ରାଜ୍ୟ

ଜ୍ଞାନ ବଳରେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ୁଛନ୍ତି ଦିବ୍ୟାଙ୍ଗ ବାସନ୍ତୀ

ୟୁରଭଞ୍ଜ: ଗଛ ତଳେ ପିଲାମାନେ ପଢ଼ୁଛନ୍ତି ପାଠ । ଆଉ ପାଠ ପଢ଼ାଉଛନ୍ତି ଜଣେ ଦିବ୍ୟାଙ୍ଗ ଯୁବତୀ । ହାତ ସିନା ନାହିଁ ମନରେ ଦୃଢ଼ ଇଚ୍ଛାଶକ୍ତି ଆଜି ଆଗକୁ ନେବାରେ ହୋଇଛି ସହାୟକ । ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ଗୁଡ଼ଡିହା ଗ୍ରାମର ଏ ହେଉଛନ୍ତି ବାସନ୍ତୀ ହେମ୍ରମ । ବାସନ୍ତୀ ଜଣେ ଆଦିବାସୀ ପରିବାରରେ ଜନ୍ମ । ବାସନ୍ତୀ ଜଣେ ଉଚ୍ଚ ଶିକ୍ଷିତା ମହିଳା ।

ବିଏ ପାସ ପରେ ଏବେ ହିନ୍ଦୀ ରେ ପିଜି କରୁଛନ୍ତି । ହେଲେ ଗାଁ ରେ କିପରି ପିଲା ମାନେ ପାଠ ପଢିବେ ସେ ନେଇ ଜାରି ରଖିଛନ୍ତି ଉଦ୍ୟମ ।

ସବୁଠୁ ବଡ଼ କଥା ହେଉଛି ଗାଁରେ ପ୍ରଥମ ରୁ ସପ୍ତମ ଶ୍ରେଣୀ ପିଲା ମାନଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି । ମନରେ ଅସରନ୍ତି ଉଦ୍ୟମ ତାଙ୍କୁ ଦେଇଛି ଏକ ଭିନ୍ନ ପରିଚୟ । ଜଣେ ଦିବ୍ୟାଙ୍ଗ ମହିଳା ହୋଇ ମଧ୍ୟ ଅନ୍ୟ ମାନଙ୍କ ପାଇଁ ହୋଇଛନ୍ତି ଉଦାହରଣ । କେବେବି ମନ ରେ ଭାବି ନାହଁନ୍ତି ଦିବ୍ୟାଙ୍ଗ ବୋଲି । ପିଲା ମାନଙ୍କର ଶିକ୍ଷାର ଭବିଷ୍ୟତ ପାଇଁ ସେ ଚେଷ୍ଟା ଜାରି ରଖିଛନ୍ତି ।

ତେବେ ବାସନ୍ତୀ ଜନ୍ମରୁ ଦିବ୍ୟାଙ୍ଗ ନଥିଲେ । ତାଙ୍କର ଏଭଳି ଅବସ୍ଥା ପଛରେ ଦାୟୀ ଦୁର୍ଘଟଣା । ୨୦୧୩ ମସିହାରେ ଏକ ଦୁର୍ଘଟଣାରେ ତାଙ୍କର ଡାହାଣ ହାତ ନଷ୍ଟ ହୋଇଥିଲା । ହାତ ଚାଲିଗଲା ପରେ ବାମ ହାତରେ ସବୁକିଛି କରିବା ପାଇଁ ଚେଷ୍ଟା ଜାରି ରଖିଥିଲେ । ନିଜେ ପଢିବା ସହ ପିଲା ମାନଙ୍କୁ ପଢ଼ାଇବା ରେ କେବେବି ଅବହେଳା କରି ନାହଁନ୍ତି । ଏପରିକି ନିଜେ ଘରର ସମସ୍ତ କାମ ମଧ୍ୟ କରିଥାନ୍ତି । ପ୍ରତ୍ୟେକ ଦିନ ଗାଁ ର କିଛି ପିଲା ମାନଙ୍କୁ ଏକଜୁଟ କରି ନିଜ ଘରେ ପାଠ ପଢାଇ ଥାନ୍ତି । ଆଉ ସବୁଠୁ ବଡ଼ ହୃଦୟର କଥା ହେଉଛି ବାସନ୍ତୀ ବିନା ମୂଲ୍ୟ ରେ ପିଲା ମାନଙ୍କୁ ଶିକ୍ଷାଦାନ କରିଥାନ୍ତି ।

କୋରନା ବେଳୁ ପିଲା ମାନଙ୍କୁ ଶିକ୍ଷାଦାନ କରି ଆସୁଛନ୍ତି । ସବୁଠୁ ବଡ଼ କଥା ହେଉଛି ଯେତେବେଳେ ତାଙ୍କର ଡାହାଣ ହାତ ଚାଲିଗଲା ସେତେବେଳେ ବାମ ହାତ ରେ ଲେଖିବା ଠାରୁ ଆରମ୍ଭ କରି ସବୁକିଛି କାମ କରିଥାନ୍ତି । କେବେବି ଭାଙ୍ଗି ପଡି ନାହଁନ୍ତି । ତାଙ୍କର ଏହି ଉଦ୍ୟମ ପାଇଁ ଏ ଅଞ୍ଚଳରେ ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଛନ୍ତି । ତେବେ ବାସନ୍ତୀଙ୍କର ଦୃଢ଼ ଇଚ୍ଛାଶକ୍ତି ଓ ତାଙ୍କର ଉଦ୍ୟମ ଅନ୍ୟ ମହିଳାଙ୍କ ପାଇଁ ସାଜିଛନ୍ତି ପ୍ରେରଣା ।

Related Articles

Leave a Reply

Your email address will not be published. Required fields are marked *

Back to top button