ରାଜ୍ୟ

ଗୁପ୍ତେଶ୍ୱର ଠାରେ ଜଳାଭିଷେକ କର ଆଦାୟ ବନ୍ଦ ନ ହେଲେ ହାଇକୋର୍ଟର ଦ୍ୱାରସ୍ଥ ହେବ କମିଟି

ଜୟପୁର : ଗୁପ୍ତେଶ୍ୱର ପୀଠରେ ଜଳାଭିଷେକ କର ଆଦାୟ ବନ୍ଦ କରିବାକୁ ଦାବି କରାଯାଇଛି । ଯଦି ବନ୍ଦ ନକରନ୍ତି ତେବ ହାଇକୋର୍ଟର ଦ୍ୱାରସ୍ଥ ହେବା ସହ । ଆସନ୍ତା ରବିବାର ଗୁପ୍ତେଶ୍ୱର ଯାଇ ଯାତ୍ରୀ ମାନଙ୍କୁ ଟଙ୍କା ନଦେବା ପାଇଁ କହିବୁ । ଏନେଇ ଗତକାଲି ଜୟପୁର ନାଗରିକ କମିଟି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନି କରି ଏହି ସୂଚନା ଦେଇଛନ୍ତି । କମିଟର ସଭାପତି ମିନ କେତନ ଦାସ, ସଦସ୍ୟ ଗଙ୍ଗା ଧର ନନ୍ଦ, ସୁରେଶ ଦାସ, ହେମନ୍ତ ମହାପାତ୍ର ଉପସ୍ଥିତ ଥିଲେ । ଏହା ସମଗ୍ର ଦକ୍ଷିଣ ଓଡିଶା ଆନ୍ଧ୍ର ଓ ଛତିଶଗଡର ହିନ୍ଦୁ ସେବକ ମାନଙ୍କର ଏକ ପ୍ରସିଦ୍ଧ ଶୈବପୀଠ ଅଟେ । ଏଠାକୁ ବର୍ଷ ସାରା ଆସିବା ସହ ଶ୍ରାବଣ ମାସ ସୋମବାର ଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ନଦୀରେ ସ୍ନାନ କରି କାଉଡିରେ ପାଣି ଭୋଇ ଶହ ଶହ କିଲୋ ମିଟର ଦୁର ପଥ ଦେଇ ବନ ପାହାଡ, ନଦୀ ନାଳ ଦେଇ ବହୁତ କଷ୍ଟରେ ଏଠାକୁ ଆସି ମହାଦେବଙ୍କ ଦର୍ଶନ ଓ ଜଳାଭିଷେକ କରନ୍ତି । ଏପରି ସ୍ଥଳେ ବୋଝ ଉପରେ ନଳିତା ବିଡା ପରି ପ୍ରଶାସନ ପକ୍ଷରୁ ମୁଣ୍ଡ ପିଛା ୧୦ ଟଙ୍କା ଆଦାୟ କରିବା ପାଇ ଯେଉଁ ପ୍ରୟାସ କରାଯାଉଛି ତାହାକୁ ନିନ୍ଦା କରାଯାଉଛି । କାହାର ନିଦ୍ଦେଷ ନଥିବା ସ୍ୱତ୍ୱେ ଜୟପୁର ଉପଖଣ୍ଡ ପ୍ରଶାସନ ଏପରି ନିଷ୍ପତି ନେଇଛି । ଏହି କର ଆଦାୟକୁ ତୁରନ୍ତ ବନ୍ଦ କରିବା ସହ ଶିବରାତ୍ରିର ମଧ୍ୟ ଗୁପ୍ତେଶ୍ୱର ଠାରେ ଏହା ଆଦାୟ କରିବାର ବ୍ୟବସ୍ଥାକୁ ଉଛେଦ କରି ହିନ୍ଦୁ ଧାର୍ମିକ ଭାବନାକୁ ଅଧିକ ଆଘାତ ନ କରିବା ନିମନ୍ତେ ଦାବି କରାଯାଇଛି । ଏହା ସହ ଜୟପୁର ନାଗରିକ କମିଟି ତରଫରୁ ଅଟୋ ଦର ନିର୍ଦ୍ଧାରିତ କରିବା ସହ ସହରରେ ଟାଉନ ବସ ଚଳ ପ୍ରଚଳ କରିବାକୁ ଦାବି କରାଯାଇଛି । ଏନେଇ ଜିଲାପାଳଙ୍କୁ ଦାବ ପତ୍ର ପ୍ରଦାନ କରାଯାଇଛି । ଜୟପୁର ଠାରୁ ଜିଲା ଚିକିତ୍ସାଳୟ, ରେଳ ଷ୍ଟେସନ, ଏୟାର ପୋର୍ଟ, ଆଦର୍ଶ ବିଦ୍ୟାଳୟ ବସ ଷ୍ଟାଣ୍ଡ ଠାରୁ ବହୁ ଦୁରରେ ରହିଛି । ଲୋକ ମାନେ ଚାଲିକି ଯାଇ ପାରୁ ନାହାଁନ୍ତି । ଅଧିକା ଦର ଦେଇ ଅଟୋରେ ଯିବାକୁ ପଡୁଛି । ଅଟୋରେ କାହାରି ମିଟର ନାହିଁ । ଅଟୋ ଚାଳକ ମାନେ ମନ ଇଛା ଟଙ୍କା ଦାବି କରୁଛନ୍ତି ।ଏହା ସହ ଅଟୋ ଚାଳକ ମାନେ ଅଧିକା ଟଙ୍କା ଦାବି କରୁଛନ୍ତି । ଯାତ୍ରୀ ମାନେ ହଇରାଣ ହରକତ ହେଉଛନ୍ତି । ସେଥି ପାଇ ଟାଉନ ବସ ଗୋଟିଏ ଚଳା ଚଳ କରିବାକୁ ନାଗରିକ କମିଟିର ସଭାପତି ମିନ କେତନ ଦାସ ଦାବି କରିଛନ୍ତି । ସେହିପରି ଭାରତୀୟ ଷ୍ଟେଟ ବ୍ୟାଙ୍କର ଜୟପୁର ମୁଖ୍ୟ ଶାଖାର ନିଜସ୍ୱ ଜାଗାରେ ସ୍ଥାୟୀ କୋଠା କରି ସେଠାରେ ବ୍ରାଞ୍ଚ କରିବାକୁ ସିଜିଏମ ଏସବିଆଇ ଭୁବନେଶ୍ୱରକୁ ନାଗରିକ କମିଟି ତରଫରୁ ଦାବି କରାଯାଇ ଦାବି ପତ୍ର ପ୍ରଦାନ କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button