ସ୍ୱାମୀ-ସ୍ତ୍ରୀଙ୍କ ଆତ୍ମହତ୍ୟା – Ibnodisha

[ad_1]

ଭୁବନେଶ୍ୱର: ଖୋର୍ଦ୍ଧା ଉପକଣ୍ଠ ବଣିଆଟାଙ୍ଗୀରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ୱାମୀ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିବା ପରେ ପତ୍ନୀ ବିଦ୍ୟୁତ ତାରକୁ ଛୁଇଁ ଜୀବନ ହାରିଛନ୍ତି । ସେମାନଙ୍କର ମୃତ୍ୟୁର କାରଣ ଓ କେଉଁ ଭଳି ପରିସ୍ଥିତିରେ ପତ୍ନୀ ଆତ୍ମହତ୍ୟା କଲେ ତାହା ସନ୍ଦେହ ଘେରରେ ରହିଛି । ପ୍ରାୟ ୧୮ ବର୍ଷ ପୂର୍ବେ ବଣିଆଟାଙ୍ଗୀର ସମରେନ୍ଦ୍ର ସେନାପତି (୪୩) ଓ ଗଡ଼ଖୋର୍ଦ୍ଧାର ସୁମିତା ବିବାହ କରିଥିଲେ । ଉଭୟ ତିନି ସନ୍ତାନଙ୍କ ସହ ବାଜପୁର ପଞ୍ଚାୟତ ବଣିଆଟାଙ୍ଗୀ ଠାରେ ରହନ୍ତି ।
ସେମାନଙ୍କ ୧୭ ବର୍ଷ ଓ୧୨ ବର୍ଷ ବୟସର ଦୁଇଟି ଝିଅ ଓ ୭ ବର୍ଷ ବୟସର ଗୋଟିଏ ପୁଅ ଅଛନ୍ତି । ସମରେନ୍ଦ୍ରଙ୍କ ବଡ଼ ଭାଇ ଅମରେନ୍ଦ୍ରଙ୍କ କହିବାନୁସାରେ, ଆଜି ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ସମରେନ୍ଦ୍ର ବିଲରୁ ଫେରି ଘର ଭିତରକୁ ଯାଇ ଭିତରପଟରୁ କବାଟ ଦେଇଦେଇଥିଲେ । ସେ କବାଟ ନଖୋଲିବାରୁ ତାଙ୍କ ପୁଅ ଆସି ତାଙ୍କୁ ଡାକିଥିଲା । ସମେରନ୍ଦ୍ରଙ୍କ ବନ୍ଧୁ, ସେ ଓ ପାଖପଡ଼ୋଷୀ ଆସି କବାଟ ବାଡେଇଥିଲେ । କବାଟ ନଖୋଲିବାରୁ ଶାବଳରେ କବାଟ ତାଡ଼ି ଭିତରେ ପଶିବା ବେଳେ ସମରେନ୍ଦ୍ର ଏକ ଶାଢ଼ି ସିଲିଂ ଫ୍ୟାନ୍ରେ ବାନ୍ଧି ଆତ୍ମହତ୍ୟା କରିଥିଲେ ।
ତାଙ୍କୁ ଏକ ଅଟୋରେ ନେଇଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଞ୍ଚିବା ବେଳେ ପତ୍ନୀଙ୍କ ମୃତ୍ୟୁ ଖବର ଆସି ପହଞ୍ଚିଥିଲା । ପତ୍ନୀ ଘରର ପଙ୍ଖାକୁ ସଂଯୋଗ ହୋଇଥିବା ବିଦ୍ୟୁତ ତାର ଧରିଥିବା ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାଯାଇଥିଲା । ତେବେ ସେ ମଧ୍ୟ ପ୍ରକୋଷ୍ଠର ଭିତରପଟୁ କବାଟ ଦେଇଥିବାରୁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏନେଇସଦର ଥାନା ଅଧିକାରୀ କାହ୍ନୁଚରଣ ସ୍ୱାଇଁ କହିଛନ୍ତି, ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।
The post ସ୍ୱାମୀ-ସ୍ତ୍ରୀଙ୍କ ଆତ୍ମହତ୍ୟା appeared first on ONA KHABAR.
[ad_2]




