ଦେଶ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୬ ମୃତ – Ibnodisha

[ad_1]

ଚଣ୍ଡିଗଡ : ହରିୟାଣାର ସିରସା ଶେରଗଡ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୂଚନା ଅନୁଯାଇ, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯିବାବେଳେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ହରିୟାଣାର ସିରସା ଶେରଗଡ ନିକଟରେ ଏକ ଅନିୟନ୍ତ୍ରିତ ଡିଜାୟର କାର୍‌ ଗଛ ସହିତ ଧକ୍କା ହୋଇଛି। ଏଥିରେ ତିନିଜଣ ମହିଳାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି।ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଡିଜାୟର କାର୍‌ଟି ଖଣ୍ଡ ଖଣ୍ଡ ହୋଇଯାଇଛି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲ ଯିବା ବାଟରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିମାନେ ରାଜସ୍ଥାନର ଶ୍ରୀଗଙ୍ଗନଗର ରାମଦେବ କଲୋନୀର ବନଵାରୀଲାଲ ବର୍ମା, ତାଙ୍କ ପତ୍ନୀ ଦର୍ଶନା, ବଡ଼ ଭାଇ କୃଷ୍ଣ କୁମାର, ତାଙ୍କ ପତ୍ନୀ ଗୁଡି ଦେବୀ, ଦ୍ୱିତୀୟ ଭାଇ ଓମପ୍ରକାଶଙ୍କ ପତ୍ନୀ ଚନ୍ଦ୍ରକଳା ଓ କାର ଡ୍ରାଇଭର ବୋଲି ଜଣାପଡିଛି। ଦର୍ଶନାଦେବୀଙ୍କ ପିତା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପିରଥୀ ସିଂଙ୍କ ଦେହାନ୍ତ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରୁଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button