ଦେଶ

ତୁମେ ମୋ ଝିଅକୁ ବିଗାଡୁଛ ବୋଲି କହୁଥିବା ମହିଳାଙ୍କ ଉପରେ ରାଗିଗଲେ ଉର୍ଫି – Ibnodisha

[ad_1]

ମୁମ୍ବାଇ: ନିଜ ବୋଲ୍‌ଡ ଅନ୍ଦାଜରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଉର୍ଫି ଜାଭେଦ୍ ନିକଟରେ ‘ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌’ରେ ଭାଗ ନେବାକୁ ପହଞ୍ଚିଥିଲେ । ସେ ନିଜର ନିଆରା ଫେସନ୍ ସେନ୍ସ ଓ ପୋଷାକ ପରିଧାନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ମାତ୍ର ୨୫ ବର୍ଷ ବୟସରେ ଅଭିନେତ୍ରୀ ନିଜର ଏକ ଭିନ୍ନ ପରିଚୟ ବନାଇ ପାରିଛନ୍ତି । ତେବେ ‘ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌’ରେ ଭାଗ ନେବା ବେଳେ ଉର୍ଫି ‘ବ୍ଲାକ୍ ବଡିକନ୍‌’ ପୋଷାକ ପିନ୍ଧିଥିଲେ । ଏହି ପୋଷାକ ସାମ୍ନାରେ ଏକ ଆବରଣ ଥିଲ । ଫଳରେ ତାଙ୍କ ଚେହେରା ଦିଶୁନଥିଲା ।

ଉର୍ଫି ସେହି ଆବରଣକୁ ତଳକୁ କରି ନିଜ ଚେହେରା ଦେଖାଇଥିଲେ । ମଞ୍ଚ ଉପରକୁ ଆସି ତାହାକୁ ତଳକୁ କରି ନିଜ ଚେହେରା ଦେଖାଇଥିଲେ ଉର୍ଫି । ତେବେ ସବୁଠାରୁ ମଜାଦାର କଥା ହେଉଛି ଜଣେ ମହିଳାଙ୍କୁ ଉର୍ଫି ଦେଇଥିବା ଜବାବ । ମହିଳା ଜଣକ ଉର୍ଫିଙ୍କୁ ଦେଖି କହିଲେ କି, ‘‘ତୁମେ ମୋ ଟିନ୍‌ଏଜ୍ ଝିଅକୁ ବିଗାଡୁଛ ।’’ ଯାହାର ଉତ୍ତରରେ ଉର୍ଫି କହିଛନ୍ତି, ‘‘ମୁଁ ଠିକା ନେଇଛି ତମ ଟିନ୍‌ଏଜ୍ ଝିଅକୁ ସୁଧାରିବାକୁ ତମେ ସୁଧାର ତମ ଝିଅକୁ । ତମ ପିଲା, ତମେ ଜନ୍ମ ଦେଇଛି, ତମେ ସୁଧାରିବ । ମୁଁ ତୁମ ଝିଅକୁ ସମ୍ଭଳି ପାରିବିନି । ନିଜ ପିଲାର ଦାୟିତ୍ୱ ମୋ ଉପରେ ପକାଅନି । ମୋତେ ସମ୍ଭାଳିବାର ହୋଇଥାନ୍ତା ତ ମୁଁ ନିଜେ ହିଁ କରି ଦେଇଥାନ୍ତି ନିଜର । ମୁଁ କୌଣସି ରାଜନେତ୍ରୀ ନୁହେଁ ଯେ କାହା ପିଲାର ଦାୟିତ୍ୱ ନେବି । ମୁଁ ମନୋରଞ୍ଜନ କ୍ଷେତ୍ରରେ କାମ କରୁଛି । ମୁଁ ମୋ କାମକୁ ଉପଭୋଗ କରୁଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button