IBN ଓଡ଼ିଶା ବ୍ୟୁରୋ

୨ବର୍ଷ ଯାଏ ଚାକିର ନାହିଁ

 

IBN ଓଡିଶା(ବ୍ୟୁରୋ)-ଭୁବନେଶ୍ୱର: କରୋନା ସଂକଟ ଦୃଷ୍ଟିରୁ ୨ ବର୍ଷ ଯାଏଁ ନୂଆ ଚାକିରି ସୃଷ୍ଟି ହେବ ନାହିଁ। କରୋନା ଯୋଗୁଁ ଆର୍ଥିକ ସଂକଟ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପଦକ୍ଷେପ। ଏନେଇ ସବୁ ବିଭାଗକୁ ପ୍ରମୁଖ ସଚିବ ଅଶୋକ ମୀନା ଚିଠି ଲେଖିଛନ୍ତି।

କରୋନା ସଂକଟ ଦୃଷ୍ଟିରୁ ୨ ବର୍ଷ ଯାଏଁ ନୂଆ ଚାକିରି ସୃଷ୍ଟି ହେବ ନାହିଁ। କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ପୋଷ୍ଟ ବାହାରିବ। ଆସନ୍ତା ୨ ବର୍ଷ ମଧ୍ୟରେ କୌଣସି ବିଭାଗ ନୂଆ ଗାଡ଼ି କିଣିପାରିବେନି। ସରକାରୀ ଖର୍ଚ୍ଚରେ ଅଫିସରମାନେ ବିଦେଶ ଗସ୍ତ କରିପାରିବେନି।

ସରକାରୀ ଖର୍ଚ୍ଚରେ ବିଜିନେସ୍ କ୍ଲାସ୍‌ରେ ବିମାନରେ ଯାତ୍ରା କରିପାରିବେନି। ସରକାରୀ ଅଧିକାରୀଙ୍କୁ ପ୍ରଥମ ଶ୍ରେଣୀ ଏସି ଟ୍ରେନରେ ଯାତ୍ରା ମନା କରାଯାଇଛି। ସେହିପରି ସରକାରୀ ଖର୍ଚ୍ଚରେ ବଡ଼ ହୋଟେଲରେ ମିଟିଂ, ସେମିନାର, ଓ୍ୱାର୍କସପ୍ ମନା କରାଯଆଇଛି। ଭିଡିଓ କନ୍ଫରେନ୍ସିଂକୁ ବେଶି ପ୍ରାଧାନ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ୩୧ ମାର୍ଚ୍ଚ ୨୦୨୨ ଯାଏଁ ଲିଭ୍ ଟ୍ରାଭେଲ୍ କନସେସନ୍(LTC) ବନ୍ଦ କରାଯାଇଛି।

ସେହିପରି ହାଉସ୍ ବିଲିଂ ଆଡଭାନ୍ସ, ମୋଟର କାର୍ ଓ କମ୍ପ୍ୟୁଟର ଆଡଭାନ୍ସ ମନା କରାଯାଇଛି। ଡିଜିଟାଲ୍/ଇ- ଦସ୍ତଖସ୍ତକୁ ଗୁରୁତ୍ୱ ଦିଆଯିବ। କାଗଜ ବ୍ୟବହାର ମନା କରାଯାଇଛି। ଅଫିସ୍, ଗେଷ୍ଟ ହାଉସ୍ ଓ ସରକାରୀ କୋଠା ମରାମତି, ନବୀକରଣ ପାଇଁ ଖର୍ଚ୍ଚ ମନା କରାଯାଇଛି। ସରକାରୀ ଅଫିସ୍‌ର ମରାମତି ଖର୍ଚ୍ଚ ୫ ଲକ୍ଷରୁ ବେଶି ହେଲେ ଅନୁମତି ଜରୁରୀ ବୋଲି କୁହାଯାଇଛି।

ସେହିପରି ସରକାରୀ ଆବାସିକ କ୍ୱାର୍ଟର୍ସର ମରାମତି ଖର୍ଚ୍ଚ ୨ ଲକ୍ଷରୁ ବେଶି ହେଲେ ଅନୁମତି ଜରୁରୀ।
ଆଉଟ୍ ସୋର୍ସିଂ, ଅବସର ପରେ ନିଯୁକ୍ତି ଉପରେ ରୋକ୍ ଲଗାଯାଇଛି। ଜରୁରୀ ପଦବୀ ପାଇଁ ଅର୍ଥ ବିଭାଗ ଠାରୁ ପୂର୍ବରୁ ଅନୁମତି ନେବାକୁ ହେବ ବୋଲି କୁହାଯାଇଛି।

ସେହିପରି ମୋ ସରକାରରେ ସାମିଲ୍ ହେବ କୋଭିଡ୍ ପରିଚାଳନା। ଭିଡିଓ କନ୍ଫରେନ୍ସିଂରେ ସମୀକ୍ଷା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରୋଗୀ ଓ କୋଭିଡ୍ ଯୋଦ୍ଧାଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ।

ଫିଡ୍‌ବ୍ୟାକ୍ ସଂଗ୍ରହ ପାଇଁ ଜିଲ୍ଲା କୋଭିଡ୍ ପର୍ଯ୍ୟବେକ୍ଷକ, ବରିଷ୍ଠ ଅଧିକାରୀଙ୍କୁ କୁହାଯାଇଛି। ସଂକ୍ରମଣରୁ ବର୍ତ୍ତିବା ପାଇଁ କରୋନା ଯୋଦ୍ଧାଙ୍କୁ ତାଲିମ୍ ଦେବାକୁ ପରାମର୍ଶ ଦେଇଛନ୍ତି। ମାସ୍କ ବ୍ୟବହାର ନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଚେତାଇ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button