କ ନାମ ରହିଛି। ରାହୁଲ ଗାନ୍ଧି ଏଥର ବି କେରଳର ୱାୟନାଡରୁ ନିର୍ବାଚନ ଲଢ଼ିବେ ବୋଲି ତାଲିକାରୁ ଜଣାପଡ଼ିଥିବା ବେଳେ ୨୦୧୯ ଭଳି ତାଙ୍କୁ ଆମେଥିରୁ ମଧ୍ୟ ପ୍ରାର୍ଥୀ କରାଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଶଶି ଥରୁର କେରଳର ତିରୁବନନ୍ତପୁରମ ଆସନରୁ ଏବଂ ବଘେଲ ଛତିଶଗଡ଼ର ରାଜନନ୍ଦଗାଓଁରୁ ଲୋକସଭା ନିର୍ବାଚନ ଲଢ଼ିବେ। କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କେରଳର ଆଲାପୁଜା ଆସନରୁ ନିର୍ବାଚନ ଲଢ଼ିବେ । ସେ ୨୦୦୯ରେ ଏହି ଆସନରୁ ବିଜୟୀ ହୋଇଥିଲେ। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଭାଇ ଡିକେ ସୁରେଶଙ୍କୁ ବେଙ୍ଗାଲୁରୁ ଗ୍ରାମୀଣ ଆସନରୁ ପ୍ରାର୍ଥୀ କରାଯାଇଛି। କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକାରେ ୧୫ ଜଣ ସାଧାରଣ ବର୍ଗର ଥିବା ବେଳେ ୨୪ ଜଣ ଅନୁସୂଚୀତ ଜାତି, ଜନଜାତି ଏବଂ ଓବିସି ବର୍ଗର ବୋଲି ଜଣାପଡ଼ିଛି। ଗତକାଲି ଅନୁଷ୍ଠିତ କଂଗ୍ରେସ ନିର୍ବାଚନ କମିଟି ବୈଠକରେ ୧୦ଟି ରାଜ୍ୟର ୬୦ ପ୍ରାର୍ଥୀଙ୍କ ନାମ ତାଲିକା ଚୂଡ଼ାନ୍ତ କରିବାକୁ ଆଲୋଚନା ହୋଇଥିଲା। ଖୁବ୍‌ଶୀଘ୍ର ଦଳର ଦ୍ବିତୀୟ ତାଲିକା ଜାରି ହେବ ବୋଲି ଜଣାପଡ଼ିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button