ଦେଶ

ଅଶ୍ବିନଙ୍କ ଆଶା ବଢ଼ିଲା: ଖେଳି ପାରନ୍ତି ବିଶ୍ବକପ୍ – Ibnodisha

[ad_1]

ରାଜକୋଟ: ଦିନିକିଆ ବିଶ୍ବକପ୍‌ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଘୋଷଣା ହୋଇଥିବା ଭାରତୀୟ ଦଳରୁ ରବିଚନ୍ଦ୍ରନ ଅଶ୍ବିନ ବାଦ୍‌ ପଡ଼ିଥିଲେ। ଯାହାକୁ ନେଇ ଅନେକ ତର୍କ ବିତର୍କ ଲାଗି ରହିଥିଲା। ହେଲେ ଏସିଆ କପ୍‌ ସମୟରେ ଅକ୍ଷର ପଟେଲ୍‌ ଆହତ ହେବାରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଏପର୍ଯ୍ୟନ୍ତ ତାଙ୍କୁ ସୁଯୋଗ ମିଳିପାରିନାହିଁ। ହେଲେ ଅକ୍ଷରଙ୍କ ଅନୁପସ୍ଥିତିରେ ଗତ ଦୁଇଟି ମ୍ୟାଚ୍‌ରେ ରବିଚନ୍ଦ୍ରନ ଅଶ୍ବିନ ନିଜ ଦାବି ଉପସ୍ଥାପନ କରିସାରିଲେଣି। ମୋହାଲିରେ ୧ ଓ ଇନ୍ଦୋରରେ ୩ ୱିକେଟ୍‌ ନେଇ ଭାରତୀୟ ଦଳର ବିଜୟରେ ବଡ଼ ଭୂମିକା ନେଇଥିଲେ। ଏବେ ରାଜକୋଟରେ ଅକ୍ଷର ଖେଳୁନଥିବାରୁ ଅଶ୍ବିନଙ୍କ ଆଉ ଏକ ଦମ୍‌ଦାର ପ୍ରଦର୍ଶନ ତାଙ୍କ ମନୋନୟନ ବିତର୍କକୁ ଅଧିକ ବଳ ଯୋଗାଇବ।

ଅକ୍ଷର ବର୍ତ୍ତମାନ ଜାତୀୟ କ୍ରିକେଟ୍‌ ଏକାଡେମିରେ ପୁନଃଥଇଥାନରେ ରହିଛନ୍ତି। ତୃତୀୟ ଦିନିକିଆରେ ଅକ୍ଷର ଖେଳୁନଥିବାରୁ ଏହା ଅଶ୍ବିନଙ୍କ ପାଇଁ ବିଶ୍ବକପ୍‌ ‌ଦ୍ବାର ଖୋଲି ଦେଇଥିବା କୁହାଯାଇପାରେ। ବିଶ୍ବକପ୍‌ ୱାର୍ମ ଅପ୍‌ ମ୍ୟାଚ୍‌ ବେଳକୁ ଅକ୍ଷର ଫିଟ୍‌ ହୋଇଯାଇଥିବେ ବୋଲି କୁହାଯାଉଛି। ଏପରିସ୍ଥଳେ ଯଦି ଅଶ୍ବିନ ତୃତୀୟ ଦିନିକିଆରେ ଭଲ ପ୍ରଦର୍ଶନ ଦିଅନ୍ତି, ତାହେଲେ ଅଜିତ ଅଗରକର ଏବଂ ତାଙ୍କ ଟିମ୍‌ଙ୍କୁ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିପାରେ। କେବଳ ଅକ୍ଷର ନୁହଁନ୍ତି ତୃତୀୟ ଦିନିକିଆରୁ ଶୁବମନ ଗିଲ୍‌ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି। ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ୍‌ ବୁମ୍‌ରା, ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବେ। ବିଶ୍ବକପ୍‌ ପୂର୍ବରୁ ଏହା ଶେଷ ଆନ୍ତର୍ଜାତିକ ମ୍ୟାଚ୍‌ ହେବାକୁ ଯାଉଥିବାରୁ ପ୍ରତ୍ୟେକ ଖେଳାଳି ଯେପରି ମ୍ୟାଚ୍‌ ଅଭ୍ୟାସ ପାଇପାରିବେ ତାହା ଉପରେ ଧ୍ୟାନ ଦିଆଯାଉଥିବା ଦଳ ପକ୍ଷରୁ କୁହାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button