IBN ଓଡ଼ିଶା ବ୍ୟୁରୋ

ଆପଣ ଅଧିକ ସୋଡା ପିଉଛନ୍ତି କି ? ହିପ୍ପୋକ୍ୟାମ୍ପସ୍‌ ହୋଇଯିବ ଛୋଟ, ମାଡିଆସିବ ଏହିସବୁ ରୋଗ

ଖରାଦିନେ ସାଧାରଣ ଲୋକେ ଖରାରେ ହାଲିଆ ହୋଇପଡିଥିଲେ କିମ୍ବା ଘରକୁ ଅତିଥି ଆସିଲେ ମିଠା ପାନୀୟ ପିଇବାକୁ ଦିଆଯାଇଥାଏ। କିନ୍ତୁ ଏହା ଆପଣଙ୍କ ଶରୀର ପାଇଁ କେତେ ଉପକାରୀ ଆପଣ ଜାଣନ୍ତି କି ? ଆପଣ ଗରମ ଦିନରେ ଅଧିକ ସୋଡା ପିଉଛନ୍ତି କି ? ଯଦି ଏପରି କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ରିସର୍ଚ୍ଚରୁ ଜଣାପଡିଛି ଯେ, ଅଧିକ ସୋଡା ପିଇବା ଦ୍ୱାରା ସ୍ମରଣ ଶକ୍ତି ଦୁର୍ବଳ ହୋଇପଡେ। ଅଧିକ ମିଠାପାନୀୟ ପିଇବା ଦ୍ୱାରା ଷ୍ଟ୍ରୋକ ଏବଂ ଡିମେନସିଆ ଭଳି ରୋଗ ହେବାର ଆଶଙ୍କା ରହିଥାଏ। ଫଳରେ ସ୍ମରଣ ଶକ୍ତି ଉପରେ ଅଧିକ ପ୍ରଭାବ ପଡିଥାଏ।

soda

ହିପ୍ପୋକ୍ୟାମ୍ପସ ଛୋଟ ହୋଇଯାଏ :

ଏକ ରିସର୍ଚ୍ଚ ମୁତାବକ, ଅଧିକ ମାତ୍ରାରେ ସୋଡା ଏବଂ ମିଠାପାନୀୟ ପିଇବା ଦ୍ୱାରା ସ୍ମରଣ ଶକ୍ତି ଦୁର୍ବଳ ହୋଇଯାଏ। ବ୍ରେନ ଭଲ୍ୟୁମ ରିଡ୍ୟୁସ ହୋଇଯାଏ। ହିପ୍ପୋକ୍ୟାମ୍ପସ ( ମସ୍ତିଷ୍କର ସେହି ଭାଗ, ଯେଉଁଠି ଶିଖିବା ଏବଂ ସ୍ମରଣ ରଖିବା ପାଇଁ ସାହାଯ୍ୟ କରେ) ତାହା ଛୋଟ ହୋଇଯାଏ।

drink

ଏହି ରିସର୍ଚ୍ଚରୁ ଜଣାପଡିଛି ଯେ, ପ୍ରତିଦିନ ଆର୍ଟିଫିସିଆଲ ଡ୍ରିଙ୍କସ ଯେପରି ସୋଡା ପିଇବା ଦ୍ୱାରା ଷ୍ଟ୍ରୋକ ଏବଂ ଡିମେନସିଆ ଭଳି ରୋଗର ବିପଦ ତିନି ଗୁଣା ବଢିଯାଇଥାଏ। ଏହାଛଡା ଅତ୍ୟଧିକ ମିଠାପାନୀୟ ପିଇଲେ ସୁଗାର ଲେବଲ ବଢିବା ସହିତ ମୋଟାପଣ ମଧ୍ୟ ବୃଦ୍ଧି ପାଇଥାଏ। ତେଣୁ ଆପଣ ଯେତେ ସମ୍ଭବ ଏହାଠାରୁ ଦୂରେଇ ରହିବା ଉଚିତ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button