ଦେଶ

ୟାସିନ ମଲ୍ଲିକର ପତ୍ନୀକୁ ପାକିସ୍ତାନରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା – Ibnodisha

[ad_1]

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କ ସମର୍ଥନ କରୁନଥିବା ପାକିସ୍ତାନ ବିଶ୍ୱ ସମୁଦାୟ ଆଗରେ ଯେତେ କହିଲେ ବି ତାହାର ମିଛ ବାରମ୍ବାର ପଦାରେ ପଡ଼ିଯାଉଛି । ଭାରତୀୟ ଜେଲରେ ବନ୍ଦୀ ଥିବା ଆତଙ୍କବାଦୀ ୟାସିନ ମଲ୍ଲିକର ପତ୍ନୀ ମଶାଲ୍ ମଲ୍ଲିକଙ୍କୁ ପାକିସ୍ତାନରେ କ୍ୟାବିନେଟ୍ ପାହ୍ୟା ପ୍ରଦାନ କରାଯାଇଛି । ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାର-ଉଲ୍‌-ହକ୍ କାକର ୟାସିନ୍ ମଲ୍ଲିକଙ୍କ ପତ୍ନୀ ମଶାଲ ମଲ୍ଲିକଙ୍କୁ କ୍ୟାବିନେଟ୍ ମନ୍ତ୍ରୀର ମାନ୍ୟତା ଦେଇଛନ୍ତି । ଡନ୍ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ୧୮ ଜଣିଆ କ୍ୟାବିନେଟରେ ମାନବାଧିକାର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବରେ ମଶାଲ ମଲିକଙ୍କୁ ସାମିଲ କରିଛନ୍ତି ।

ମଲ୍ଲିକ ୨୦୦୯ ମସିହା ଫେବ୍ରୁଆରି ୨୨ ତାରିଖରେ ରାୱଲପିଣ୍ଡିରେ ୟାସିନ ମଲିକଙ୍କୁ ବିବାହ କରିଥିଲେ । ଉଇକିପିଡ଼ିଆ ଅନୁଯାୟୀ, ୨୦୦୫ ମସିହାରେ ୟାସିନ ପାକିସ୍ତାନ ଗସ୍ତରେ ଥିବା ବେଳେ ଦୁହିଁଙ୍କ ସାକ୍ଷାତ ହୋଇଥିଲା । ମାଶାଲ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସର ସ୍ନାତକ ଅଟନ୍ତି । ମଶାଲ ମଲିକଙ୍କ ମା’ ରେହାନା ହୁସେନ ମଲିକ ପିଏମଏଲ-ଏନ ମହିଳା ଶାଖାର ସାଧାରଣ ସମ୍ପାଦକ ଥିବା ବେଳେ ତାଙ୍କ ପିତା ଏମଏ ହୁସେନ ମଲିକ ଜଣେ ଅନ୍ତର୍ଜାତୀୟ ଅର୍ଥନୀତିଜ୍ଞ ଥିଲେ ଯିଏ କି ଯିଏକି ଜର୍ମାନୀର ବନ୍ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ମୁଖ୍ୟ ଥିଲେ ଏବଂ ନୋବେଲ ପୁରସ୍କାର ଜୁରିର ପ୍ରଥମ ପାକିସ୍ତାନୀ ସଦସ୍ୟ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button