ଖେଳ

ବିଜୟ ସହ ବିଶ୍ୱକପ୍‌-୨୦୨୩ ଅଭିଯାନ ଆରମ୍ଭ କଲା ନ୍ୟୁଜିଲାଣ୍ଡ – Ibnodisha

[ad_1]

ଅହମଦାବାଦ : ଆଇସିସି ବିଶ୍ୱକପର ଉଦଘାଟନୀ ମ୍ୟାଚରେ ଇଂଲଣ୍ଡକୁ ୯ ୱିକେଟରେ ହରାଇଦେଇଛି ନ୍ୟୁଜିଲାଣ୍ଡ । ଏହା ସହିତ ୨୦୧୯ ବିଶ୍ୱକପ ଫାଇନାଲ ପରାଜୟର ପ୍ରତିଶୋଧ ନେଇଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ଆଗରେ ୨୮୩ ରନର ଲକ୍ଷ୍ୟ ରଖିଥିଲା ଇଂଲଣ୍ଡ । ଏହି ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୩୭ ତମ ଓଭରରେ ଗୋଟିଏ ୱିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଦେୱନ କନୱେ ଅପରାଜିତ ୧୫୨ ଓ ରଚିନ ରବୀନ୍ଦ୍ର ଅପରାଜିତ ୧୨୩ ରନ କରିଥିଲେ । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ପ୍ରଥମ ୱିକେଟ୍ ଯୋଡ଼ିରେ ଡାୱିଡ୍ ମଲାନ ଓ ଜନି ବେୟାରଷ୍ଟୋ ୪୦ ରନ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ତେବେ ମଲାନ ମାତ୍ର ୧୪ ରନରେ ଆଉ ହେବା ପରେ ଜୋ ରୁଟ୍ ଓ ବେୟାରଷ୍ଟୋ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । ରୁଟ୍ ସର୍ବାଧିକ ୭୭ ରନ କରିଥିବାବେଳେ ବେୟାରଷ୍ଟୋ ୩୩ ରନ କରିଥିଲେ । ମଧ୍ୟକ୍ରମରେ କେତେକ ବ୍ୟାଟର ବିଫଳ ହେବା ପରେ ଜସ ବଟଲର ଓ ଲିଆମ ଲିଭିଂଷ୍ଟୋନ ସ୍କୋରକୁ ଏକ ସମ୍ମାନଜୋନକ ସ୍ତରକୁ ନେଇଯାଇଥିଲେ । ଶେଷ ବେଳକୁ ମାର୍କ ଉଡ୍ ଓ ଆଦିଲ୍ ରସିଦ୍ ଉପଯୋଗୀ ବ୍ୟାଟିଂ କରି ସ୍କୋରକୁ ୨୮୦ ଉପରକୁ ନେଇଯାଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରୀ ୩ଟି ୱିକେଟ ନେଇଥିବାବେଳେ ଗ୍ଲେନ ଫିଲିପ୍ସ ଓ ମିଚେଲ ସାଣ୍ଟନର ୨ ଟି ଲେଖାଏଁ ୱିକେଟ ନେଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button