ଖେଳ

କ୍ରିକେଟ ଅଲିମ୍ପିକ ଆନ୍ଦୋଳନକୁ ଅଧିକ ଲୋକାଭିମୁଖୀ କରିବ : ନୀତା ଅମ୍ବାନି – Ibnodisha

[ad_1]

ମୁମ୍ବାଇ : ଲସ୍ ଏଞ୍ଜେଲସ ୨୦୨୮ ଅଲିମ୍ପିକ୍ସ କ୍ରୀଡା ନିମନ୍ତେ କ୍ରୀଡା କାର୍ଯ୍ୟସୂଚୀରେ କ୍ରିକେଟକୁ ସାମିଲ କରାଯିବା ଏକ ସ୍ୱାଗତ ଯୋଗ୍ୟ ବିଷୟ ଯାହାର ବିଶ୍ୱର ନୂତନ ଭୌଗୋଳିକ ଅଞ୍ଚଳଗୁଡିକରେ ଅଲିମ୍ପିକ ଆନ୍ଦୋଳନ ପାଇଁ ନୂତନ ଆଗ୍ରହ ଏବଂ ସୁଯୋଗ ସୃଷ୍ଟି କରିବାର ସାମର୍ଥ୍ୟ ରହିଛି ବୋଲି ଆଇଓସି ସଦସ୍ୟା ନୀତା ଏମ୍‌. ଅମ୍ବାନି କହିଛନ୍ତି । ମୁମ୍ବଇରେ ଚାଲିଥିବା ୧୪୧ତମ ଆଇଓସି ଅଧିବେଶନରେ କ୍ରିକେଟକୁ ଆନୁଷ୍ଠାନିକ ଭାବରେ ଏକ ଅଲିମ୍ପିକ କ୍ରୀଡା ଭାବରେ ଗ୍ରହଣ କରାଯିବା ନିଷ୍ପତ୍ତିରେ ଆନନ୍ଦ ପ୍ରକାଶ କରି ନୀତା ଅମ୍ବାନି କହିଛନ୍ତି, ‘ଜଣେ ଆଇଓସି ସଦସ୍ୟ, ଜଣେ ଗର୍ବିତ ଭାରତୀୟ ଏବଂ ଜଣେ ଦୃଢ କ୍ରିକେଟ ପ୍ରଶଂସକ ଭାବରେ ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଆଇଓସି ସଦସ୍ୟମାନେ ୨୦୨୮ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ ଅଲିମ୍ପିକ କ୍ରୀଡା କାର୍ଯ୍ୟକ୍ରମରେ କ୍ରିକେଟକୁ ସାମିଲ କରିବା ସପକ୍ଷରେ ଭୋଟ ଦେଇଛନ୍ତି !’ଏହା ପୂର୍ବରୁ ୧୯୦୦ ଅଲିମ୍ପିକ୍ସରେ ଥରେ ମାତ୍ର କ୍ରିକେଟ ସ୍ଥାନ ପାଇଥିଲା ଯେତେବେଳେ ମାତ୍ର ଦୁଇଟି ଦଳ ଅଂଶଗ୍ରହଣ କରିଥିଲେ । “କ୍ରିକେଟକୁ ବିଶ୍ୱବ୍ୟାପୀ ଅନ୍ୟତମ ସର୍ବାଧିକ ଲୋକ ଭଲପାଉଥିବା ଖେଳ ଏବଂ ଦ୍ୱିତୀୟ ସର୍ବାଧିକ ଦର୍ଶକ ଦେଖୁଥିବା ଖେଳ ହୋଇଛି । ୧୪୦ କୋଟି ଭାରତୀୟଙ୍କ ପାଇଁ କ୍ରିକେଟ କେବଳ ଏକ କ୍ରୀଡା ନୁହେଁ, ଏହା ଏକ ଧର୍ମ !” ବୋଲି ନୀତା କହିଛନ୍ତି ।ଆଇଓସି ଅଧିବେଶନ ଇତିହାସରେ ଦ୍ୱିତୀୟ ଥର ପାଇଁ ଭାରତରେ ଆୟୋଜିତ ହେଉଛି ଏବଂ ଏହା ୪୦ ବର୍ଷ ପରେ ଏହି ଦେଶକୁ ଫେରିଛି । ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାର ଐତିହାସିକ ନିଷ୍ପତ୍ତି ଏହି କ୍ରୀଡାର ଅନ୍ୟତମ ଲୋକପ୍ରିୟ ସ୍ଥଳ ଭାରତରେ ନିଆଯାଇଛି । “ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଏହି ଐତିହାସିକ ପ୍ରସ୍ତାବ ଆମ ଦେଶର ମୁମ୍ବଇରେ ଅନୁଷ୍ଠିତ ହେଉଥିବା ଆଇଓସିର ୧୪୧ତମ ଅଧିବେଶନରେ ଗୃହୀତ ହୋଇଛି”, ବୋଲି ନୀତା ଅମ୍ବାନି ଉଲ୍ଲେଖ କରିଛନ୍ତି ।ନୀତା ଅମ୍ବାନି ଆଶା ପ୍ରକାଶ କରିଛନ୍ତି ଯେ ସମଗ୍ର ବିଶ୍ୱରେ ଏହି କ୍ରୀଡାକୁ ନେଇ ଯେଭଳି ଆଦର ଓ ଆଗ୍ରହ ରହିଛି ତାହା ଏହି ଘୋଷଣା ସହିତ ଆହୁରି ଉଲ୍ଲେଖନୀୟ ଭାବରେ ବଢିଯିବ । “ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯିବା ଦ୍ୱାରା ନୂତନ ଭୌଗୋଳିକ ଅଞ୍ଚଳଗୁଡିକରେ ଅଲିମ୍ପିକ ଆନ୍ଦୋଳନ ନିମନ୍ତେ ଆଗ୍ରହ ଓ ଉତ୍ସାହ ସୃଷ୍ଟି ହେବ । ସେହି ସମୟରେ ଏହା କ୍ରିକେଟର ବର୍ଦ୍ଧିତ ଆନ୍ତର୍ଜାତିକ ସ୍ତରର ଲୋକପ୍ରିୟତାକୁ ମଧ୍ୟ ଅଧିକ ବେଗ ପ୍ରଦାନ କରିବ” ବୋଲି ସେ କହିଛନ୍ତି ।ନୀତା ଏମ୍‌. ଅମ୍ବାନି ପ୍ରଥମ ଭାରତୀୟ ମହିଳା ଭାବରେ ଆଇଓସି ସଦସ୍ୟ ହୋଇଥିବାବେଳେ ଏହି ଦିବସକୁ ଭାରତ ପାଇଁ ଏକ ଅନ୍ୟତମ ମହାନ୍ ଦିବସ ଭାବରେ ବର୍ଣ୍ଣନା କରିଛନ୍ତି । “ମୁଁ ଏହି ଯୁଗାନ୍ତକାରୀ ନିଷ୍ପତ୍ତି ନିମନ୍ତେ ସେମାନଙ୍କର ସମର୍ଥନ ପାଇଁ ଆଇଓସି ଏବଂ ଏଲ୍‌ଏ ଆୟୋଜନକାରୀ କମିଟିକୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଉଛି । ଏହା ବାସ୍ତବରେ ଏକ ଆନନ୍ଦ ଓ ଉତ୍ସବ ପାଳନର ଦିନ!” ବୋଲି ସେ କହିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button