ଭୁବନେଶ୍ୱର ବିମାନ ବନ୍ଦରରେ କଲରାପତରିଆ ବାଘ ଆତଙ୍କ

ଭୁବନେଶ୍ୱର ବିମାନ ବନ୍ଦରରେ କଲରାପତରିଆ ବାଘ ଆତଙ୍କ । ଏୟାରପୋର୍ଟ ପରିସର ଡମ୍ପିଂ ୟାର୍ଡରେ ବାଘ ଥିବାନେଇ ସୂଚନା ମିଳିଥିଲା । ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃ୍ଷ୍ଟି ହୋଇଛି । ବିମାନବନ୍ଦର ଆଖପାଖ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳାଯାଇଛି । ବାଘକୁ ଠାବ କରିବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।
ସୂଚନା ଅନୁସାରେ, ଡମ୍ପିୟାର୍ଡ କର୍ମଚାରୀମାନେ କଲରାପତରିଆ ବାଘ ଦେଖିଥିବା ନେଇ ଦାବି କରିଛନ୍ତି । ଖବର ପାଇଁ ଘଟଣାସ୍ଥଳରେ ବନ ବିଭାଗ ଏବଂ ପୋଲିସ ଘଟଣା ସ୍ଥଳୀରେ ପହଞ୍ଚି ବାଘକୁ ଠାବ କରି ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି । ତେବେ ଏହା ପୂର୍ବରୁ ମଧ୍ୟ ଗତ ୨୦୧୯ ଫେବ୍ରୁଆରୀ ୨୦ ତାରିଖରେ ଏୟାରପୋର୍ଟ ଅଞ୍ଚଳରେ ବାଘ ଦେଖିବା ପାଇଁ ମିଳିଥିଲା ପରେ ବାଘଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ବନବିଭାଗ ।
ବର୍ତ୍ତମାନ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ବାଘକୁ ଧରିବା ପାଇଁ ବନବିଭାଗ ଆଲର୍ଟ ରହିଛି ପ୍ଲାଷ୍ଟିକ ଜାଲ ଓ ଅନ୍ୟାନ ଉପକରଣ ମଧ୍ୟ ପାଖରେ ପ୍ରସ୍ତୁତ ରଖାଯାଇଛି




