IBN ଓଡ଼ିଶା ବ୍ୟୁରୋ
ତୀକ୍ଷ୍ଣ ମସ୍ତିଷ୍କ ପାଇଁ ଅନୁସରଣ କରନ୍ତୁ ଏହି ୫ଟି ଉପାୟ, ଆଜି ଜାଣିଥିବା କଥା ମନେରହିବ ବୁଢା ହେବା ଯାଏଁ

କୁହାଯାଏ ଜୀବନରେ ଆଗକୁ ବଢିବାକୁ ହେଲେ ମଣିଷ ବୁଦ୍ଧିମାନ ହେବା ନିତ୍ୟାନ୍ତ ଆବଶ୍ୟକ ଅଟେ। ଅବଶ୍ୟ ପ୍ରତ୍ୟେକ ମଣିଷର ମସ୍ତିଷ୍କ ସମାନ ଭାବରେ ତୀକ୍ଷ୍ଣ ହୋଇନଥାଏ। ତଥାପି କିଛି ନୀତିଦିନିଆ ଅଭ୍ୟାସ ମାଧ୍ୟମରେ ଆପଣ ନିଜର ମସ୍ତିଷ୍କର ବିକାଶ କରାଇବାରେ ସଫଳ ହୋଇପାରିବେ। ଛୋଟ ଛୋଟ ଜିନିଷ କିମ୍ବା ଘଟଣା ଭୁଲିଯିବା କୌଣସି ଜନ୍ମଗତ ସମସ୍ୟା ନୁହେଁ ବରଂ କିଛି ସାମାନ୍ୟ ଉପାୟରେ ନିଜ ମନକୁ ତୀକ୍ଷ୍ଣ କରିପାରିବେ।

୧. ଉତ୍ତମ ଖାଦ୍ୟ ଯଥା ସବୁଜ ପନିପରିବା, ପୁରା ଶସ୍ୟ, ଫଳ, ବାଦାମ, ଫ୍ୟାଟି ମାଛ, ବ୍ଲୁବେରି, ଷ୍ଟ୍ରବେରି, ଚା, କଫି କୁ ନୀତିଦିନିଆ ଖାଦ୍ୟ ଅଭ୍ୟାସରେ ବ୍ୟବହାର କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ତୀକ୍ଷ୍ଣ ହେବ।

୨. ନିୟମିତ ଭାବରେ ବ୍ୟାୟାମ କରନ୍ତୁ। ଏହା କେବଳ ଯେ ଆପଣଙ୍କ ଶରୀର ସୁସ୍ଥ ରଖେ ତାହା ନୁହେଁ ବରଂ ଆପଣଙ୍କ ମନ ଏବଂ ମସ୍ତିଷ୍କକୁ ମଧ୍ୟ ସୁସ୍ଥ ରଖିଥାଏ।




