ରାଜ୍ୟ

ସିବିଏସ୍‌ଇର ନୂଆ ଗାଇଡଲାଇନ୍‌: ଉପସ୍ଥାନ କମ୍ ରହିଲେ ଛାତ୍ରଛାତ୍ରୀ ଦେଇ ପାରିବେନି ବୋର୍ଡ ପରୀକ୍ଷା – Ibnodisha

[ad_1]

ନୂଆଦିଲ୍ଲୀ : କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ୨୦୨୪ ରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଗାଇଡ ଲାଇନ୍ ଜାରି କରିଛି । ଛାତ୍ରଛାତ୍ରୀଙ୍କୁ ଏହି ଗାଇଡ ଲାଇନ୍ ବହୁତ ଭଲ ଭାବରେ ଜାଣିନେବା ଦରକାର, କାରଣ ଏହାଦ୍ୱାରା ଆଟେଣ୍ଡାଣ୍ଟ, ଷ୍ଟୁଡେଣ୍ଟଙ୍କ ଡିଟେଲ୍ସ ଓ ସବଜେକ୍ଟ ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଉଛି । ସିବିଏସ୍‌ଇ ଗାଇଡ ଲାଇନ୍ରେ କୁହାଯାଇଛି ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ସବଜେକ୍ଟ ବଦଳାଯିବ ନାହିଁ, ଅର୍ଥାତ ଯେଉଁ ସବଜେକ୍ଟକୁ ସେ ଏକାଦଶରେ ପଢିବେ, ସେହି ବିଷୟ ଦ୍ୱାଦଶରେ ମଧ୍ୟ ପଢିବାକୁ ହେବ । ଗାଇଡଲାଇନ୍ରେ ସବୁ ସ୍କୁଳକୁ ନିର୍ଦେଶ ଦିଆଯାଇଛି ଯେ, ଛାତ୍ରମାନେ ଫଟୋ ଓ ଡିଟେଲ୍ସ ସାବଧାନରେ ଭରନ୍ତୁ ।

ସିବିଏସ୍‌ଇର କହିବା ଅନୁସାରେ, ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଆରମ୍ଭ ହେବାର ଅଛି । ସ୍କୁଲ ଗୁଡିକୁ ଏହି କଥାର ସୂଚନା ପୂର୍ବରୁ ହିଁ ଦିଆଯାଇଛି । ପ୍ରଥମେ ସେହି ବିଷୟର ପରୀକ୍ଷା ହେବ, ଯେଉଁଥିରେ ଛାତ୍ରଙ୍କ ସଂଖ୍ୟା କମ୍ ରହିବ । ମେନ୍ ସବଜେକ୍ଟର ପରୀକ୍ଷା ୨୦ ଫେବୃଆରୀରୁ ଆରମ୍ଭ ହୋଇ ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ଏହାଛଡା କୁହାଯାଇଛି ଯେ, ଯଦି କୌଣସି ଛାତ୍ର ଆଡିସନାଲ ଓ ଏକ୍ଟ୍ରା ବିଷୟ ନେବାକୁ ଚାହାନ୍ତି ତେବେ ତାଙ୍କୁ ନବମ କିମ୍ବା ଏକାଦଶରେ ପଞ୍ଜିକରଣ କରିବାର ସମୟ ରହିବ ।

ଏକାଦଶ ଓ ଦ୍ୱାଦଶରେ ଛାତ୍ର-ଛାତ୍ରୀଙ୍କୁ ଆଡିସନାଲ ସବଜେକ୍ଟ ଦିଆଯିବନି । ବୋର୍ଡ ପକ୍ଷରୁ ଜାରି ନୂଆ ଗାଇଡଲାଇନ୍ ଅନୁସାରେ, ଏବେ ୧ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ସ୍କୁଲରେ ଛାତ୍ରଙ୍କ ୭୫% ଉପସ୍ଥାନ ବାଧ୍ୟତାମୂକଳ । ବୋର୍ଡକୁ କୁହାଯାଇଛି ଯେ, କ୍ଷେତ୍ରୀୟ କାର୍ଯ୍ୟାଳୟ ପାଖରେ ଛାତ୍ରଙ୍କ ସୂଚନୀ ଆସିବା ପରେ ଏହାର ନିଷ୍ପତ୍ତି ନିଆଯିବ ଯେ, କମ୍ ଉପସ୍ଥାନ ଥିବା ଛାତ୍ରଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିବା ଦରକାର କି ନାହିଁ? ତେବେ ଅନ୍ତିମ ନିଷ୍ପତ୍ତି ବୋର୍ଡର ରହିବ, ବୋର୍ଡର ଅନୁମତି ପରେ ଏହି ଛାତ୍ରମାନେ ପରୀକ୍ଷା ଦେଇ ପାରିବେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button