ଅପରାଧ

ବିରିୟାନୀ ପାଇଁ ଗଡ଼ିଲା ମୁଣ୍ଡ; ବେକ କାଟିଲା ମୃତଦେହ ଉପରେ ନାଚିଲା ଅଭିଯୁକ୍ତ – Ibnodisha

[ad_1]

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଚାଞ୍ଚଲ୍ୟ । ଭୟଙ୍କର, ଭୟାନକ, ବିଭତ୍ସ ହତ୍ୟାକାଣ୍ଡ । ୩୫୦ଟଙ୍କା ପାଇଁ ଗଡ଼ିଲା ମୁଣ୍ଡ । ଜଣେ ୧୬ ବର୍ଷର ନାବାଳକ ଆଉ ଜଣେ ୧୭ବର୍ଷର ବାଳକର ବେକ କାଟି ହତ୍ୟା କରିଛି । ଥରେ କି ଦୁଇଥର ନୁହେଁ ୬୦ଥର ଛୁରାମାଡ଼ କରି ହତ୍ୟା କରିଛି ଅଭିଯୁକ୍ତ । ୩୫୦ ଟଙ୍କା ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ଉତ୍ତରପୂର୍ବ ଦିଲ୍ଲୀର ବେଲକମ ଥାନା ଅଞ୍ଚଳରୁ ଛାତି ଥରାଇ ଦେବା ଭଳି ଘଟଣା ଆସିଛି । ନାବାଳକକୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ହତ୍ୟା ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଜାରି ରଖିଛି । ପୁରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସୂଚନା ଅନୁସାରେ, ଅଭିଯୁକ୍ତ ୧୬ ବର୍ଷୀୟ ନାବାଳକ ଜଣକ ସ୍କୁଲ୍ରୁ ଡ୍ରପଆଉଟ ହୋଇଛି । ସେ ଦିଲ୍ଲୀରେ ତାର ବାପାମାଆଙ୍କ ସହ ରହୁଥିଲା । ତାର ବାପାମାଆ ଦିନ ମଜୁରିଆ ଭାବେ କାମ କରନ୍ତି । ହତ୍ୟାକାଣ୍ଡ ଘଟାଇବା ସମୟରେ ଅଭିଯୁକ୍ତ ନାବାଳକ ଜଣକ ନିଶାଶକ୍ତ ଥିଲା । ହତ୍ୟାକାଣ୍ଡର ଶିକାର ହୋଇଥିବା ବାଳକ ତାର ମାଆଙ୍କ ସହିତ ଜାଫାରାବାଦରେ ରହୁଥିଲା । ଅଭିଯୁକ୍ତ ଓ ମୃତକ ଦୁଇଜଣ ପରସ୍ପରକୁ ଜାଣିନଥିଲେ । ଅଭିଯୁକ୍ତ ପ୍ରଥମେ ଜଣେ ନାବାଳକ ପାଖକୁ ଯାଇ ବିରିୟାନୀ ଖାଇବାକୁ ୩୫୦ ଟଙ୍କା ମାଗିଥିଲା । ପୀଡ଼ିତ ଜଣଙ୍କ ଟଙ୍କା ଦେବାକୁ ମନା କରିଥିଲେ । ଏହା ପରେ ତାଙ୍କଠୁ ଟଙ୍କା ଛଡ଼ାଇବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ ।

ଏହାପରେ ଦୁଇ ଜଣଙ୍କ ମଧ୍ୟରେ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା । ଏହା ପରେ ଅଭିଯୁକ୍ତ ପୀଡ଼ିତର ତଣ୍ଟି ଚିପି ବେହୋସ କରି ଦେଇଥିଲା । ଏହା ପରେ ସେ ବଞ୍ଚିଛି କି ଦେଖିଥିଲା । କାଳେ ସେ ବଞ୍ଚିଥିବ ଭାବି ୬୦ ଥର ଛୁରାମାଡ କରିବାପରେ ବେକକୁ ଖଣ୍ଡ ଖଣ୍ଡ କରି କାଟିଥିଲା । ଏହାପରେ ମୃତଦେହ ପାଖରେ ଅଭିଯୁକ୍ତ ଜଣକ ନାଚିଥିବା ଦେଖିବାକୁ ମିଳିଥିଲା । ନିକଟରେ ଲାଗିଥିବା ସିସିଟିଭି ଜଘନ୍ୟ ହତ୍ୟାକାଣ୍ଡର ଭିଡିଓରୁ ଏହା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକ ଉକ୍ତ ବାଳକକୁ ଜିଟିବି ଡାକ୍ତରଖାନାରେ ଭର୍ତ୍ତି କରିଥଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଛି । ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । ପିଲାଟି ପାଠ ପଢ଼ିନାହିଁ । ଏକ ସୁସ୍ଥ ପରିବେଶ ମଧ୍ୟରେ ରହିନାହିଁ । ପ୍ୟାନେଲ୍ ଏହି ମାମଲାରେ ହସ୍ତକ୍ଷେପ କରି ତଦନ୍ତ କରିବ ବୋଲି ଦିଲ୍ଲୀ ଡିସିପିସିଆର ରଞ୍ଜନ ପ୍ରସାଦ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button