ଦେଶ

ଦୂବ ଘାସକୁ ପେଶି ଖଣ୍ଡିଆ ଜାଗାରେ ଲଗାଇଲେ ଯନ୍ତ୍ରଣାରୁ ମିଳିବ ଉପଶମ, ଫିଟିକିରି ବି ଦେବ ଅନେକ ଫାଇଦା, ଜାଣନ୍ତୁ ଘା’ ଜଲ୍‌ଦି ଶୁଖିବାର ଘରୋଇ ଉପଚାର

ଅନେକ ସମୟରେ ଦେଖାଯାଏ, ଘରେ କାମ କରୁଥିବା ବେଳେ ହଠାତ୍‌ କୌଣସି ଜିନିଷରୁ ଆଘାତ ଲାଗିବା ଦ୍ୱାରା ଶରୀରର ସେହି ସ୍ଥାନଟି ଖଣ୍ଡିଆ ହୋଇଯାଏ ଏବଂ ସେଠାରୁ ରକ୍ତ ବୋହିବା ଆରମ୍ଭ କରିଥାଏ। କିଛି ସମୟ ପରେ ଯଦିଓ ଏହା ବନ୍ଦ ହୋଇଯାଏ, କିନ୍ତୁ ଘା’ ଶୁଖିବାକୁ ଅନେକ ସମୟ ଲାଗିଥାଏ। ଆଉ ଆମେ ସେ ପଯ୍ୟର୍ନ୍ତ ଯନ୍ତ୍ରଣା ଅନୁଭବ କରିଥାଉ। ତେଣୁ ଆଜି ଆମେ ଆପଣଙ୍କ ପାଇଁ କିଛି ଘରୋଇ ଉପଚାର ନେଇକି ଆସିଛୁ, ଯଦ୍ଦ୍ଵାରା ଶରୀରରେ ହୋଇଥିବା ଛୋଟମୋଟ ଖଣ୍ଡିଆ ଶୀଘ୍ର ଭଲ ହୋଇଯିବ ଏବଂ ଆପଣ ଆରାମ ଅନୁଭବ କରିପାରିବେ। ଆସନ୍ତୁ ଜାଣିବା ସେ ବିଷୟରେ।

୧. ଘା’ ହୋଇଥିବା ଜାଗାରେ ଆପଣ ଫିଟିକିରିକୁ ଅଳ୍ପ ଗରମ କରି ଲଗାନ୍ତୁ। ଏହାଦ୍ୱାରା ଘା’ ଜଲ୍‌ଦି ଭଲ ହୋଇଯିବ।

୨. ନିମ୍ବ ପତ୍ରକୁ ପେଶି ଏହାକୁ ଘା’ ହୋଇଥିବା ସ୍ଥାନରେ ରଖି ପଟ୍ଟି ବାନ୍ଧିଦିଅନ୍ତୁ।

୩. ଶରୀରର କୌଣସି ସ୍ଥାନରେ ଖଣ୍ଡିଆ ହୋଇ ରକ୍ତ ବୋହୁଥିଲେ, ସେଠି ଫିଟିକିରି ଗୁଣ୍ଡକୁ ଭରିଦିଅନ୍ତୁ। ଦେଖିବେ, କିଛି ସମୟ ପରେ ରକ୍ତ ବୋହିବା ବନ୍ଦ ହୋଇଯିବ।

୪. ବଡ଼ ଘା’ ହୋଇଥିଲେ, ଘିଅରେ କପୂର ମିଶାଇ ଲଗାନ୍ତୁ।

୫. ଦୂବ ଘାସକୁ ପେଶି ଖଣ୍ଡିଆ ଜାଗାରେ ଲଗାଇଲେ ମଧ୍ୟ ଯନ୍ତ୍ରଣାରୁ ଉପଶମ ମିଳିପାରିବ।

୬. ଯଦି ଖଣ୍ଡିଆ ଜାଗାରୁ ଲଗାତାର ରକ୍ତ ବାହାରୁଛି, ତା’ହେଲେ କପଡ଼ାକୁ କିରୋସିନି ତେଲରେ ବୁଡ଼ାଇ ବାନ୍ଧି ଦିଅନ୍ତୁ।

୭. ତୁଳସୀ ପତ୍ରକୁ ପେଶି ଘା’ ହୋଇଥିବା ଜାଗାରେ ଲଗାଇଲେ, ଘା’ ଜଲ୍‌ଦି ଭଲ ହୋଇଯାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button