ଦେଶ

ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ଫେରାଇଲେ ବିନେଶ – Ibnodisha

[ad_1]

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ସଂଘ ଓ ଖେଳାଳିମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିବାରେ ନାଁ ଧରୁନାହିଁ। କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କ ପରେ ଶନିବାର ମହିଳା କୁସ୍ତିଯୋଦ୍ଧା ତଥା ରାଜ୍ୟଗୋଷ୍ଠୀ ଓ ଏସୀୟ ସ୍ବର୍ଣ୍ଣ ବିଜେତା ବିନେଶ ଫୋଗତ ତାଙ୍କ ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ଫେରାଇ ଦେଇଛନ୍ତି। ମହିଳା କୁସ୍ତିବିତ୍‌ଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାରକୁ ବିରୋଧ କରି ବିନେଶ ତାଙ୍କ ପୁରସ୍କାର ଫେରାଇଛନ୍ତି। ବିନେଶ ତାଙ୍କ ସମ୍ମାନଜନକ ଖେଳରତ୍ନ ଓ ଅର୍ଜୁନ ପୁରସ୍କାରକୁ ଫେରାଇବା ନେଇ ଦିଲ୍ଲୀର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ)କୁ ଯାଇଥିଲେ।

ତେବେ ପୁଲିସ ତାଙ୍କୁ ପିଏମ୍‌ଓ କାର୍ଯ୍ୟାଳୟକୁ ଯିବାକୁ ଛାଡ଼ିନଥିଲେ। ପୁଲିସ ଅଟକାଇବାରୁ ବିନେଶ ଖେଳରତ୍ନ ଓ ଅର୍ଜୁନ ପୁରସ୍କାରକୁ ଦିଲ୍ଲୀର କର୍ତ୍ତବ୍ୟପଥରେ ଛାଡ଼ି ଚାଲି ଆସିଥିଲେ। ଏହା ପୂର୍ବରୁ ବଜରଙ୍ଗ ପୁନିଆ ମଧ୍ୟ ତାଙ୍କ ପଦ୍ମଶ୍ରୀ ପୁରସ୍କାରକୁ ଫେରାଇ ଦେଇଥିଲେ। ପୁରସ୍କାର ଫେରାଇବା ନେଇ ବିନେଶ କହିଛନ୍ତି ଯେ,ଏହି ଦିନ କୌଣସି ଖେଳାଳିଙ୍କ ଜୀବନରେ ଆସିବା ଉଚିତ ନୁହେଁ। ଦେଶର ମହିଳା କୁସ୍ତିଯୋଦ୍ଧାମାନେ ଏବେ ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି ବୋଲି ବିନେଶ କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button