ରାଜ୍ୟ

ଯୋରନ୍ଦା ମହିମା ଗାଦିରେ ସାଧୁସନ୍ଥ, ମହିମା ଧର୍ମାବଲମ୍ବୀମାନେ ପାଳିଲେ ନୂଆଁଖାଇ ପର୍ବ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ବିଶ୍ଵପ୍ରସିଦ୍ଧ ମହିମା ଗାଦୀ ଯୋରୋନ୍ଦାଠାରେ ଗୁରୁବାର ଦିନ ନବାହ୍ନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ବ୍ରାହ୍ମ ମୁହର୍ତ୍ତ ସାଢ଼େ ୪ ଟାରେ ପାରମ୍ପରିକ ଭାବେ ଅମ୍ମଣିଆ ମଣ୍ଡପ ଠାରେ ନୂତନ ଚୁଡ଼ା, ଗୁଡ଼, କଦଳୀ, ସେଓ, ନଡ଼ିଆ, ଅଙ୍ଗୁର, ପ୍ରଭୃତି ସୁସ୍ୱାଦୁ ଫଳ, ଛେନା, ବୁନ୍ଦିଆ, ଗୁଜୁରାତି, ଅଳେଇଚ, ଅଦା, ଲବଙ୍ଗ, ପ୍ରଭୃତି ମିଶାଇ ସୁସ୍ଵାଦୁ ପ୍ରସାଦ ପ୍ରଭୁ ମହିମା ସ୍ୱାମୀଙ୍କୁ ଅର୍ପଣ କରାଯାଇଛି ।

୭ ଜଣ ତ୍ୟାଗୀ ୭ଟି ମାଟି ହାଣ୍ଡିରେ ଏହି ପ୍ରସାଦ ପ୍ରଭୁଙ୍କୁ ଅର୍ପଣ କରିଥିଲେ । ଏହା ପରେ ବାଳ ଭୋଗ ହୋଇଥିଲା ।

ପରେ ସକାଳ ୭ ଟା ଠାରୁ ଭିକ୍ଷା ମଣ୍ଡପ ଠାରେ ଶ୍ରଦ୍ଧାଳୁମାନଙ୍କୁ ନବାନ୍ନ ପ୍ରଦାନ କରାଯାଇଥିଲା । ସାଧୁ ସନ୍ଥ ମାନେ ଏକାଠି ହୋଇ ଏହି ନବାନ୍ନ ସେବନ କରିଥିଲେ । ଏହି ଉତ୍ସବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ, ରାଜ୍ୟ ବାହାରୁ ଏବଂ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସାଧୁ ସନ୍ଥ ମହିମା ଧର୍ମାବଲମ୍ବୀ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ମହିମାଗାଦୀ ଉତ୍ସବ ମୁଖର ହୋଇଥିଲା । ପ୍ରତି ବର୍ଷ ଭଳି ଚଳିତ ବର୍ଷ ଯୋରନ୍ଦା ମହିମା ଗାଦିରେ କୃଷ୍ଣ ପକ୍ଷ ଦ୍ଵିତୀୟା ତିଥିରେ ନୂଆଖାଇ ପର୍ବ ଅନୁଷ୍ଠିତ ହୋଇଥାଏ ।

ଚଳିତ ବର୍ଷ ନୂଆ ଶସ୍ୟରୁ ପ୍ରସ୍ତୁତ ଚୁଡ଼ାକୁ ଅଣାଯାଇ ବିଭିନ୍ନ ସୁସ୍ବାଦୁ ଫଳ, ଖିର, ଦହି, ଗୁଡ଼, ନଡ଼ିଆ, ଅଙ୍ଗୁର ମିଶାଯାଇ ମହିମା ଗୋଷେଇଁଙ୍କୁ ଅର୍ପଣ କରାଯାଇଥିଲା । ଏହା ପରେ ବରିଷ୍ଠ ସାଧୁମାନଙ୍କୁ ପ୍ରଥମ ନୂଆ ଚୁଡ଼ା ସେବନ କରିଥିଲେ । ପରେ ସାଧୁମାନେ ପରସ୍ପରକୁ ନୂଆ ଚୁଡ଼ା ଖୁଆଇବା ପରମ୍ପରା ରହିଛି । ନୂଆଖାଇ ପର୍ବ ଦିନରେ ସାଧୁ ,ସନ୍ଥ ମାନଙ୍କୁ ଦର୍ଶନ କରି ଏକତ୍ର ନୂଆ ଖାଇଲେ ପରିବାରର ମଙ୍ଗଳ ହେବା ସହ ପରିବାରରେ ସୁଖ, ଶାନ୍ତି ମିଳିଥାଏ ବୋଲି ମହିମା ଧର୍ମାବଲମ୍ବୀ ମାନଙ୍କର ବିଶ୍ଵାର ରହିଛି ।

ସେଥିପାଇଁ ଦୁର ଦୁରାନ୍ତରୁ ଶ୍ରଦ୍ଧାଳୁ ମାନଙ୍କର ସୁଅ ଛୁଟିଥାଏ । ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମ ପାଇଁ ଯୋରନ୍ଦା ମହିମା ଗାଦି ପ୍ରସିଦ୍ଧ ଲାଭ କରିଥିବା ବେଳେ ନୂଆଖାଇ ପର୍ବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ତଥା ଡେଙ୍କାନାଳ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ହଜାର ହଜାର ସାଧୁ, ସନ୍ଥ ଏବଂ ମହିମା ଧର୍ମାବଲମ୍ବୀ ଯୋଗଦାନ କରିଛନ୍ତି । ଏଥିପାଇଁ ଲୋକାରଣ୍ୟ ହୋଇଉଠିଥିଲା ମହିମା ପିଠ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button