ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁ, ପୋଲିସର ତଦନ୍ତ ଜାରି
IBNଓଡିଶା(ବ୍ୟୁରୋ):ଭୁବନେଶ୍ୱର: ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁ । ଷ୍ଟେସନ ରେଳ ଲାଇନ କଡ଼ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ କଡ଼ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାକୁ ନେଇ ସନ୍ଦେହ ଲାଗିରହିଛି। ଘଟଣାସ୍ଥଳରେ ରେଲୱେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁସାରେ, ଗତ ମାସ ୯ ତାରିଖରେ କଟକ ଖପୁରିଆରେ ତାଙ୍କର ବିବାହ ହୋଇଥିଲା । ଗତକାଲି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମାନ୍ୟ ପାଟିତୁଣ୍ଡ ହୋଇଥିଲା। ଆଦିତ୍ୟ ରେ ରାଗି ଘର ଫ୍ରିଜ ଭିତରେ ମୋବାଇଲ ଓ ଘର ଚାବି ରଖି ପଳାଇ ଯାଇଥିଲେ । ଆଜି ତାଙ୍କର ମୃତଦେହ ରେଳ ଲାଇନ କଡରୁ ମିଳିଥିଲା । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେଇ ନେଇ ଏଯାଏ ସ୍ପଷ୍ଟ ହୋଇନାହିଁ।
ଅନ୍ୟପଟେ ଆଦିତ୍ୟ ଗୁଣିଗାରେଡ଼ିକୁ ଭୟ କରୁଥିଲେ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି । ଯଦି ସେ ଆତ୍ମହତ୍ୟା କରିଛନ୍ତି, ତେବେ କେଉଁ କାରଣରୁ ଏହି ଚରମ ନିଷ୍ପତ୍ତି ନେଲେ ତାହା ସନ୍ଦେହରେ ରହିଛି । ତେବେ ମୃତ୍ୟୁ ପୂର୍ବରୁ ତାଙ୍କ ଫେସ୍ବୁକ ପୋଷ୍ଟ ଦେଖିଲେ ସେ କୌଣସି କାରଣରୁ ମାନସିକ ଚାପରେ ଥିବା ଅନୁମାନ କରାଯାଉଛି। ମୃତ୍ୟୁ ପୂର୍ବରୁ ସେ ଫେସ୍ବୁକ୍ରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ ” ମୃତ୍ୟୁ ଯେତେବେଳେ ଆସେ ବହୁତ ଧୀର ଧୀରେ ଆସେ, କେହି ଜାଣିପାରନ୍ତି ନାହିଁ।” ଏହି ସବୁ ଘଟଣାକୁ ବିଚାରକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।