ଟେଷ୍ଟ୍ରେ ଭାରତର ଜୟ-ପରାଜୟ ସମାନ – Ibnodisha
[ad_1]
ଧର୍ମଶାଳା: ଭାରତ ଧର୍ମଶାଳା ଟେଷ୍ଟ୍ରେ ଇଂଲଣ୍ଡକୁ ଇନିଂସ୍ ଏବଂ ୬୪ ରନ୍ରେ ହରାଇ ଦେଇଛି । ଏହା ସହିତ ଟିମ୍ ଇଣ୍ଡିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୪-୧ରେ ଜିତି ନେଇଛି । ଏହି ଫଳାଫଳ ବଳରେ ଏବେ ଟେଷ୍ଟ୍ରେ ଭାରତର ଜୟ-ବିଜୟ ହିସାବ ସମାନ ହୋଇଛି । ଭାରତ ୧୯୩୨ରେ ଟେଷ୍ଟ୍ ମ୍ୟାଚ୍ ଖେଳିବା ଆରମ୍ଭ କରିଥିଲା ଏବଂ ଧର୍ମଶାଳା ମ୍ୟାଚ୍ ପୂର୍ବରୁ ଭାରତର ପରାଜୟ ସଂଖ୍ୟା ବିଜୟଠାରୁ ଅଧିକ ରହିଥିଲା । ତେବେ ଧର୍ମଶାଳା ବିଜୟ ପରେ ଏହି ବ୍ୟବଧାନ ଶେଷ ହୋଇଛି ।
ଏବେ ଭାରତ ନାମରେ ୫୭୯ ମ୍ୟାଚ୍ରୁ ୧୭୮ ବିଜୟ ଏବଂ ସମାନ ସଂଖ୍ୟକ ପରାଜୟ ହୋଇଛି । ଗୋଟିଏ ମ୍ୟାଚ୍ ଟାଇ ରହିଥିବା ବେଳେ ୨୨୨ ଡ୍ର’ରେ ରହିଛି । ସେହିପରି ଘରୋଇ ମାଟିରେ ଭାରତ ଖେଳିଥିବା ୨୮୯ ମ୍ୟାଚ୍ରେ ଏହା ୧୧୮ତମ ବିଜୟ । ଟେଷ୍ଟ୍ କ୍ରିକେଟ୍ରେ କେବଳ ଚାରିଟି ଟିମ୍ ପରାଜୟ ତୁଳନାରେ ଅଧିକ ବିଜୟ ହାସଲ କରିଛନ୍ତି । ଏହା ମଧ୍ୟରେ ଅଷ୍ଟ୍ରେଲିଆ (୪୧୩ ବିଜୟ, ୨୩୨ ପରାଜୟ), ଇଂଲଣ୍ଡ (୩୯ ବିଜୟ, ୩୨୪ ପରାଜୟ), ସାଉଥ୍ ଆଫ୍ରିକା (୧୭୮ ବିଜୟ, ୧୬୧ ପରାଜୟ) ଏବଂ ପାକିସ୍ତାନ (୧୪୮ ବିଜୟ, ୧୪୨ ପରାଜୟ) ସାମିଲ ।
[ad_2]