ଦେଶ

ଦୁର୍ଘଟଣାରେ ଜଳିଗଲା କାର; ୪ ଜୀବନ୍ତ ଦଗ୍ଧ – Ibnodisha

[ad_1]

ଚଣ୍ଡିଗଡ: ପଞ୍ଜାବରେ ଭୟଙ୍କର ସଡକ ଦୁର୍ଘଟଣା । ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ । ନିଆଁରେ ପୋଡି ହୋଇ ୪ ଜଣ ଜୀବନ୍ତ ଦଗ୍ଧ । କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ପରେ ଘଟିଲା ଏପରି ଅଘଟଣ । ଜଳନ୍ଦର-ପଠାନକୋଟ ମୁଖ୍ୟ ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣାରେ ଜଣେ ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ଶୁକ୍ରବାର ବିଳମ୍ବିତ ରାତିରେ ଜଳନ୍ଦର- ପଠାନକୋଟ ମୁଖ୍ୟ ରାସ୍ତାରେ କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ଏହାପରେ ହଠାତ୍ କାରଟି ହୁତୁହୁତୁ ହୋଇ ଜଳି ଉଠିଥିଲା । ଫଳରେ କାର ଭିତରେ ଥିବା ଯାତ୍ରୀ ବାହାରକୁ ବାହିରି ପାରିନଥିଲେ । ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏନେଇ ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା । କାରରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ସହ ଗାଡି ଭିତରୁ ମୃତଦେହ ଉଦ୍ଧାର କରିଥିଲା । ପରେ ଜଣେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି ।

ତେବେ କାରଟି କେଉଁଠାରୁ ଯାତ୍ରା ଆରମ୍ଭ କରି କେଉଁ ସ୍ଥାନକୁ ଯାଉଥିବା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ମୃତକଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ । ଏନେଇ ପୋଲିସ ତଦନ୍ତ ଜାରି ରଖିଛି । ଦୁର୍ଘଟଣା ସମ୍ପର୍କରେ ଦାଶୁହା ପୋଲିସ ଷ୍ଟେସନର ଏସଏଚଓ ହରପ୍ରୀତ ସିଂ କହିଛନ୍ତି, ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଆମେ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ପହଞ୍ଚିଥିଲୁ । ଏହି ଦୁର୍ଘଟଣା ଜଲନ୍ଦର-ପଠାନକୋଟ ଜାତୀୟ ରାଜପଥରେ ଘଟିଛି । ଟ୍ରକ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ କାରଟି ସମ୍ପୂର୍ଣ୍ଣ ଜଲିଯାଇଛି । ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରାଯାଉଛି । ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି । ମୃତଦେହ ଗୁଡିକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button