ମନୋରଞ୍ଜନ

ବକ୍ସ ଅଫିସ ଆୟ କମୁଥିବା ବେ‌ଳେ ‘ଦ ଭ୍ୟାକ୍ସିନ ୱାର’ର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ – Ibnodisha

[ad_1]

ମୁମ୍ବାଇ: ‘ଦ କଶ୍ମୀର ଫାଇଲ୍ସ’ ସୁପରହିଟ୍ ହେବା ପରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦ ଭ୍ୟାକ୍ସିନ୍ ୱାର’କୁ ନେଇ ବହୁତ ଆଶାବାଦୀ ଥିଲେ। କିନ୍ତୁ ନିର୍ଦ୍ଦେଶକଙ୍କ ଏହି ଆଶା ଏବେ ମଉଳି ଯାଇଥିବା ଦେଖାଯାଇଛି। ବିବେକ ଅଗ୍ନିହୋତ୍ରୀ ‘ଦି ଭ୍ୟାକ୍ସିନ୍ ୱାର’ର ବହୁତ ପ୍ରଚାର କରିଥିଲେ। କିନ୍ତୁ ଏହା ସତ୍ତ୍ୱେ ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରିପାରୁନଥିବା ଦେଖାଯାଇଛି। ଏମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସଭାରେ ଫିଲ୍ମର ପ୍ରଶଂସା କରିଥିବା ଦେଖିବାକୁ ମିଳିଛି।

ରାଜସ୍ଥାନର ଯୋଧପୁରରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ‘ଦ ଭ୍ୟାକ୍ସିନ୍ ୱାର’ର ପ୍ରଶଂସା କରି କହିଥିଲେ, ମୁଁ ଶୁଣିଛି ଯେ ‘ଦ ଭ୍ୟାକ୍ସିନ୍ ୱାର’ ନାମକ ଏକ ଫିଲ୍ମ ରିଲିଜ୍ ହୋଇଛି। ଆମ ଦେଶର ବୈଜ୍ଞାନିକମାନେ କୋଭିଡ ବିରୋଧରେ ଲଢ଼ିବା ପାଇଁ ଦିନରାତି କଠିନ ପରିଶ୍ରମ କରିଥିଲେ। ସେମାନେ ନିଜ ଲ୍ୟାବରେ ଋଷିଙ୍କ ଭଳି ସାଧନା କରିଥିଲେ ଏବଂ ଆମର ମହିଳା ବୈଜ୍ଞାନିକମାନେ ମଧ୍ୟ ଅଦ୍ଭୁତ କାମ କରିଥିଲେ। ଏହି ସବୁ ଘଟଣାକୁ ‘ଦ ଭ୍ୟାକ୍ସିନ୍ ୱାର’ରେ ଭଲ ଭାବରେ ଦର୍ଶାଯାଇଛି। ଏହି ଚଳଚ୍ଚିତ୍ର ଦେଖିବା ପରେ, ମୁଁ ଗର୍ବିତ ଅନୁଭବ କରୁଛି ଯେ ଆମର ବୈଜ୍ଞାନିକମାନେ ଏପରି କାର୍ଯ୍ୟ କରିଛନ୍ତି। ମୁଁ ଏହି ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଅଭିନନ୍ଦନ ଜଣାଉଛି ଯେ ସେମାନେ ଏହି ଚଳଚ୍ଚିତ୍ର ନିର୍ମାଣ କରି ଦେଶର ବୈଜ୍ଞାନିକ ତଥା ବିଜ୍ଞାନକୁ ଗୁରୁତ୍ୱ ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button