ଏଣିକି ନିୟମ ଉଲ୍ଲଂଘନ କଲେ ୫ ହଜାର ଜରିମାନା ସହ ୧୫ ଦିନ ଦୋକାନ ବନ୍ଦ

IBNଓଡିଶା(ବ୍ୟୁରୋ)ଗଞ୍ଜାମ: ବ୍ୟବସାୟୀଙ୍କ ପ୍ରତି କଠୋର ମନୋଭାବ ପୋଷଣ କରିଛି ଜିଲ୍ଲା ପ୍ରଶାସନ । ନିୟମ ଖିଲାପ କଲେ ୫ ହଜାର ଜରିମାନା କରାଯିବା ସହ ୧୫ ଦିନ ଦୋକା ବନ୍ଦ କରାଯିବ ବୋଲି ସୂଚନା ମିଳିଛି । ଯେଉଁଭଳି ଭାବରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ଏହାକୁ ଦୃଷ୍ଟିରେ ରଖି ସରକାର ଏବଂ ଜିଲ୍ଲା ପ୍ରଶାସନ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । କିନ୍ତୁ ଏବେବି ଅନେକ ଲୋକ ଏହାକୁ ମାନୁନାହାନ୍ତି । ଯେଉଁଥିପାଇଁ କରୋନା ଏବେ ଲମ୍ବ ଡିଆଁ ମାରି ସବୁ ଜିଲ୍ଲାରେ ପ୍ରବେଶ କରିଛି । ତେବେ ଏହାକୁ ଦୃଷ୍ଟିରେ ରଖି ବ୍ୟବସାୟୀଙ୍କ ପ୍ରତି ଅତି କଠୋର ମନୋଭାବ ପୋଷଣ କରିଛି ଜିଲ୍ଲା ପ୍ରଶାସନ ।
ସାମାଜିକ ଦୂରତ୍ୱକୁ କଡ଼ାକଡ଼ି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । କୌଣସି ଦୋକାନୀ ସାମାଜିକ ଦୂରତ୍ୱକୁ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିର୍ଦ୍ଧେଶ ଦେଇଛନ୍ତି । ପ୍ରଥମ ଥର ନିୟମ ଖିଲାପ କଲେ ୫ ହଜାର ଜୋରିମାନା କରାଯିବା ସହ ୧୫ ଦିନ ଦୋକାନ ବନ୍ଦ କରାଯିବ । ୨ ଥର ଖିଲାପ କଲେ ଥାନାରେ ଏତଲା ସହ ଦୋକାନକୁ ମାସେ ପର୍ଯ୍ୟନ୍ତ ବନ୍ଦ ରଖାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ସହରାଞ୍ଚଳରେ ଘରକୁ ଘର ବୁଲି ସର୍ଭେ ହେବାକୁ ଥିବାବେଳେ ଏଥିରେ ସହଯୋଗ କରିବାକୁ ସେ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।