ରାଜ୍ୟ

ସ୍ୱର୍ଗଦ୍ୱାରରେ ଡାକ୍ତର ବିଷ୍ଣୁପ୍ରସାଦ ଚିନରାଙ୍କର ଶେଷକୃତ୍ୟ ସଂପନ୍ନ

ଭୁବନେଶ୍ବର: ଗତ ମଙ୍ଗଳବାର ଭୋର ସକାଳୁ କେରଳର ୱାୟନାଡରେ ଘଟିଥିବା ପ୍ରଳୟଙ୍କାରୀ ଭୂସ୍ଖଳନରେ ମୃତ ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନରାଙ୍କ ପାର୍ଥିବ ଶରୀର ଗତକାଲି ସନ୍ଧ୍ୟାରେ ଓଡ଼ିଶା ପହଞ୍ଚିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିବା ଜଣାଯାଇଛି।

କେନ୍ଦ୍ର ଓ କେଳର ସରକାରଙ୍କ ସହାୟତରେ ଡାକ୍ତର ବିଷ୍ଣୁପ୍ରସାଦ ଚିନରାଙ୍କ ମୃତଦେହ କେରଳରୁ ସଡ଼କପଥରେ ଏକ ଆମ୍ବୁଲାନ୍ସରେ ଆସି ଭୁବନେଶ୍ବର ଆସିଥିଲା।

ପରିବାର ଲୋକେ ତାଙ୍କୁ ଅପେକ୍ଷା କରିଥିବା ବେଳେ ତାଙ୍କର୍ ସାଙ୍ଗ ସାଥି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ମହମବତୀ ଜାଳି ଅମର ଆତ୍ମାର ସଦଗତି କାମନା କରିଥିଲେ। ଏହା ପରେ ମରଶରୀରକୁ ହାଇଟେକ୍ ମେଡିକାଲ ନିଆଯାଇଥିଲା। ଶେଷରେ ନିଜ ଜନ୍ମ ମାଟି କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡକୁ ମରଶରୀରକୁ ନିଆଯାଇଥିଲା।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଭୋର ସକାଳୁ କେରଳର ୱାୟନାଡର ପ୍ରଳୟଙ୍କରୀ ଭୂସ୍ଖଳନରେ ଡାକ୍ତର ବିଷ୍ଣୁ ପ୍ରସାଦ ଓ ତାଙ୍କ ବନ୍ଧୁ ଡାକ୍ତର ସ୍ୱାଧୀନ ପଣ୍ଡା ନିଖୋଜ ହୋଇଯାଇଥିଲେ। ତେବେ ବିଷ୍ଣୁଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ସ୍ୱାଧୀନ ନିଖୋଜ ରହିଥିବା ଜଣାପଡ଼ିଛି।

ଯେତେ‌େବେଳ ଡାକ୍ତରଙ୍କ ପରିବାର ଭାଙ୍ଗିପଡ଼ିଥିଲେ, ସେହି ସମୟରେ ରାଜ୍ୟ ସରକାର ସେମାନଙ୍କୁ ଆଶ୍ୱାସନା ଦେଇଥିଲେ।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ରାଜ୍ୟ ସରକାର କେରଳ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button