ରାଜ୍ୟ

ଆଜି ମାଙ୍କ ଚନ୍ଦ୍ରଘଣ୍ଟା ବେଶ – Ibnodisha

[ad_1]

ବ୍ୟୁରୋ : ପ୍ରତିବର୍ଷ ଅଶ୍ୱିନ ମାସରେ ମା ଜଗତ ଜନନୀ ପୂଜା ପାଇଥାନ୍ତି ।ମା ଦୁର୍ଗାଙ୍କର ପୂଜା ଅବସରରେ ସମସ୍ତ ଶକ୍ତିପୀଠରେ ଷୋଡଶ ପୂଜା ମଧ୍ୟ ଆରମ୍ଭ ହୋଇସାରିଛି । ମାଙ୍କ ଆବାହନ ପାଇଁ ଶ୍ରଦ୍ଧାଳୁ ମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ତେବେ ରବିବାର ଠାରୁ ଆରମ୍ଭ ହୋଇସାରିଛି ଆଦିଶକ୍ତି ମା’ ଦୁର୍ଗାଙ୍କର ଶାରଦୀୟ ନବଦିନାତ୍ମକ ପୂଜା । ଏହି ଅବସରରେ ଶ୍ରଦ୍ଧାଳୁମାନେ ଦେବୀଙ୍କୁ ବିଭିନ୍ନ ଶକ୍ତି ପୀଠରେ ପୂଜାର୍ଚ୍ଚନା କରିଛନ୍ତି । ନବରାତ୍ରି ହେଉଛି ମାଆଙ୍କ ଉପାସନାର ପର୍ବ । ୯ ଦିନ ଯାଏଁ ମାଆ ଭକ୍ତଙ୍କୁ ୯ଟି ରୂପରେ ଦର୍ଶନ ଦେଇଥାନ୍ତି ମା । ଆଶ୍ୱିନ ଶୁକ୍ଳ ପ୍ରତିପଦାରୁ ନବମୀ ପର୍ଯ୍ୟନ୍ତ ମାଆ ଜଗଦଜନନୀଙ୍କ ନବମୀ ପୂଜା ଅନୁଷ୍ଠିତ ହୋଇଥାଏ । ଆଜି ହେଉଛି ନବରାତ୍ରି ପୂଜାର ତୃତୀୟ ଦିନ । ପ୍ରଥମ ଦିନରେ ମା ଶୈଳପୁତ୍ରୀ ଓ ଦ୍ୱିତୀୟ ଦିନରେ ମା ବ୍ରହ୍ମଚାରିଣୀ ବେଶ ଧାରଣା କରି ସମସ୍ତ ଶକ୍ତି ପୀଠରେ ଦର୍ଶନ ଦେଇଥିଲେ । ସେହିପରି ଆଜି ହେଉଛି ମାଙ୍କ ଚନ୍ଦ୍ର ଘଣ୍ଟା ବେଶ । ଏହା ଦେବୀଙ୍କ ଶକ୍ତିଶାଳୀ ଓ କଲ୍ୟାଣକାରୀ ରୂପ । ଏହି ବେଶରେ ଦେବୀ ଦଶଭୂଜା ଅନେକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତା ଦେବୀଙ୍କର ମୁଦ୍ରା ଯୁଦ୍ଧାଭିମୁଖୀ ହୋଇଥାଏ । ମା’ଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଉଛି । ତାଙ୍କର ଦଶଭୁଜା ଏବଂ ତିନୋଟି ଆଖି ରହିଛି । ଆଠଟି ହସ୍ତରେ ମା’ ଖଡଗ ତଥା ଅସ୍ତ୍ରଶନ୍ତ୍ର ଧାରଣ କରିଥାନ୍ତି ଏବଂ ଅନ୍ୟ ଦୁଇଟି ହସ୍ତରେ ଭକ୍ତଙ୍କୁ ଆର୍ଶିବାଦ କରିଥାନ୍ତି । ମାଙ୍କୁ ଦର୍ଶନ କରିବା ଦ୍ୱାରା ବିଭିନ୍ନ କଲ୍ୟାଣ ହେବା ସହ ପାପରୁ ମୁକ୍ତି ମିଳେ । ମା’ଙ୍କୁ ପୂଜିବା ଦ୍ୱାରା ଯଶ ବୃଦ୍ଧି ହୋଇଥାଏ । ଦେବୀଙ୍କ ପ୍ରଚଣ୍ଡ ଧ୍ୱୋନୀରେ ଭୟାନକ ରାକ୍ଷକ ବି ଭୟ କରନ୍ତି । ମାଙ୍କୁ ଏହି ବେଶରେ ଦର୍ଶନ ଦେଲେ ଭୟରୁ ମୁକ୍ତି ଏବଂ ଅପାର ସାହାସ ପ୍ରାପ୍ତ ହୋଇଥାଏ । ଏହି ଦିନ ମାଙ୍କୁ ଚନ୍ଦ୍ରଘଣ୍ଟା ରୂପରେ ଉପାସନା କରାଯାଏ । ଜ୍ୟୋତିଷ ଶାସ୍ତ୍ରରେ ମା’ ଚନ୍ଦ୍ରଘଣ୍ଟା ସାଧନାରେ ମଙ୍ଗଳ ଗ୍ରହ ସହ ତାଙ୍କର ସମ୍ବନ୍ଧ ରହିଛି । ପୁରାଣ ଅନୁସାରେ ମାଁଙ୍କୁ ଆଜି ସମସ୍ତ ଦେବାଦେବୀ ତାଙ୍କ ଅସ୍ତ୍ର ଶସ୍ତ୍ର ପ୍ରଦାନ କରିଥିଲେ ଓ ମାଁ ପ୍ରସ୍ତୁତ ହୋଇଥିଲେ ଦୈତ୍ୟ ସଂହାର ପାଇଁ । ଦୈତ୍ୟ ନାଶନ ପାଇଁ ଧାରଣ କରିଥିଲେ ଏ ରୂପ । ପାପର କ୍ଷୟ କରି ଧର୍ମର ଜୟ କରିବାପାଇଁ ମୁଁ ବ୍ୟାଘ୍ରରେ ବିରାଜମାନ ହୋଇ ଧରାପୃଷ୍ଟରେ ଅବତରଣ କରିଥିଲେ । ଦୈତ୍ୟ ସଂହାର କ ରି ଶାନ୍ତି ପ୍ରତିଷ୍ଠା କରିଥିଲେ ବୋଲି କହାଯାଏ । ମା’ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରିବା ଦ୍ୱାରା ପରିବାରର କଲ୍ୟାଣ ହୋଇଥାଏ । ସେଥିପାଇଁ ଲାଲ ରଙ୍ଗର ଫୁଲ, ଲାଲ ସେଓ ଏବଂ ଗୁଡ ଚଢାଇବା ସହ ଘଣ୍ଟ ବଜାଇ ପୂଜା କରନ୍ତୁ । ଏହିଦିନ ପ୍ରସାଦରେ ଗାଇ ଖୀର ଚଢେଇବାର ବିଧାନ ରହିଛି । ମା’ଙ୍କୁ ସିନ୍ଦୁର, ଅକ୍ଷତ, ଗନ୍ଧ, ଧୂପ, ଏବଂ ପୁଷ୍ପ ଅର୍ପଣ କରାଯାଏ। ଦୁର୍ଗା ଚାଳିସା ପାଠ କରି ମା’ଙ୍କ ଆରତୀ କଲେ ଶୁଭ ଫଳ ମିଳେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button