ଡାଇବେଟିସ ରୋଗୀ କଣ ଖାଇବେ ଓ କଣ ଖାଇବେ ନାହିଁ ?

। ଆଜିର ସମୟରେ ପ୍ରାୟତଃ ସମସ୍ତଙ୍କ ଠାରେ ହିଁ ମଧୁମେହ ରୋଗ ଦେଖିବାକୁ ମିଳୁଛି । ପ୍ରାୟତଃ ଏହା ୫୦ ବର୍ଷରୁ ଉର୍ଦ୍ଧ ଲୋକଙ୍କ ଠାରେ ହିଁ ଦେଖିବାକୁ ମିଳିଥାଏ, କିନ୍ତୁ ବର୍ତ୍ତମାନ ର ସମୟରେ ଏହା ଖୁବ କମ ବୟସର ଲୋକଙ୍କ ଠାରେ ମଧ୍ୟ ଦେଖିବାକୁ ମିଳୁଛି । ପୂର୍ବରୁ ଲୋକ ମାନଙ୍କ ଠାରେ ଏତେ ପରିମାଣ ର ଏହି ମଧୁମେହ ବା ଡାଇବେଟିସ ରୋଗ ଦେଖିବାକୁ ମିଳୁ ନଥିଲା । କିନ୍ତୁ ଆଜିର ସମୟରେ ଏତେ ମାତ୍ରାରେ ଦେଖିବାକୁ ମିଳୁଛି ଏହାର କାରଣ ହେଉଛି ଆଜିକାଲିର ଖାଦ୍ଯ ପେୟ ତଥା ଜୀବନ ଶୈଳୀ ।
ଯାହା କେବଳ ଡାଇବେଟିସ ହିଁ ନୁହେଁ ଅପିତୁ ଆହୁରି ଭିନ୍ନଭିନ୍ନ ରୋଗର କାରଣ ଅଟେ । ବନ୍ଧୁଗଣ ଆପଣ ଯଦି ଡାଇବେଟିସ ରୋଗରେ ଗ୍ରସ୍ତ, ତେବେ ସର୍ବପ୍ରଥମେ ଆପଣଙ୍କୁ ଏହା ପ୍ରତି ସଚେତନତା ଅବଲମ୍ବନ କରିବାକୁ ପଡିବ । ନିଜର ଖାଇବା, ପିଇବା, ଶୋଇବା ପ୍ରତ୍ଯେକ ଜିନିଷ କୁ ସମୟାନୁସାରେ କରିବାକୁ ପଡିବ ।
ଏହା ସହ ପ୍ରତିଦିନ ବ୍ୟାୟାମ ମଧ୍ୟ ନିହାତି କରିବା ଉଚିତ । ସଧାରଣତଃ ଦେଖିବାକୁ ଗଲେ ମଣିଷ କୁ ପ୍ରତିଦିନ ୧୪୦୦ ରୁ ୧୬୦୦ ଯୁକ୍ତ ଖାଦ୍ୟ ହିଁ ଖାଇବା କଥା । ଏକ ରୁଟି ପ୍ରସ୍ତୁତ ହେବାରେ ପ୍ରାୟତଃ ୩୦ ଗ୍ରାମ ଅଟା ରେ ତିଆରି ହୋଇଥାଏ । ଯଦି ଆପଣ ଏକ ରୁଟି ଖାଉଥା’ନ୍ତି ତେବେ ସେଥିରେ ପାଖାପାଖି ୧୦୦ ରୁ ୧୨୦ କ୍ୟାଲୋରି ରହୁଛି ।
ଣ୍ଡ ରୁଟି ଖାଉଛନ୍ତି, ତେବେ ଆପଣ ୪୦୦ କ୍ୟାଲୋରି ଖାଉଛନ୍ତି । ତେଣୁ ଆପଣ ଯେଉଁ ଡକ୍ଟରଙ୍କ ସହ ପରାମର୍ଶ କରୁଛନ୍ତି ତାଙ୍କ ଠାରୁ ଆପଣ ଏକ ଡାଏଟ ତାଲିକା କୁ ଆପଣଙ୍କ ଦୈନଦିନର ପରିଶ୍ରମ ଅନୁସାରେ ପ୍ରସ୍ତୁତ କରି ନିଅନ୍ତୁ । ଏବଂ ଏହାକୁ ନିୟମ ଅନୁସାରେ ଅନୁସରଣ କରି ଚାଲନ୍ତୁ । ଏହାଛଡା ଆମ ଓଡିଶାରେ ଯେପରି ଖାଦ୍ଯର ପ୍ରଣାଳୀ ରହିଛି ତାହା ବାସ୍ତବରେ ଖୁବ ଭଲ ଯେପରି ଆମେ ଖାଦ୍ଯରେ ଆମେ ଭାତ, ରୁଟି, ସନ୍ତୁଳା, ଡାଲି, ସାଗ, ମାଛ ସବୁ କିଛି ରୁ ଅଳ୍ପ ଅଳ୍ପ କରି ନେଇଥାଉ ।
ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ ହୋଇଥାଏ । ଚୂନା ମାଛ ଡାଇବେଟିସ ରୋଗୀଙ୍କ ପାଇଁ ଖୁବ ଭଲ ହୋଇଥାଏ । ଏହାଛଡା ଡାଇବେଟିସ ରୋଗୀ ମାନେ ଫଳ ମାନ ମଧ୍ୟ ଖାଇ ପାରନ୍ତି । କିନ୍ତୁ ଅଧିକ ଫଳ ସେବନ କରିବା ଉଚିତ ହୋଇ ନଥାଏ । ଆପଣ ପ୍ରତ୍ଯେକ ଦିନ ଏକ ଫଳ ର ସେବନ କରି ପାରିବେ । ବିଶେଷ କରି କଦଳୀ ଖାଇବା ସମୟରେ ଧ୍ୟାନ ଦେବା ଉଚିତ ।
କଦଳୀ ରେ କ୍ୟାଲୋରି ର ମାତ୍ରା କିଛି ଅଧିକ ରହିଥାଏ । ତାହାଛଡା ମିଠା ଜାତୀୟ ଖାଦ୍ୟ ମାନଙ୍କରେ କ୍ୟାଲୋରି ପ୍ରଚୁର ମାତ୍ରାରେ ରହିଥାଏ । ତେଣୁ ଚିନୀ, ଗୁଡ, ମହୁ, ମିଶ୍ରି ମିଠା, ରସଗୋଲା ଆଦି ଖାଇବା ଉଚିତ ହୋଇ ନଥାଏ । ତେଣୁ ଏଗୁଡ଼ିକୁ ସେବନ କରିବା ପୂର୍ବରୁ ଆପଣ ନିଜର ଡକ୍ଟର ଙ୍କ ସହ ଥରେ ପରାମର୍ଶ ନିଶ୍ଚୟ କରି ନେବା ଉଚିତ ।
ଡାଇବେଟିସ ପ୍ରାୟତଃ ପ୍ରତ୍ଯେକ ବୟସ ର ବ୍ୟକ୍ତି ଙ୍କ ଠାରେ ହେବାର ଦେଖା ଯାଇଥାଏ । ସେହି ହିସାବରେ ସବୁ ରୋଗୀ ଙ୍କର ଚିକିତ୍ସା ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ତେଣୁ ଡାଇବେଟିସ ରୋଗୀ ମାନଙ୍କୁ ନିଜର ଖାଦ୍ୟ ପାନୀୟ ଉପରେ ଧ୍ୟାନ ଦେବା ସହ ନିୟମିତ ଔଷଧ ର ସେବନ କରିବେ । ଓ ଏହାସହ ଶାରୀରିକ ପରିଶ୍ରମ କିଛି କରିବେ ଏହାଦ୍ବାରା ଆପଣ ଏହାରୁ ମୁକ୍ତ ହୋଇ ପାରିବେ ।