ମହଙ୍ଗା ପଡିଲା ଅନଲାଇନ ଗେମ ନିଶା – Ibnodisha
[ad_1]
ଅନୁଗୋଳ: ମୋବାଇଲ ଗେମ ନିଶା ଯୁବକଙ୍କ ଉପରେ ପଡିଲା ଭାରି । ଗେମରେ ହାରିବା ପରେ ନିଜ ଗଳା କାଟିଲେ ଯୁବକ । ହେଲେ ଜୀବନ ଯାଉ ଯାଉ ଅଳ୍ପକେ ବର୍ତ୍ତିଲେ ଯୁବକ । ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଜରପଡ଼ା ଥାନା ଜେରେଙ୍ଗ ଗାଁର ଯୁବକ ସୌମ୍ୟରଞ୍ଜନ ନାୟକ ନିଜ ଗଳା କାଟିବା ଦ୍ବାରା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ଏହି ଯୁବକ ହେଉଛନ୍ତି ଜେରେଙ୍ଗ ଗାଁ ର ଅଚ୍ୟୁତାନନ୍ଦ ନାୟକଙ୍କ ୨୪ ବର୍ଷୀୟ ପୁଅ ସୌମ୍ୟରଞ୍ଜନ ନାୟକ । ସେ ମୋବାଇଲ ଫୋନରେ ଫ୍ରି ଫାୟାର ଗେମ୍ ଖେଳୁଥିଲେ ।
ତେବେ ସେଥିରେ ସେ ତିନି ଥର ଲଗାତାର ହାରି ଯାଇଥିଲେ । ତେବେ ଏହି ପରାଜୟକୁ ସହି ନ ପାରି ସୌମ୍ୟ ଭାଙ୍ଗି ପଡିଥିଲେ । ଫଳରେ କିଛି ଜାଣି ନପାରି ଏକ ବ୍ଲେଡ୍ ଧରି ନିଜ ବେକକୁ ନିଜେ କାଟି ଦେଇଥିଲେ । ପରିବାର ଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା ହେବା ପରେ ସେ ସୁସ୍ଥ ଥିବା ଜଣା ପଡିଛି । ତେବେ ଏ ସମସ୍ତ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
[ad_2]