ରାଜ୍ୟ

କୋଲେଷ୍ଟ୍ରଲ ବଢ଼ିବା କାରଣରୁ ଚିନ୍ତିତ କି ? ତାହେଲେ ଜାଣନ୍ତୁ କେମିତି ଭେଣ୍ଡି କରିବ ଆପଣଙ୍କୁ ଏଥିରେ ସାହାଯ୍ୟ

ଶରୀରରେ କୋଲେଷ୍ଟ୍ରଲର ମାତ୍ରା ବଢ଼ିବା କାରଣରୁ ହାର୍ଟ ସମ୍ବନ୍ଧୀୟ ଅନେକ ରୋଗ ବଢ଼ିଯାଇପାରେ। ଆମେ ଅତି ସାଧାରଣ ଭାବରେ କହିଦିଅନ୍ତି କୋଲେଷ୍ଟ୍ରଲ, କିନ୍ତୁ ଏହା ବାସ୍ତବରେ ବ୍ୟାଡ କୋଲେଷ୍ଟ୍ରଲ (ଅତି ଭୟଙ୍କର କୋଲେଷ୍ଟ୍ରଲ) ହୋଇଥାଏ। ମେଡିକାଲ ଟର୍ମରେ ଏହାକୁ ଲୋ-ଡେନସିଟି ଲିପୋପ୍ରୋଟିନ୍ସ କିମ୍ବା କୁହାଯାଏ। ଏହା ମହମ ଭଳି ଏକ ଚିପଚାପ ପଦାର୍ଥ ହୋଇଥାଏ, ଯାହା ଧମନୀରେ ଫ୍ୟାଟ ଆକାରରେ ଜମା ହୋଇଯାଏ ଏବଂ ରକ୍ତ ପ୍ରବାହକୁ ରୋକିଥାଏ। ରକ୍ତ ସଞ୍ଚାଳନ ନ ହେବାଦ୍ୱାରା ବ୍ୟକ୍ତିଙ୍କ କୌଣସି ବି ଅଙ୍ଗ ପାଇଁ ଘାତକ ହୋଇପାରେ। କିନ୍ତୁ ଯଦି ମସ୍ତିଷ୍କ ଏବଂ ହୃଦୟ ଧମନୀରେ ପ୍ରବାହିତ ହେବା ବନ୍ଦ ହୋଇଯାଏ ତାହେଲେ ବ୍ୟକ୍ତିଙ୍କର ଆକସ୍ମିକ ମୃତ୍ୟୁ ମଧ୍ୟ ହୋଇପାରେ। ଏଥିପାଇଁ କୁହାଯା, କୋଲେଷ୍ଟ୍ରଲକୁ ଯେତେ ଜଲଦି ହୋଇପାରୁଛି କମ୍‌ କରନ୍ତୁ।

କୋଲେଷ୍ଟ୍ରଲକୁ କମ୍‌ କରିବାରେ ବ୍ୟାୟାମ ଏବଂ ଡାଏଟର ବହୁ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିପାରେ କିନ୍ତୁ ଡାଏଟରେ ଏକ ଏମିତି ସୁପର ଫୁଡ୍‌ ରହିଛି ଯାହା କୋଲେଷ୍ଟ୍ରଲ ରୋଗୀଙ୍କ ପାଇଁ ବରଦାନ ପ୍ରେମାଣିତ ହୋଇପାରେ। ଏହି ସୁପର ଫୁଡ୍‌ ବା ବେଷ୍ଟ ମେଡିସିନ୍‌ ହେଉଛି ‘ଭେଣ୍ଡି’। ଭେଣ୍ଡି ବହୁତ ଯାଗାରେ ଅତି ସହଜରେ ଏବଂ ଶସ୍ତାରେ ମିଳୁଥିବା ପରିବା। ଭେଣ୍ଡି କୋଲେଷ୍ଟ୍ରଲ ରୋଗୀଙ୍କ ପାଇଁ ସବୁଠୁ ବଢ଼ିଆ ଔଷଧ ମଧ୍ୟ ହୋଇପାରେ।

Okraକୋଲେଷ୍ଟ୍ରଲକୁ କମ୍‌ କରିବାରେ କାହିଁକି ମହତ୍ତ୍ୱପୂର୍ଣ୍ଣ ହେଉଛି ଭେଣ୍ଡି ଜାଣନ୍ତୁ

ସର୍ବପ୍ରଥମେ ଭେଣ୍ଡି କୋଲେଷ୍ଟ୍ରଲ ଫ୍ରି ହୋଇଥାଏ। ଅର୍ଥାତ ଏଥିରେ କୋଲେଷ୍ଟ୍ରଲର ମାତ୍ରା ଏକଦମ୍‌ ଶୂନ। ଭେଣ୍ଡିରେ ବାହାରୁଥିବା ଲାଳାଅଂଶକୁ ମ୍ୟୁସିଜେଲ କୁହାଯାଏ। ଆଉ ଭେଣ୍ଡିର ଏହି ଜେଲ ହିଁ ଏକମାତ୍ର ପଦାର୍ଥ ଯାହା କୋଲେଷ୍ଟ୍ରଲ ରୋଗୀଙ୍କ ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପରିବା। ଯେତେବେଳେ ଭେଣ୍ଡିକୁ ଖାଇବାବେଳେ କୋଲେଷ୍ଟ୍ରଲ ରୋଗୀଙ୍କ ଶରୀରରେ ଏହି ଜେଲ ଯାଏ, ସେତେବେଳେ ପାଚନ ସମୟରେ କୋଲେଷ୍ଟ୍ରଲ ସହିତ ମିଶିଯାଏ। ଏହାଦ୍ୱାରା ଶରୀରର ପାଚନତନ୍ତ୍ର ମଧ୍ୟ ବେଷ୍ଟ ମ୍ୟାଟେରିଆଲ ଭାବି ମଳ ସହିତ ବାହାରକୁ ବାହାର କରିଥାଏ। ଏହାଦ୍ୱାରା ହିଁ ଶରୀରରେ କୋଲେଷ୍ଟ୍ରଲ ବଢ଼ିନଥାଏ। ଭେଣ୍ଡି ଖାଇବା ଦ୍ୱାରା ଧୀରେ ଧୀରେ କୋଲେଷ୍ଟ୍ରଲ ଶରୀରରୁ ବାହାରକୁ ବାହାରିଯାଇଥାଏ।

ଭେଣ୍ଡିର ମଞ୍ଜି ମଧ୍ୟ କୋଲେଷ୍ଟ୍ରଲ କମ୍‌ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଏ

କୋଲେଷ୍ଟ୍ରଲ କମ୍‌ କରିପାରେ ମଧ୍ୟ ଭେଣ୍ଡି ମଞ୍ଜି ବହୁତ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ରିସର୍ଚ୍ଚ ଅନୁଯାୟୀ ଭେଣ୍ଡିର ମେଞ୍ଜି ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ କମ୍‌ ହୋଇଥାଏ। କେବଳ ଏତିକି ନୁହେଁ ଭେଣ୍ଡିର ମଞ୍ଜିରେ ଥିବା ପଲିସେକେରାଇଡସ୍‌ କୋଲେଷ୍ଟ୍ରଲ କମ୍‌ କରିବା ଏବଂ କ୍ୟାନ୍ସରର ସମ୍ଭାବନାକୁ କମ୍‌ କରିଥାଏ। ଏମିତି ଏକ ରିସର୍ଚ୍ଚ ମୂଷା ଉପରେ କରାଗଲା, ଯେଉଁଥିରେ ୪୨ ଦିନ ପଯ୍ୟର୍ନ୍ତ ମୂଷାକୁ ଭେଣ୍ଡିର ମଞ୍ଜି ଖାଇବାକୁ ଦିଆଗଲା ଏବଂ ଦେଖାଗଲା ଯେ ତାଙ୍କର ଓଜନ ଏବଂ କୋଲେଷ୍ଟ୍ରଲ ଉଭୟ କମ ହୋଇଗଲା।

କିନ୍ତୁ ଭୂଲ ଉପାୟରେ ଖାଆନ୍ତୁନାହିଁ ଭେଣ୍ଡି

ଆପଣଙ୍କୁ ଏହା ମଧ୍ୟ ଧ୍ୟାନ ରଖିବାକୁ ପଡିବ ଯେ ଆପଣ ଭେଣ୍ଡିକୁ ଯେପରି ଭୂଲ ଉପାୟରେ ନ ଖାଆନ୍ତି। ନଚେତ ଫାଇଦା ବଦଳରେ କ୍ଷତି ହୋଇପାରେ। କୋଲେଷ୍ଟ୍ରଲ କମ୍‌ କରିବା ପାଇଁ ଭେଣ୍ଡିକୁ ଆପଣ ଅନେକ ରୂପରେ ବ୍ୟବହାର କରିପାରିବେ। ଭେଣ୍ଡିକୁ କାଟି ରାତିରେ ପାଣିରେ ଭିଜାଇ ସକାଳୁ ଏହି ପାଣି ପିଇପାରିବେ। ଏହାବ୍ୟତୀତ ଭେଣ୍ଡି ତରକାରୀ କରି ମଧ୍ୟ ଖାଇପାରିବେ। କିନ୍ତୁ ବହୁତ ଲୋକ ଭେଣ୍ଡିକୁ ଡିପ୍‌ ଫ୍ରାଏ କରି କୁରକୁରା ବନାଇ ଖାଆନ୍ତି। କିନ୍ତୁ ଏହି ଉପାୟ ଆପଣଙ୍କ ପାଇଁ ଲାଭକାରୀ ହେବନାହିଁ। ଭେଣ୍ଡିରେ ପ୍ରାକୃତିକ ନମନୀୟ ଥାଏ, ଏଥିପାଇଁ ଆପଣ ଏହାକୁ ଅଳ୍ପ ତେଲରେ କିମ୍ବା ନନଷ୍ଟିକ କଡାର ଭାଜି ଖାଇପାରିବେ। ଭେଣ୍ଡିକୁ ପୋଡି କିମ୍ବା ଫ୍ରାଏ କରି ଖାଇଲେ ଏଥିରେ ଥିବା ଭିଟାମିନ୍ସ ନଷ୍ଟ ହୋଇଯାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button