IBN ଓଡ଼ିଶା ବ୍ୟୁରୋ

ପୁରୁଷ ମାନଙ୍କ ମଧ୍ୟରେ ଥିଲେ ଏହି 4 ଲକ୍ଷଣ, ଆକାଶରୁ ଦେବତା ବି କରନ୍ତି ପ୍ରଣାମ

। ସୂଚନା ଅନୁସାରେ ବିଦୁର ନୀତି ଅନୁସାରେ ଦୁନିଆରେ ଥିବା ସମସ୍ତ ପୁରୁଷ ଜାତିର ବ୍ୟକ୍ତି ବିଶେଷମାନଙ୍କର ଏପରି କିଛି ବିଶେଷ ଗୁଣ ରହିଥାଏ । ଯେଉଁ କାରଣରୁ ସେମାନଙ୍କୁ ଶାସ୍ତ୍ରରେ ମହାନ ପୁରୁଷର ଆକ୍ଷା ମିଳିଛି । ସେହି ଭଳି ପୁରୁଷ ନିଜ ଜୀବନରେ ନିଜ ପରିଶ୍ରମରେ ଭାଗ୍ୟକୁ ମଧ୍ୟ ବଦଳାଇ ଦେଇଥାଏ । ଏପରି ପୁରୁଷ ମାନଙ୍କ ଉପରେ ଦେବତାଗଣ ମଧ୍ୟ ଅତ୍ୟନ୍ତ ପ୍ରସନ୍ନ ରହିଥାନ୍ତି ।

 

ଏହି ପୁରୁଷ ମାନେ ସମସ୍ତଙ୍କର ଆକର୍ଷଣର ପାତ୍ର ହୋଇପାରିଥାନ୍ତି । ଯଦି ପୁରୁଷମାନଙ୍କ ପାଖରେ ନିନ୍ମଲିଖିତ ଏହି ୪ଟି ଗୁଣ ରହିଥାଏ । ତେବେ ସେହି ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାଏ । ପ୍ରଥମେ ଯେଉଁ ପୁରୁଷମାନଙ୍କୁ ବଶରେ କାବୁ କରି ରଖିବା ଅସମ୍ଭବ ହୋଇଥାଏ । ସେପରି ପୁରୁଷମାନେ ଶ୍ରେଷ୍ଠ ହୋଇଥାନ୍ତି  ଏପରି ପୁରୁଷ କୌଣସି ସୁନ୍ଦରୀ ସ୍ତ୍ରୀର ମାୟା ଜାଲରେ ବାନ୍ଧି ହୋଇରହିପାରେ ନାହିଁ ।

ଯାହା ଦ୍ଵାରା କାହା ଠାରୁ ସେପରି ପୁରୁଷ ଧୋକା ଖାଇବାର ସମ୍ଭାବନା ରହିନଥାଏ । ଏହି ଲୋକମାନେ କାହା ମିଛ ପ୍ରଶଂସାରେ ଶୀଘ୍ର ଖୁସି ହୋଇଯାଇନଥାନ୍ତି । ଏମାନଙ୍କୁ ଯେତେ ମଧ୍ୟ ପ୍ରଶଂସା କରି କୌଣସି ଖରାପ କାର୍ଯ୍ୟ କରିବା ପାଇଁ ବାଧ୍ୟ କରିଯାଏ । ଏମାନେ କେବେ ମଧ୍ୟ ତାହା କରିନଥାନ୍ତି । ଏମାନଙ୍କୁ ଯେତେ ଖରାପ କହି ନିଚା ଦେଖିଲେ ମଧ୍ୟ ଏମାନେ ନିଜ ଉଚିତ ବିଶ୍ବାସରେ ଅଟଳ ରହିଥାନ୍ତି ।

 

ଏମାନେ ନର ଭିତରେ ଶ୍ରେଷ୍ଠ ହୋଇଥାନ୍ତି । ଦିତୀୟରେ ଯେଉଁ ପୁରୁଷର କେହି ଶତ୍ରୁ ନଥାନ୍ତି ସେମାନେ ମଧ୍ୟ ଶ୍ରେଷ୍ଠ ବିବେଚିତ ହୋଇଥାନ୍ତି । ଏହି ଦୁନିଆରେ ବହୁତ କମ୍ ଲୋକ ଅଛନ୍ତି । ଯେଉଁ ମାନଙ୍କର କେହି ମଧ୍ୟ ଶତ୍ରୁ ନଥାନ୍ତି । ଯିଏ କାହାକୁ ନିଜ ଶତ୍ରୁ ନବନାଇ ମିତ୍ର କରି ରଖିଥାଏ ଓ ତାଙ୍କ ସହିତ ଉଚିତ ବ୍ୟବହାର କରିଥାଏ । ଏପରି ପୁରୁଷଙ୍କୁ ଶାସ୍ତ୍ରରେ ମଧ୍ୟ ଯୋଗ୍ୟ ବିବେଚିତ କରାଯାଇଛି । ତୃତୀୟରେ ଯେଉଁ ପୁରୁଷ କାହାର ଖରାପ କରିନଥାଏ । ସ୍ଵପ୍ନରେ ସୁଧା କାହାର ଅନିଷ୍ଟ କରିବା ଭାବିନଥାଏ । ସେଭଳି ପୁରୁଷ ମଧ୍ୟ ଉତ୍ତମ ହୋଇଥାଏ ।

ଏହି ଲୋକମାନେ ସର୍ବଦା ଅନ୍ୟର ସାହାଜ୍ଯ କାମରେ ରତ ରହିଥାନ୍ତି । ଚତୁର୍ଥରେ ଯେଉଁ ବ୍ୟକ୍ତି ଅନ୍ୟକୁ କ୍ଷମା ଦେବାର କ୍ଷମତା ରଖିଥାଏ । ଜଣେ ଲୋକ ଯେତେ ବଡ ମଧ୍ୟ ଭୁଲ୍ କରିଥା।   ଯଦି ତାକୁ ଅନ୍ୟ ଜଣେ କ୍ଷମା ଦେଇ ଏପରି ବାରମ୍ବାର ନକରିବାକୁ ଶିଖାଇପାରିବ । ତେବେ ଏହାଠୁ ମହାନ କଥା ଆଉ କିଛି ନହୋଇପାରେ ।

 

ଯେଉଁ ବ୍ୟକ୍ତି କିଛି ହରାଇବାର ଭୟ ନଥାଏ କିମ୍ବା କିଛି ପାଇବାର କାମନା ବା ଲୋଭ ନଥାଏ । ସେହି ବ୍ୟକ୍ତି ମଧ୍ୟ ବିଦୁର ନୀତି ଅନୁସାରେ ନରଶ୍ରେଷ୍ଠ ହୋଇଥାଏ । ଏହିପରି ଉପୋରୋକ୍ତ ବିଶେଷ ଗୁଣ ଥିବା ବ୍ୟକ୍ତିମାନଙ୍କର କେହି ମଧ୍ୟ ଫାଇଦା ଉଠାଇ ପାରିବେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button