ରାଜ୍ୟ

ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ – Ibnodisha

[ad_1]

*ହାଇଟେକ ହସପିଟାଲ ମାଲିକଙ୍କୁ ଗିରଫ କରାଯାଉ*

ଭୁବନେଶ୍ୱର – ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏବଂ ପ୍ରଦେଶ ଯୁବକ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ମିଳିତ ନେତୃତ୍ୱରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା । ହାଇଟେକ ହସପିଟାଲରେ ଚିକିତ୍ସିତ ରୋଗୀଙ୍କୁ ହତ୍ୟା କରାଯାଇଛି ବୋଲି ଉଭୟ ସଂଗଠନ ପକ୍ଷରୁ ଦାବି କରାଯାଇଛି ।
ଭୁବନେଶ୍ୱର ସ୍ଥିତ ହାଇଟେକ ହସପିଟାଲରେ ଏସି କମ୍ପ୍ରେସରରେ ଗ୍ୟାସ ଭର୍ତି ବେଳେ ହୋଇଥିବା ବିଷ୍ପୋରଣର ମୃତ୍ୟୁ ପାଇଁ ରାଜ୍ୟ ସରକାର ହାଇଟେକ ହସପିଟାଲର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେବା ଦୁର୍ଭାଗ୍ୟଜନକ । ହାଇଟେକ ହସପିଟାଲ ମାଲିକ ନରହତ୍ୟାକାରୀ । ହାଇଟେକ ହସପିଟାଲରେ ରୋଗୀଙ୍କୁ ହତ୍ୟା କରାଯାଏ ।
ଏହି ନିରୀହ ଲୋକଙ୍କର ମୃତ୍ୟୁ ପାଇଁ ଡାକ୍ତରଖାନା କର୍ତୃପକ୍ଷ ଦାୟୀ । ଏହି ଦୁର୍ଘଟଣାରେ ଆହତ ଜ୍ୟୋତିରଞ୍ଜନ ମଲ୍ଲିକଙ୍କର ମୃତ୍ୟୁ ହେଲା । ମାତ୍ର ଶବର ସଠିକ ଚିହ୍ନଟ ନକରି ଡାକ୍ତରଖାନା କର୍ତୃପକ୍ଷ ଏହି ଶବକୁ ଅନ୍ୟତମ ଆହତ ଦିଲ୍ଲୀପ ସାମନ୍ତରାୟଙ୍କ ଶବ ବୋଲି କହି ଦିଲ୍ଲୀପ ସାମନ୍ତରାୟଙ୍କ ପରିବାରକୁ ଧରାଇଦେଲେ । ମୃତଦେହ ସଂସ୍କାର ପରେ ଦିଲ୍ଲୀପଙ୍କ ସ୍ତ୍ରୀ ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଲେ । ହେଲେ ଚିକିତ୍ସା ଶଯ୍ୟାରେ ଦିଲ୍ଲୀପ ଚେତା ଫେରିବା ପରେ ନିଜ ପରିଚୟ ଦେବାରୁ ଏହି ସାଂଘାତିକ ତ୍ରୁଟି ପଦାକୁ ଆସିଲା । କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟକରି ହଠାତ ଶୁକ୍ରବାର ରାତି ତିନିଟାରେ ଦିଲ୍ଲୀପଙ୍କର ମୃତ୍ୟୁ ଘୋଷଣା ହେଲା । ଏହି ଘଟଣାକୁ ସହଜରେ ଗ୍ରହଣ କରିହେଉନାହିଁ । ଦିଲ୍ଲୀପର ପରିବାର ଦାବି କରୁଛନ୍ତି ଯେ ଦିଲ୍ଲୀପଙ୍କୁ ହସପିଟାଲରେ ହତ୍ୟା କରାଯାଇଛି । ଦିଲ୍ଳୀପ ସାମନ୍ତରାୟଙ୍କ ଚିକିତ୍ସାକୁନେଇ ତାଙ୍କ ପରିବାର ମଧ୍ୟ ସଂଦେହ ପ୍ରକାଶ କରିଛନ୍ତି । ବର୍ତମାନ ବିଷ୍ପୋରଣ ଘଟଣା ଓ ପରିଚୟର ଦ୍ୱନ୍ଦ ଆହୁରି ଅଧିକ ରହସ୍ୟମୟ ହୋଇପଡ଼ିଛି । ଦିଲ୍ଲୀପଙ୍କ ପରିବାର ଏବେ ନ୍ୟାୟ ଦାବି କରୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି ହସପିଟାଲ ଓ ପୋଲିସର ସୂଚନା ଆଧାରରେ ପ୍ରଥମେ ଜ୍ୟୋତିରଞ୍ଜନଙ୍କ ମୁୃତଦେହକୁ ଦିଲ୍ଲୀପଙ୍କ ମୃତଦେହ ଭାବି ସତ୍କାର କରାଗଲା । ଏଥିରେ ପୋଲିସର ମଧ୍ୟ ତ୍ରୁଟି ରହିଛି । ଦିଲ୍ଲୀପଙ୍କ ପରିବାର ପ୍ରଶ୍ନ କରୁଛନ୍ତି ଯେ ଯଦି ଦିଲ୍ଲୀପଙ୍କ ଅବସ୍ଥା ଶୋଚନୀୟ ଥିଲା ତେବେ ତାଙ୍କୁ ଭେଂଟିଲେଟରରୁ ବାହାରକୁ କାହିଁକି ଅଣାଯାଇଥିଲା ?
ହାଇଟେକ ହସପିଟାଲରେ ଏ ସଂପୂର୍ଣ୍ଣ ଷଡଯନ୍ତ୍ର ପାଇଁ ହସପିଟାଲ କର୍ତୃପକ୍ଷ ଦାୟୀ । ହସପିଟାଲରେ ରୋଗୀ ସୁରକ୍ଷିତ ନାହାନ୍ତି । ସୁତରାଂ ହାଇଟେକ ହସପିଟାଲର ମାଲିକ ଏବଂ ଏହି ଷଡଯନ୍ତ୍ରରେ ସାମିଲ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଇ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ । ନିଜ ଦାୟୀତ୍ୱ ନିର୍ବାହରେ ଚରମ ଅବହେଳା ଏବଂ ରୋଗୀକୁ ହତ୍ୟା ଅଭିଯୋଗ ଥିବାରୁ ହସପିଟାଲର ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଉ । ନବୀନ ସରକାର କ’ଣ ପାଇଁ ହାଇଟେକ ମାଲିକଙ୍କୁ ସୁରକ୍ଷା ଦେଉଛନ୍ତି?
ଦାବି : ତୁରନ୍ତ ମୃତକଙ୍କ ପରିବାରବର୍ଗଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ । ହାଇଟେକ ମାଲିକଙ୍କୁ ତୁରନ୍ତ ଗିରଫ କରାଯାଇ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ । ହାଇଟେକ ହସପିଟାଲର ଲାଇସେନ୍ସ ରଦ୍ଦ କରାଯାଉ ।
ଆଜିର କାର୍ଯ୍ୟକ୍ରମରେ ପ୍ରକାଶ ମିଶ୍ର, ଆଲୋକ ଲେଙ୍କା, ଅଜୟ ସାହୁ, ସଂକୁନା କହଁର, ନିହାର ବେହେରା, ମହମ୍ମଦ ଗୁଲଫାମ, କାର୍ତିକେଶ୍ୱର କାଣ୍ଡି, ଅଭିଜିତ ଜେନା, ରଣଜିତ ସେନାପତି, ଜଗଦିଶ ଗଜେନ୍ଦ୍ର, ସ୍ପନ୍ଦନ ସ୍ୱାଇଁ, ଉଦିତ ପ୍ରଧାନ, ସୁଦିପ ସାମଲ, ସମିର ରାଉତ, ସୁରଜ ରାଉତ, ବିଂରଚି ବାରିକ, କମଳ ତାଣ୍ଡି, ବିରେନ୍ଦ୍ର ବାଗ, ଅମରେଶ ପରିଡ଼ା, ସାଗର ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button