ଖେଳ

୪୦ ବର୍ଷରେ ଏବି ଡିଭିଲିୟର୍ସ – Ibnodisha

[ad_1]

ଜୋହାନ୍ସବର୍ଗ: ଏବିଡି ଭାବେ ଆବ୍ରାହମ୍ ବେଞ୍ଜାମିନ୍ ଡିଭିଳିୟର୍ସ ଶନିବାର ୪୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇସାରିଥିବା ଏବି ଡିଭିଲିୟର୍ସ ତାଙ୍କ ସମୟରେ ସବୁଠୁ ବିସ୍ଫୋରକ ବ୍ୟାଟର୍ ଥିଳେ । ଡିଭିଲିୟର୍ସ ନିଜର ବିରଳ ଶଟ୍ ଖେଳିବାକୁ ନେଇ ବେଶ୍ ଜଣାଶୁଣା ଥିଲେ । ଏହି କାରଣରୁ ପ୍ରଶଂସକ ତାଙ୍କୁ ମିଷ୍ଟର ୩୬୦ ନାମରେ ମଧ୍ୟ ଜାଣିଥାନ୍ତି । ଡିଭିଲିୟର୍ସ ୱାଇଟ୍ ବଲ୍ କ୍ରିକେଟ୍‌ରେ ବହୁ ରେକର୍ଡ ନିଜ ନାମରେ କରିଛନ୍ତି । ଦିନିକିଆ ମ୍ୟାଚ୍‌ରେ ଏକଦା ସେ ଦ୍ରୁତ ଅର୍ଦ୍ଧଶତକ, ଶତକ ଏବଂ ୧୫୦ ରନ୍ କରିଥିବା ବ୍ୟାଟର୍ । ସାଉଥ୍ ଆଫ୍ରିକାର ଏହି ଖେଳାଳିଙ୍କର ଭାରତରେ ସର୍ବାଧିକ ପ୍ରଶଂସକ ରହିଛନ୍ତି ଏବଂ ତାଙ୍କ ବ୍ୟାଟିଂ ଦେଖିବାକୁ ପସନ୍ଦ କରିଥାନ୍ତି ।

କ୍ରିକେଟ୍ ଜଗତର ସର୍ବଶ୍ରେଷ୍ଠ ବ୍ୟାଟର୍‌ଙ୍କ ମଧ୍ୟରୁ ଅନ୍ୟତମ ଡିଭିଲିୟର୍ସ ୨୦୧୫ରେ ଜୋହାନ୍ସବର୍ଗରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆରେ ଇତିହାସର ସବୁଠି ଦ୍ରୁତ ଶତକ ହାସଲ କରି ଇତିହାସ ରଚିଥିଲେ । ସେହି ମ୍ୟାଚ୍‌ରେ ସେ କେବଳ ୩୧ ବଲ୍‌ରେ ଶତକ ହାସଲ କରିଥିଲେ । ଆଶ୍ଚର୍ଯ୍ୟର ବିଷୟ, ନିଜର ସମସ୍ତ ୨୫ ଦିନିକିଆ ଶତକ ସେ ୧୦୦ରୁ ଊର୍ଦ୍ଧ୍ୱ ଷ୍ଟ୍ରାଇକ୍ ରେଟ୍‌ରେ ହିଁ ହାସଲ କରିଛନ୍ତି । ସେହିପରି ୨୦୧୫ ବିଶ୍ୱକପ୍‌ରେ ସିଡ୍‌ନୀ କ୍ରିକେଟ୍ ଗ୍ରାଉଣ୍ଡ୍‌ରେ ଦିନିକିଆ ଇତିହାସର ଦ୍ରୁତ ୧୫୦ ରନ୍ କରିଥିଲେ ।

ସେ କେବଳ ୬୩ ବଲ୍‌ରୁ ଏହି ମାଇଲଖୁଣ୍ଟ ହାସଲ କରିଥିଲେ । ଡିଭିଲିୟର୍ସଙ୍କ ପରି ଖେଳାଳିଙ୍କ ଅବସର ପରେ ସାଉଥ୍ ଆଫ୍ରିକାକୁ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ବିକଳ୍ପ ମିଳିପାରି ନାହିଁ । ଏବିଡି ଦିନିକିଆ କ୍ୟାରିୟର୍‌ରେ ୫୩.୫ ହାରାହାରିରେ ୯୫୯୭ ରନ୍ କରିଥିବା ବେଳେ ଟେଷ୍ଟ୍‌ରେ ତାଙ୍କ ନାମରେ ୫୩.୫ ହାରାହାରିରେ ୮୭୬୫ ରନ୍ ରହିଛି । ଆଇପିଏଲ୍‌ରେ ମଧ୍ୟ ଡିଭିଲିୟର୍ସଙ୍କ ଜଲ୍‌ୱା ଦେଖିବାକୁ ମିଳିଛି । ସେ ଆଇପିଏଲ୍‌ରେ ୫୧୬୨ ରନ୍ କରିଥିଲେ । ସେ ୧୪୮୦ ଦିନ ଧରି ଆଇସିସିର ଦିନିକିଆ ର‌୍ୟାଙ୍କିଙ୍ଗ୍‌ରେ ନମ୍ବର ଏକ ବ୍ୟାଟର୍ ରହିସାରିଛନ୍ତି । ଏଥିରୁ ଜଣାପଡ଼ୁଛି ସେ କିଭଳି ଜଣେ ମହାନ୍ ଖେଳାଳି ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button