ଅପରାଧ

ଓପିଡ଼ି ଟିକେଟ୍ ଅସାଧୁ ଉପାୟରେ ବିକ୍ରି ଅଭିଯୋଗରେ ଜଣେ ଗିରଫ – Ibnodisha

[ad_1]

ଭୁବନେଶ୍ୱର: ଏମ୍ସ ହସ୍ପିଟାଲରେ ଅସାଧୁ ଉପୟରେ ଓପିଡ଼ି ଟିକେଟ୍ ବିକ୍ରି କରୁଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ । ଗିରଫ ଜଣକ ହେଲେ ପଶ୍ଟିମବଙ୍ଗର ନିରଲୋଭ ରୟ(୨୫) । ଅଭିଯୁକ୍ତ ଜଣକ ଏମ୍ସ ହସ୍ପିଟାଲର ଓପିଡ଼ି ଟିକେଟ କାଉଣ୍ଟରରୁ କାର୍ଡିଓଲୋଜି ଡିପାର୍ଟମେଣ୍ଟର ଟିକେଟ ୧୦ ଟଙ୍କାରେ କିଣି ଅଧିକ ଟଙ୍କାରେ ସାଧାରଣରେ ବିକ୍ରୟ କରୁଥିବାର ଏମ୍ସ ହସ୍ପିଟାଲର କାର୍ଡିଓଲୋଜି ଡିପାର୍ଟମେଣ୍ଟରେ ପ୍ରଫେସର ଓ ଏଚଓଡି ଭାବରେ କାର୍ଯ୍ୟରତ ଥିବା ଡ଼ ରାମଚନ୍ଦ୍ର ବାରିକ ଦେଖିବାକୁ ପାଇଥିଲେ । ତେଣୁ ସେ ଲୋକଙ୍କ ସାହାଯ୍ୟରେ ଅଭିଯୁକ୍ତଙ୍କୁ କାବୁ କରିବା ସହ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ଏବଂ ତାଙ୍କ ହେପାଜତରୁ ବହୁତ ଓପିଡ଼ି ଟିକେଟ ଜବତ କରିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରି କହିଥିଲେ ଯେ, ସୁରକ୍ଷାକର୍ମୀଙ୍କ ସହାୟତାରେ ସେ ଏମ୍ସର ବିଭିନ୍ନ ଡିପାର୍ଟମେଣ୍ଟର ଓପିଡ଼ି ଟିକେଟ ସହଜରେ ପାଇଯାଉଥିଲେ ଏବଂ ସେଗୁଡିକୁ ସାଧାରଣ ଲୋକଙ୍କୁ ଅଧିକ ମୂଲ୍ୟରେ ବିକ୍ରୟ କରୁଥିବା ଦର୍ଶାଇଥିଲେ । ତେଣୁ ଖଣ୍ଡଗିରି ଥାନା ପୁଲିସ କୋର୍ଟ ଚାଲାଣ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button