ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜମିପଟ୍ଟା ଓ ପେନସନ ନିମନ୍ତେ ଗର୍ଜିଲେ 3ଟି ଗ୍ରାମର ଗ୍ରାମବାସୀ !

:
IBN ଓଡିଶା(ବ୍ୟୁରୋ)- ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ ଉକୁମ୍ବା ଗ୍ରାମପଞ୍ଚାୟତ ଅଧୀନ ଆମିଟି, ସୁନ୍ଦରୀଗୁଡା ଓ ଅଞ୍ଜରକୁଡ଼ିଆ ଗ୍ରାମବାସୀ ଏକାଠି ହୋଇ ବ୍ଲକ ସମ୍ମୁଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜମିପଟ୍ଟା ଓ ପେନସନ ପାଇଁ ବିଡ଼ିଓ ବେଣୁଧର ଶବରଙ୍କୁ ଅପିଲ କରିଥିଲେ।ଅଞ୍ଜରକୁଡ଼ିଆ ଗ୍ରାମରେ 30ଘର ଥିବାବେଳେ ଆବାସ ଯୋଜନାରେ ଜଣକୁ ହେଲେ ଘର ମିଳିନାହିଁ ବୋଲି ଅଭିଯୋଗ କରିଥିଲେ ମା ଗ୍ରାମଦେବୀ ମହିଳା ସଂଘର ସଦସ୍ୟା।ଯୁଗ୍ମତାଲିକାରେ ନାମ ପଞ୍ଜିକରଣ ପାଇଁ ଆଦୌ ଅବଗତ କରାଯାଇନାହିଁ।ସେହିପରି ଆମିଟି ଗ୍ରାମବାସୀ କହିଛନ୍ତି ଯେ କିଛି ହିତାଧିକାରୀ 2ଥର ଲେଖାଏଁ ଘର ପାଇଥିବା ବେଳେ ଗରୀବ ଲୋକ ବିଲକୁଲ ପାଇପାରୁନାହାନ୍ତି।ସ୍ତ୍ରୀ ସରକାରୀ ଚାକିରି କରୁଥିବା ବେଳେ ସ୍ୱାମୀଙ୍କ ନାଁ ଘର ମିଳିଛି ବୋଲି ଗୁରୁତର ଅଭିଯୋଗ କରିଛନ୍ତି ଆମିଟି ଗ୍ରାମବାସୀ।ସୁନ୍ଦରୀଗୁଡା ର ଜଣେ ହିତାଧିକାରୀଙ୍କ ନାଁ ରେ ଘର ଆସିଥିବା ବେଳେ କେଉଁ କାରଣରୁ କଟିଛି ତଦନ୍ତରେ ଜଣାପଡ଼ିବ।କିନ୍ତୁ ପୁର୍ବତନ ବିଡ଼ିଓ ତାଙ୍କ ଘରକୁ ଯାଇ ଲିଷ୍ଟରେ ନାଁ ରହିଥିବା କଥା କହିଥିଲେ।ମାତ୍ର ଏକ ବର୍ଷ ହେଲା କାର୍ଯାଦେଶ ନ ପାଇବା ବିଡମ୍ବନା ର କଥା।ଏସବୁ ଅଭିଯୋଗ ପରେବିଡିଓ ବେଣୁଧର ଶବର କହିଛନ୍ତି ଯେ ଯଥାଶୀଘ୍ର ତଦନ୍ତ କରି ଉପଯୁକ୍ତ ବ୍ୟକ୍ତିଙ୍କୁ ନ୍ୟାୟ ପ୍ରଦାନ କରାଯିବ।2017 ମସିହାରେ ଯେଉଁମାନେ ବାଦ ପଡ଼ିଛନ୍ତି, ସେମାନଙ୍କୁ 2020ରେ ଆବେଦନ କରାଯିବାକୁ କୁହାଯାଇଥିଲା, ସେସବୁ ଲିଷ୍ଟ ବଂଦବାକ୍ସରେ ସିଲ ହୋଇଛି, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।ତହସିଲଦାରଙ୍କ ସହ ଯୋଗାଯୋଗ କରି ଜମିପଟ୍ଟାର ବ୍ୟବସ୍ଥା କରାଯିବ।ବ୍ଲକପ୍ରଶାସନ ଏହିସବୁ ଗ୍ରାମକୁ ଯାଇ ଘରକୁଘର ବୁଲି ତଦନ୍ତକରି ପେନସନର ବ୍ୟବସ୍ଥା କରାଯିବ।