ରାଜ୍ୟ

ଜାନୁଆରୀ ୪ରୁ ଚିଲିକା ପକ୍ଷୀ ଗଣନା – Ibnodisha

[ad_1]

ଭୁବନେଶ୍ୱର: ଗଣା ହେବେ ଚିଲିକା ପକ୍ଷୀ । ଆସନ୍ତା ଜାନୁଆରୀ ୪ ତାରିଖରେ ଚିଲିକାରେ ପକ୍ଷୀ ଗଣନା କାମ ଆରମ୍ଭ ହେବ । ଏଥିପାଇଁ ସ୍ୱତନ୍ତ୍ର ଟିମ୍‌ ନିଯୁକ୍ତ ହେବ ବୋଲି ଚିଲିକା ବନ୍ୟପ୍ରାଣୀ ଡିଭିଜନ ଡିଏଫ୍‌ଓ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ଚଳିତ ଶୀତ ଋତୁରେ କେତେ ପରିମାଣର ବିଦେଶୀ ପକ୍ଷୀ ଆସିଛନ୍ତି । ଆଉ କେତେ ପରିମାଣର ଦେଶୀ ପକ୍ଷୀ ଏହି ଠାରେ ରହିଛନ୍ତି । ସେନେଇ ଜାନୁଆରୀ  ୪ ତାରିଖରୁ ପକ୍ଷୀଗଣନା କାମ ଆରମ୍ଭ କରାଯିବ । ଏହି ପକ୍ଷୀ ଗଣନା କାମ ପାଇଁ ଟ୍ରେନିଂ କ୍ୟାମ୍ପର ମଧ୍ୟ ଆୟୋଜନ କରାଯିବ । ତେବେ କିପରି ଭାବେ ସୁରୁଖୁରୁରେ ପକ୍ଷୀ ଗଣନା କରାଯିବ । ସେନେଇ ବିଭିନ୍ନ ଟିମ୍‌ ଗଠନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଏସିଆ ମହାଦେଶର ଲବଣାକ୍ତ ହ୍ରଦ ଚିଲିକାକୁ ପ୍ରତିବର୍ଷ ଦେଶ ବିଦେଶରୁ ମାଇଲ ମାଇଲ ଦୂର ଅତିକ୍ରମ କରି ଏହି ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀମାନେ ଆସିଥାନ୍ତି । ବିଦେଶାଗତ ପକ୍ଷୀଙ୍କ ପାଇଁ ଚିଲିକା ବନ୍ୟପ୍ରାଣୀ ବିଭାଗ ବ୍ୟାପକ ବନ୍ଦୋବସ୍ତ ସହ ପାଟ୍ରୋଲିଂ ବ୍ୟବସ୍ଥା ମଧ୍ୟ କରାଯାଇଛି ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button