ରାଜ୍ୟ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ – Ibnodisha

[ad_1]

ଢେଙ୍କାନାଳ : ୨ ବାଇକ ଆରୋହୀଙ୍କୁ ଧକ୍କା ଦେଲା ଟ୍ରକ । ଏହିରେ ୨ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅଧୀନ କଣ୍ଟାବଣିଆ ଥାନାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା ।କଣ୍ଟାବଣିଆ ଥାନା ଠାରୁ ଦୁଇ ଶହ ମିଟର ଦୂରରେ ବାଇକ୍‌ ଆରୋହୀ ଦୁଇ ଯୁବକଙ୍କୁ ଟ୍ରକ୍ ଧକ୍କା ଦେଇଛି। ଏଥିରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଆଶିଷ ରଂଜନ ସାମଲ ଓ ଚିତ୍ତରଂଜନ ସାହୁ। ସୂଚନା ଅନୁସାରେ ଆଶିଷ ସାମଲ ଓ ଚଉରିଡିହ ଗାଁର ଚିତ୍ତରଜଂନ ସାହୁ ଆଜି ଅପରାହ୍‌ଣ ସମୟରେ ଜିଏମ୍‌ଆର ପାର୍ଶ୍ବରୁ ନୂଆହତା ଅଭିମୁଖେ ଏକ ବାଇକ୍‌ରେ ଆସୁଥିଲେ। କଣ୍ଟାବଣିଆ ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ସେମାନଙ୍କୁ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଦୁଇ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ମାନବିକତା ଦେଖାଇବା ବଦଳରେ ଘଟଣାସ୍ଥଳରୁ ଫେରାର ହୋଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ ମୃତଦେହ ଜବତ କରିଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଛି। ଦ୍ରୁତଗତିରେ ଯାନବାହନ ଚଳାଚଳ ଯୋଗୁଁ ଏହିଭଳି ଦୁର୍ଘଟଣା ବାରମ୍ବାର ଘଟିବାକୁ ଯାଉଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button