ରାଜ୍ୟ

ଭୟାବହ ଅଗ୍ନିକାଣ୍ଡ: ପିଭିସି ପାଇପ ପୋଡି ପାଉଁଶ – Ibnodisha

[ad_1]

ରାୟଗଡା: କାଶୀପୁର ବ୍ଲକ୍ ଖୁରି ଗାଁରେ ଥିବା ଏକ ଗୋଦାମରେ ଶନିବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ବିପୁଳ ପରିମାଣର ପିଭିସି ପାଇପ ପୋଡି ପାଉଁଶ ହୋଇଯାଇଛି। ଏହି ଅଞ୍ଚଳରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ କିଣାଯାଇଥିବା ପାଇପ୍ଗୁଡ଼ିକ ନିଆଁ ଲାଗିବା ସମୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଗଚ୍ଛିତ ରଖାଯାଇଥିଲା। ଗୋଦାମ ଘରୁ ଧୂଆଁ ଓ ନିଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେଇଥିଲେ।

ଖୁରୀ ଗାଁଠାରୁ 4 କିଲୋମିଟର ଦୂରରେ ଥିବା କାଶୀପୁର ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ବେଳକୁ ଅଧିକାଂଶ ପିଭିସି ପାଇପ୍ ନିଆଁରେ ପୋଡି ପାଉଁଶ ହୋଇସାରିଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button