IBN ଓଡ଼ିଶା ବ୍ୟୁରୋ

ଯଦି ଏହି ଫୁଲ କେଉଁଠି ଆପଣ ପାଇଯାନ୍ତି ତୁରନ୍ତ ନେଇ ଆସନ୍ତୁ, ବଦଳିଯିବ ଆପଣଙ୍କ ଭାଗ୍ୟ, ଦେଖନ୍ତୁ କେମିତି

ସୂଚନା ଅନୁସାରେ ବିଭିନ୍ନ ପ୍ରଜାତିର ଫୁଲ ଆମେ ସମସ୍ତେ ଦେଖିବାକୁ ପାଇଥାଉ । ବିଭିନ୍ନ ପ୍ରକାରର ରଙ୍ଗ ଓ ବାସ୍ନା ଜାତୀୟ ଫୁଲ ମଧ୍ୟ ବଗିଚାରେ ଲଗେଇବା ପାଇଁ ବହୁତ ଲୋକ ପସନ୍ଦ କରିଥାନ୍ତି । ସେଥି ମଧ୍ୟରୁ ସଦାବିହାରୀ ଫୁଲ ଅନ୍ୟତମ । ଏହି ଫୁଲର ଉପକାରୀ ସମ୍ବଦ୍ଧରେ ବହୁତ ଅଳ୍ପ ଲୋକ ଅବଗତ ଥାଆନ୍ତି । ଆଜି ଏହି ଫୁଲର ବିଶେଷ ଗୁଣାବଳୀ ବିଷୟରେ ଅନେକ କିଛି ସୂଚନା ଜାଣିବାକୁ ପାଇପାରିବେ ।

 

ଏହି ସଦାବିହାରୀ ଫୁଲ ଡାଇବେଟିସ ରୋଗୀଙ୍କ ପାଇଁ ସଞ୍ଜିବନୀ ବୁଟୀ ଭଳି କାର୍ଯ୍ୟ କରିଥାଏ । ସଦାବିହାରୀ ଗଛର ୩ ରୁ ୪ ଟି କଅଁଳ ପତ୍ରକୁ ଚୋବାଇ ତାର ରସ ଶୋଷୀ ଦିଅନ୍ତୁ । ଏହା ପରେ ଅଳ୍ପ ପାଣିର ସେବନ କରନ୍ତୁ । ଏହିପରି ଭାବରେ ୭ ରୁ ୮ ଦିନ କରିବା ପରେ ଡାଇବେଟିସ ରୋଗୀଙ୍କର ଡାଇବେଟିସ ନିୟନ୍ତ୍ରଣ ହୋଇଯାଏ । ଯଦି ଏହାକୁ ଚୋବାଇ ଖାଇବା ପସନ୍ଦ କରୁ ନାହାନ୍ତି । ତେବେ ଏକ ଗ୍ଲାସ ଗରମ ପାଣିରେ ୩ ଟି ଫୁଲକୁ ୫ ମିନିଟ ପର୍ଯ୍ୟନ୍ତ ଭିଯାଇ ରଖନ୍ତୁ ।

ଏହି ପରି ଭାବରେ ୮ ରୁ ୧୦ ଦିନ ପର୍ଯ୍ୟନ୍ତ ସକାଳେ ସେହି ଫୁଲ ଭିଜା ହୋଇଥିବା ପାଣିରୁ ଫୁଲକୁ କାଢି ସକାଳେ ଖାଲି ପେଟରେ ସେବନ କରନ୍ତୁ । ସୁଗାର ଲେବଲ କମ୍ କରିବା ପାଇଁ ଏହି ଉପଚାର ପ୍ରଭବଶାଳୀ ହୋଇଥାଏ । ଯେଉଁ ମାନଙ୍କର କାଛୁ କୁଣ୍ଡିଆ ଭଳି ଚର୍ମ ଜନିତ ସମସ୍ଯା ରହୁଥିବ । ସେମାନେ ଏହି ଗଛର ପତ୍ର ଛିଡାନ୍ତୁ ।

 

ସେଥିରୁ ଯେଉଁ କ୍ଷୀର ବାହାରିବ । ତାହାକୁ ଆପଣ କାଛୁ ହୋଇଥିବା ଜାଗାରେ ଲଗାନ୍ତୁ । ଏହା ବହୁତ ଶୀଘ୍ର ଭଲ ହୋଇଯିବ । ଯେଉଁ ପୁଅ କିମ୍ବା ଝିଅ ମାନଙ୍କର ମୁହଁରେ ବ୍ରଣ ହେଉଥିବ । ସେମାନେ ଏହି ଗଛର ୪ ରୁ ୫ ଟି ଫୁଲ କିମ୍ବା ପତ୍ରକୁ ଛିଡାଇ ତାହାକୁ ବାଟି ବ୍ରଣ ହୋଇଥିବା ଜାଗାରେ ଦିନକୁ ୧ ରୁ ୨ ଥର କିଛି ଦିନ ଲଗାଇବା ଦ୍ଵାରା ମୁହଁରୁ ବ୍ରଣ କମିଯିବ ଓ ମୁହଁରେ ଏକ ପ୍ରକାର ଗ୍ଲୋ ଆସିଯିବ ।

କେଶକୁ ଲମ୍ବା, ଘନ ଓ କଳା କରିବା ପାଇଁ ଚାହୁଁଥିଲେ । ସଦାବିହାରୀ ଗଛର ୨ ରୁ ୩ ଟି ଫୁଲକୁ ସକାଳେ ଖାଲି ପେଟରେ ଚୋବାଇ ଖାଆନ୍ତୁ । ଏହା କେଶକୁ ସୁନ୍ଦର କରିବା ସହ ବହୁତ ଦିନ ପର୍ଯ୍ୟନ୍ତ କଳା ରଖିବାରେ ସାହାଜ୍ଯ କରିଥାଏ । ଦେହରେ ଇମ୍ମ୍ଯୁନୀଟି ପାୱାର ବଢେଇବା ପାଇଁ ମଧ୍ୟ ଏହା ବହୁତ ମାତ୍ରାରେ ସାହାଜ୍ଯ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button