ରାଜ୍ୟ

ତାଇକୋଣ୍ଡୋ ପ୍ରତିଯୋଗିତାରେ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଲେ ନିତେଶ

ଯାଜପୁର : କମାଲ କଲେ କୁନି ଛାତ୍ର । ଯେଉଁ ବୟସରେ ପିଲାମାନେ ଖେଳକୁଦରେ ମନ ରଖନ୍ତି ସେହି ବୟସରେ ଆଣିଛନ୍ତି ସଫଳତା । ଏମିତି ଜଣେ କୁନି ଛାତ୍ର ହେଉଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମିର୍ଜାପୁର ପଂଚାୟତ ଅରଙ୍ଗାବାଦ ଗ୍ରାମର ନିତେଶ ସାହୁ । ବୟସ ମାତ୍ର ୭ବର୍ଷ ୮ ମାସ । ହେଲେ ଏହି ବୟସରେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ କୁନି ଛାତ୍ର ନିତେଶ ସାହୁ ।

ତାଇକୋଣ୍ଡୋ ପ୍ରତିଯୋଗିତାରେ ୧୪ଟି ମେଡାଲ ଜିତି ‘ଆଇବିଆର ଆଚିଭର’ ଟାଇଟଲ ହାସଲ କରିଛନ୍ତି। ୨୦୨୨ ମସିହାରୁ ୨୦୨୪ ମଧ୍ୟରେ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ଖେଳି ୯ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ, ୩ଟି ବ୍ରୋଞ୍ଚ ପଦକ ହାସଲ କରି ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି । ଏହି କୁନି ବାଳକର ପ୍ରତିଭାକୁ ନେଇ ଧର୍ମଶାଳା ଅଂଚଳରେ ଚର୍ଚ୍ଚା । ଏଥିପାଇଁ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ତାଙ୍କ ନିକଟକୁ ଆସି ପହଞ୍ଚିଛି ପ୍ରମାଣ ପତ୍ର, ମେଡାଲ, ବହି, କଲମ, ପରିଚୟ ପତ୍ର ଓ ବ୍ୟାଚ ।

ତେବେ ଜାରକା ଅଂଚଳରେ ରହୁଥିବା ବାପା ସନ୍ତୋଷ ସାହୁ ଓ ମା ପ୍ରିୟଦର୍ଶିନୀ ସାହୁଙ୍କର କୁନି ପୁତ୍ର ହେଉଛନ୍ତି ନିତେଶ । ପୁଅର ଏହି ବୟସରେ ଏଭଳି ପ୍ରତିଭା ଦେଖି ବାପା ଓ ମା ବେଶ ଖୁସି ଏବଂ ଗର୍ବ ଅନୁଭବ କରିଛନ୍ତି । ନିତେଶଙ୍କୁ ଏହି ସଫଳତା ମିଳିବା ପରେ ଧର୍ମଶାଳା ତାଇକୋଣ୍ଡୋ ଏକାଡେମୀ ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜାରକା ସ୍ଥିତ ଷ୍ଟାଡିୟମ ପରିସରରେ ଏକାଡେମୀର ଛାତ୍ରଛାତ୍ରୀ ଓ କୋଚ୍ ଯୋଗଦେଇ ଶୁଭେଚ୍ଛା ଜଣାଇବା ସହ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button