ଖେଳ

ବ୍ରିଷ୍ଟଲ୍ ଓପନ୍ ସ୍କ୍ୱାଶ୍‌: କ୍ୱାର୍ଟର୍‌ରେ ଉର୍ବଶୀ ଜୋଶୀ – Ibnodisha

[ad_1]

ନୂଆଦିଲ୍ଲୀ:  ଭାରତର ଉର୍ବଶୀ ଜୋଶୀ ଦ୍ୱିତୀୟ ସିଡ୍ ଅଷ୍ଟ୍ରେଲିଆର ସୋଫି ଫଡାଲିଙ୍କୁ ୩-୨ରେ ହରାଇ ଶୁକ୍ରବାର ବ୍ରିଷ୍ଟଲ୍ ଓପନ୍ ସ୍କ୍ୱାଶ୍ ଟୁର୍ଣ୍ଣାମେଣ୍ଟ୍‌ର କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛି । ୨୦୨୩ ନାସ୍‌ନାଲ୍ ଚାମ୍ପିଅନ୍‌ଶିପ୍ ସେମିଫାଇନାଲିଷ୍ଟ୍ ଉର୍ବଶୀ ୩ ହଜାର ଡଲାର ପୁରସ୍କାର ବିଶିଷ୍ଟ ପିଏସ୍‌ଏ ଚାଲେଞ୍ଜର୍ ଇଭେଣ୍ଟ୍‌ର ରୋମାଞ୍ଚକର ପ୍ରି-କ୍ୱାର୍ଟର୍ ଫାଇନାଲ୍‌ରେ ସୋଫିଙ୍କୁ ୭-୧୧, ୧୧-୬, ୯-୧୧, ୧୧-୫, ୧୧-୭ରେ ହରାଇଛନ୍ତି । ଏହି ମ୍ୟାଚ୍ ୩୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡର ଜାସ୍‌ମିନ୍ କାଲାରଙ୍କୁ ୧୧-୪, ୧୧-୫, ୦-୧୧, ୧୧-୯ରେ ହରାଇଥିବା ମହାରାଷ୍ଟ୍ର ଖେଳାଳି କ୍ୱାର୍ଟର ଫାଇନାଲ୍‌ରେ ପଞ୍ଚମ ସିଡ୍ ଅଷ୍ଟ୍ରେଲିଆର ଇରିନ୍ କ୍ଲାସେନ୍‌ଙ୍କୁ ଭେଟିବେ । କ୍ଲାସେନ୍ ପ୍ରି-କ୍ୱାର୍ଟର୍ ଫାଇନାଲ୍‌ରେ ଇଂଲଣ୍ଡର ଓଲିଭିଆ ବେସାନ୍ତଙ୍କୁ ୩-୦ (୧୧-୫, ୧୧-୫, ୧୪-୧୨)ରେ ହରାଇ ଦେଇଛନ୍ତି ।

The post ବ୍ରିଷ୍ଟଲ୍ ଓପନ୍ ସ୍କ୍ୱାଶ୍‌: କ୍ୱାର୍ଟର୍‌ରେ ଉର୍ବଶୀ ଜୋଶୀ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button