ଅପରାଧ

ରାଜଧାନୀରେ ୮ ଲକ୍ଷ ଟଙ୍କାର ଗହଣା ଲୁଟି ନେଲେ ଲୁଟେରା – Ibnodisha

[ad_1]

ଭୁବନେଶ୍ୱର: ଏବେ ଅସୁରକ୍ଷିତ ହୋଇପଡିଛନ୍ତି ଭୁବନେଶ୍ବରବାସୀ । ବର୍ତ୍ତମାନ ଲୁଟେରାଙ୍କ କବଜା ରେ ରାଜଧାନୀ । ଏନେଇ ଅନେକ ସମୟରେ ଅଭିଯୋଗ କରାଯାଉଥିଲେ ସୁଦ୍ଧା ସେମାନଙ୍କୁ ଧରିବାରେ ଅସଫଳ ରହିଛି କମିଶନରେଟ୍ ପୋଲିସ । ସୂଚନା ମୁତାବକ, ପଂଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଛୋଟେଲାଲ ଶର୍ମାଙ୍କ ଘରେପଶି କଳାକନା ବୁଲାଇଲେ ଲୁଟେରା । ଖଣ୍ଡଗିରି ତାଳବଣିଆ ସ୍ଥିତ ତାଙ୍କ ବାସଭବନରୁ ପ୍ରାୟ ଲକ୍ଷାଧିକ ଟଙ୍କା ସହ ୮ ଲକ୍ଷ ଟଙ୍କାର ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଆଜି ଭୋର ସମୟରେ ଘରେ ଶୋଇଥିବା ବେଳେ ଏହି ଲୁଟ୍ ହୋଇଥିବା ଜଣାପଡ଼ିଛି । ଏନେଇ ଛୋଟେଲାଲ ଶର୍ମା ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button