ଦେଶ

ଜାତିସଂଘର ଇସ୍ରାଏଲ-ହମାସ ଯୁଦ୍ଧ ବନ୍ଦ ପ୍ରସ୍ତାବ, ଭିଟୋ ପ୍ରୟୋଗ କଲା ଆମେରିକା – Ibnodisha

[ad_1]

ଇସ୍ରାଏଲ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବା ଲାଗି ଜାତିସଂଘର ପ୍ରସ୍ତାବ ଉପରେ ଆମେରିକା ଭିଟୋ ପ୍ରୟୋଗ କରିଛି। ସଂଯୁକ୍ତ ଆରବ ଏମିରେଟ୍ସ ପକ୍ଷରୁ ଜାତିସଂଘରେ ଆଗତ କରାଯାଇଥିବା ଏହି ପ୍ରସ୍ତାବକୁ ୯୦ଟି ରାଷ୍ଟ୍ର ସମର୍ଥନ କରିଥିବା ବେଳେ ଜାତିସଂଘ ସୁରକ୍ଷା ପରିଷଦର ୧୩ ସଦସ୍ୟ ସମର୍ଥନ କରିଥିଲେ। ମାତ୍ର ଆମେରିକା ଏହା ଉପରେ ଭିଟୋ ପ୍ରୟୋଗ କରିଛି।

ଜାତିସଂଘରେ ଆମେରିକାର ସ୍ଥାୟୀ ଉପ ପ୍ରତିନିଧି ରବର୍ଟ ଉଡ୍‌ କହିଛନ୍ତି ଯେ ଏହି ପ୍ରସ୍ତାବ ବାସ୍ତବ ଲକ୍ଷ୍ୟ ଠାରୁ ଦୂରେଇ ଯାଇଛି। ସେ କହିଛନ୍ତି ଯେ ପ୍ରସ୍ତାବରେ ଆମେରିକାର ସମସ୍ତ ସୁପାରିସକୁ ଉପେକ୍ଷା କରାଯାଇଛି। ଫଳରେ ପ୍ରସ୍ତାବଟି ଅସନ୍ତୁଳିତ ହୋଇପଡିଛି। ତେଣୁ ଆମେ ଏହାକୁ ସମର୍ଥନ କରିପାରୁ ନାହୁଁ। ସେ କହିଛନ୍ତି, ପ୍ରସ୍ତାବରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣକୁ ନିନ୍ଦା କରାଯାଇ ନାହିଁ। ବରଂ ନିଃସର୍ତ୍ତ ଭାବେ ଅସ୍ତ୍ରବିରତି କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

ଏହାଦ୍ବାରା ହମାସ ଆତଙ୍କବାଦୀମାନେ ଆଗାମୀ ଦିନରେ ପୁନର୍ବାର ଆକ୍ରମଣ କରିବାକୁ ସାହସ ଜୁଟାଇ ପାରିବେ। ଅନ୍ୟପକ୍ଷରେ, ଏହି ପ୍ରସ୍ତାବ ଉପରେ ବ୍ରିଟେନ ମତଦାନରୁ ବିରତ ରହିଛି। ବ୍ରିଟେନର ସ୍ଥାୟୀ ପ୍ରତିନିଧି ବାରବାରା ଉଡ୍‌ୱାର୍ଡ କହିଛନ୍ତି ଯେ ହମାସ ଆତଙ୍କବାଦୀମାନେ ଯେଉଁ ଅତ୍ୟାଚାର କରିଛନ୍ତି ତାକୁ ଏହି ପ୍ରସ୍ତାବରେ ନିନ୍ଦା କରାଯାଇ ନାହିଁ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button