IBN ଓଡ଼ିଶା ବ୍ୟୁରୋ

ସେଣ୍ଟ୍ରାଲ କୋଲ୍ଡଫିଲ୍ଡିସ ଲିମିଟେଡରେ ୧୧୦୦ ପଦବୀ ଖାଲି, ୧୦ମ ପାସ୍‌ କରିଥିଲେ କରନ୍ତୁ ଆବେଦନ

ସେଣ୍ଟ୍ରାଲ କୋଲ୍ଡଫିଲ୍ଡିସ ଲିମିଟେଡ ପକ୍ଷରୁ ୧୧୦୦ରୁ ଅଧିକ ପଦବୀ ଖାଲିପଡିଛି । ଏଥିପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି । ଆବେଦନ ପାଇଁ ଅଗଷ୍ଟ ୨୬ରୁ ଚାଲିଛି ଆବେଦନ । ଏହି ପଦବୀ ପାଇଁ ଆବେଦନ କେବଳ ଅନଲାଇନ ମାଧ୍ୟମରେ ହେବ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୧୦୦

ଟ୍ରେଡ ଅପାରଣ୍ଟିସ : ୪୮୪

ଫ୍ରେଶର ଅପାରଣ୍ଟିସ : ୫୫
ଟେକନିସିଆନ : ୬୩୭

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୧ ସେପ୍ଟେମ୍ବର ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌ କରିଥିବା ଜରୁରୀ । ଆଇଟିଆଇ ଡିପ୍ଲୋମା ଏବଂ ଡିଗ୍ରୀ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୭ ବର୍ଷ ମଧ୍ୟରେ ହେବା ଜରୁରୀ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ମେରିଟ ଲିଷ୍ଟ ଆଧାରରେ ହେବ । ଏଥିପାଇଁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ପଦବୀ ଅନୁସାରେ ଭିନ୍ନ ଭିନ୍ନ ଦରମା ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button