ଖେଳ

ଈରାନୀ କପ୍‌: ସର୍ଫରାଜଙ୍କ ଦ୍ବିଶତକ; ମୁମ୍ବାଇ ୫୩୬/୯

କ୍ଷ୍ନୌ: ସର୍ଫରାଜ ଖାନ୍ ମୁମ୍ବାଇର ପ୍ରଥମ ବ୍ୟାଟର୍ ତଥା ଚତୁର୍ଥ ଯୁବ ଖେଳାଳି ଭାବେ ସମ୍ମାନଜନକ ଈରାନୀ କପ୍ରେ ଦ୍ବିଶତକ ଅର୍ଜନ କରିଛନ୍ତି। ସର୍ଫରାଜ ଦ୍ବିତୀୟ ଦିନରେ ୨୫୩ ବଲ୍ର ସମ୍ମୁଖୀନ ହୋଇ ଏହି ମାଇଲ୍ଖୁଣ୍ଟ ଛୁଇଁଥିଲେ। ସେତେବେଳେକୁ ତାଙ୍କୁ ୨୬ ବର୍ଷ ୩୪୬ ଦିନ ବୟସ ହୋଇଥିଲା। ତାଙ୍କ ସାଥୀ ଖେଳାଳି ଯଶସ୍ବୀ ଜୟସ୍ବାଲ୍ ୨୧ ବର୍ଷ ୬୩ ଦିନ ବୟସରେ ଏହି ମାଇଲ୍ଖୁଣ୍ଟ ଅତିକ୍ରମ କରିଥିଲେ।

ଅନ୍ୟପକ୍ଷରେ ଈରାନୀ କପ୍ରେ ପ୍ରଥମ ମୁମ୍ବାଇ ବ୍ୟାଟର୍ ଭାବେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର କରିଛନ୍ତି ସର୍ଫରାଜ। ତାଙ୍କ ପୂର୍ବରୁ ରାମନାଥ ପାର୍କର ୧୯୭୨ ମସିହାରେ ୧୯୫ ରନ୍ ସ୍କୋର କରିଥିଲେ। ସର୍ଫରାଜଙ୍କ ପୂର୍ବରୁ ଦ୍ବିଶତକରେ ପହଞ୍ଚିଥିବା ଅନ୍ୟ ଯୁବ ଖେଳାଳିମାନେ ହେଲେ ପ୍ରବୀଣ ଆମ୍ରେ (୨୨ବର୍ଷ ୮୦ ଦିନ), ଗୁଣ୍ଡାପ୍ପା ବିଶ୍ବନାଥ (୨୫ ବର୍ଷ ୨୫୫ ଦିନ)। ତେବେ ଲକ୍ଷ୍ନୌରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ସର୍ଫରାଜ ମୋଟ୍ ୨୭୬ ବଲ୍ରୁ ୨୨୧ ରନ୍ ସଂଗ୍ରହ କରି ଅପରାଜିତ ଅଛନ୍ତି।

ଏହାମଧ୍ୟରେ ୨୫ ଚୌକା ଓ ୪ ଛକା ସାମିଲ ଅଛି। ପୂର୍ବ ଦିନର ଅନ୍ୟତମ ଅପରାଜିତ ବ୍ୟାଟର୍ ଅଜିଙ୍କ୍ୟ ରାହାଣେ ଶତକଠୁ ୩ ରନ୍ ଦୂରରେ ରହିଯାଇଥିଲା ବେଳେ ସର୍ଫରାଜଙ୍କ ସହ ୧୩୧ ରନ୍ର ଭାଗୀଦାରି ଗଢ଼ି ଦଳକୁ ୫୦୦ ରନ୍ର ନିକଟତର କରାଇଥିଲେ। ତନୁଷ କୋଟିୟାନ୍ ୬୪ ଓ ଶାର୍ଦ୍ଦୁଳ ଠାକୁର ୩୬ ରନ୍ର ମହତ୍ବପୂର୍ଣ୍ଣ ଯୋଗଦାନ ରଖିଥିଲେ। ଦ୍ବିତୀୟ ଦିନ ଷ୍ଟମ୍ପ୍ସ ବେଳକୁ ସର୍ଫରାଜଙ୍କ ସହ ମହମ୍ମଦ ଜୁନୈଦ ଖାନ୍ ଖାତା ନଖୋଲି ଅପରାଜିତ ଅଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button