ରାଜ୍ୟ

ଏକମାତ୍ର ଝିଅର ଅନ୍ତିମ ସଂସ୍କାରରେ ଅନ୍ଧୁଣୀ ମା ପାଖରେ ଛିଡ଼ା ହେଲା ଓଡ଼ିଶା ମୋ ପରିବାର – Ibnodisha

[ad_1]

ଭୁବନେଶ୍ୱର : ମୃତ ମଞ୍ଚ କଳାକାରଙ୍କ ଶେଷକୃତ୍ୟ ସମୟରେ ତାଙ୍କ ଏକମାତ୍ର ଅନ୍ଧୁଣୀ ମାଆ ସହ ଛିଡ଼ା ହେଲା ଓଡ଼ିଶା- ମୋ ପରିବାର ଏବଂ ହସ୍ପିଟାଲରୁ ଦଶପଲ୍ଲାସ୍ଥିତ ତାଙ୍କ ବାସଭବନକୁ ଶବ ସ୍ଥାନାନ୍ତର କରି ଗୋଟେ ମା’ର ଭରଷା ଜିତିଲା।

ସୂଚନାଯୋଗ୍ୟ, ବସ୍ ଯୋଗେ ନୟାଗଡ଼ ଅଭିମୁଖେ ଯାତ୍ରା କରୁଥିବାବେଳେ ଦଶପଲ୍ଲା ଅଞ୍ଚଳର ଜଣେ ୩୮ବର୍ଷିୟା କଳାକାର ରାମାମଣି ଦାସ, ଯିଏକି ଦୀର୍ଘ ୨୦ବର୍ଷ ଧରି ଗ୍ରାମୀୟ ଅଞ୍ଚଳରେ ମଞ୍ଚ କଳାକାର ଭାବରେ ଅଭିନୟ କରି ନିଜ ଗୁଜୁରାଣ ମେଣ୍ଟାନ୍ତି, ସେ ହଠାତ୍ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ସହ-କଳାକାରମାନେ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ସେଠାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ, ରାସ୍ତାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ପରିବାରରେ ତାଙ୍କ ଅନ୍ଧୁଣୀ ମାଆକୁ ଛାଡିଦେଲେ ତାଙ୍କର ଆଉ କେହି ନାହାଁନ୍ତି ଏବଂ ତାଙ୍କ ମାଆ ବହୁଦିନ ହେବ ପକ୍ଷାଘାତ ରୋଗରେ ପୀଡିତ ମଧ୍ୟ ଥିଲେ । ରାମାମଣି ହିଁ ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ ଓ ସ୍ୱଳ୍ପ ରୋଜଗାର କରି ମା’ର ଚିକିତ୍ସା କରୁଥିଲେ । ଭାଗ୍ୟର ବିଡମ୍ବନା, ତାଙ୍କ ମାଆ ଶେଷରେ ବେସାହାରା ହୋଇଗଲେ । ଶେଷକୃତ୍ୟ ନିମନ୍ତେ ମୃତଦେହକୁ ଡାକ୍ତରଖାନାରୁ ଦଶପଲ୍ଲାସ୍ଥିତ ନିଜ ବାସଭବନ ସ୍ଥାନାନ୍ତର କରିବା ପାଇଁ ତାଙ୍କ ମାଆ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଥିଲେ । ଏହି ପରିପ୍ରେକ୍ଷୀରେ, ତାଙ୍କ ଅସହାୟତା ସମ୍ପର୍କରେ ବିଜୁ ଜନତା ଦଳ ସାଂସ୍କୃତିକ ସଂଯୋଜକ ଶ୍ରୀ ପ୍ରବୀର ମହାନ୍ତି ଜାଣିବା ପରେ ବିଜୁ ଜନତା ଦଳ ତଥା ଓଡ଼ିଶା- ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଜଣାଇଥିଲେ। ଏହାପରେ ଘଟଣା ସମ୍ପର୍କରେ ଓଡ଼ିଶା- ମୋ ପରିବାର ଆବାହକଙ୍କ ସହ ଆଲୋଚନା କରାଯାଇ ତୁରନ୍ତ ପଦକ୍ଷେପ ନେଇ ତାଙ୍କୁ ସରକାରଙ୍କ ଦ୍ୱାରା ସମର୍ପିତ ଥିବା ମହାପ୍ରୟାଣ ଗାଡ଼ି ମାଧ୍ୟମରେ ଦଶପଲ୍ଲାସ୍ଥିତ ତାଙ୍କ ବାସଭବନକୁ ସ୍ଥାନାନ୍ତର କରାଯାଇଥିଲା। ଏହି ସମୟରେ କିଛି ସହ କଳାକାରମାନେ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button