ଖେଳ

ପୁରୁଷ ଏସିଆ କପ୍‌ରେ ୟୋଶିମି ୟାମାଶିତା ପ୍ରଥମ ମହିଳା ରେଫରି – Ibnodisha

[ad_1]

ନୂଆଦିଲ୍ଲୀ : ଆସନ୍ତା ବର୍ଷ କତର୍‌ରେ ହେବାକୁ ଥିବା ପୁରୁଷ ଏସିଆ କପ୍ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ୍‌ରେ ଜାପାନର ମହିଳା ରେଫରି ୟୋଶିମିତା ୟାମାଶିତା ପଦାର୍ପଣ କରିବେ । ଏହା ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ଲିଙ୍ଗ ସମାନତା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ । ୟୋଶିମାତା ପୂର୍ବରୁ କତର୍‌ରେ ଅନୁଷ୍ଠିତ ୨୦୨୨ ଫିଫା ପୁରୁଷ ବିଶ୍ୱକପ୍‌ର ସମ୍ମାନଜନକ ରିଜିଓନାଲ୍ ଚାମ୍ପିଅନ୍‌ଶିପ୍ ପରିଚାଳନା ପାଇଁ ଅନ୍ୟ ଚାରିଜଣ ମହିଳା ରେଫରିଙ୍କ ସହିତ ମନୋନୀତ ହୋଇଥିଲେ । ଏସିଆନ୍ ଫୁଟ୍‌ବଲ୍ କନ୍‌ଫେଡେରେସନ୍ (ଏଏଫ୍‌ସି) ଏହି ଐତିହାସିକ ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛି ।

ଏହା ବ୍ୟତୀତ ଟୁର୍ଣ୍ଣାମେଣ୍ଟ୍‌ରୁ ଭିଡିଓ ଆସିଷ୍ଟାଣ୍ଟ୍ ରେଫରି (ଭିଏଆର୍‌) ସିଷ୍ଟମ୍ ପୂର୍ଣ୍ଣ ଭାବେ ଲାଗୁ ହେବ । ଏହା ପ୍ରତିଯୋଗିତାରେ ନିଷ୍ପତ୍ତି ଗ୍ରହଣ ଏବଂ ମ୍ୟାଚ୍ ପରିଚାଳନାର ମାନକୁ ଆହୁରି ବୃଦ୍ଧି କରିବ । ସେହିପରି ଆଗାମୀ ଏସିଆନ୍ କପ୍‌ରେ ଆୟୋଜକ ତଥା ଡିଫେଣ୍ଡିଂ ଚାମ୍ପିଅନ୍ କତର୍ ସମେତ ପ୍ରଥମ ଥର ପାଇଁ ୨୪ ଟିମ୍ ଭାଗନେବେ । ଫୁଟ୍‌ବଲ୍ ଅଫିସିଏଟିଂରେ ଲିଙ୍ଗଗତ ଅନ୍ତର୍ଭୁକ୍ତିକୁ ଦୃଷ୍ଟିରେ ରଖି ଏହା ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ସହିତ ଏଏଫ୍‌ସି ଆସନ୍ତା ବର୍ଷ ଏସିଆନ୍ ମହିଳା ଚାମ୍ପିଅନ୍ସ ଲିଗ୍ ଆୟୋଜନ ପାଇର୍ ନିକଟରେ ଘୋଷଣା କରିଥିଲା । ଏହାର କାର୍ଯ୍ୟସୂଚୀ ଆସନ୍ତାବର୍ଷ ଜାରୀ ହେବ । ଏହି ପଦକ୍ଷେପ ଏସିଆରେ ମହିଳା ଫୁଟ୍‌ବଲ୍‌କୁ ପ୍ରୋତ୍ସାହିତ କରିବା ଏବଂ ମହିଳା ଖେଳାଳିଙ୍କୁ ଏକ ବଡ଼ ମଞ୍ଚରେ ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ଦେବାପାଇଁ ଏକ ବ୍ୟାପକ ପ୍ରଚେଷ୍ଟା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button